ଆପଣ ମାନେ ସ୍ଵର୍ଗ ବିଷୟରେ ବହୁତ ପ୍ରକାର କଥା ଶୁଣିଥିବେ ଓ ସ୍ଵର୍ଗ ପାଇଁ ସିଢି ବିଷୟରେ ମଧ୍ୟ ଶୁଣିବାକୁ ପାଇଥିବେ । ତେବେ ଆଜି ଆମେ ଆପପଣଙ୍କୁ ସ୍ଵର୍ଗ ପାଇଁ ଯାଉଥିବା ସିଢି ବିଷୟରେ କିଛି ବିଶେଷ କଥା ଶୁଣିବାକୁ ପାଇଥିବେ, ଚୀନରେ ତିଆନ ନାମକ ଜାଗାରେ ଏହି ସିଢି ଅଛି ଏହି ସିଢି ଜମିରୁ ୫୦୦୦ ଫୁଟ ଉପରେ ରହିଛି, ଏହି ସିଢି ୧୩୧.୫ ମିଟର ଲମ୍ବା ଓ ୫୭ ମିଟର ଚଉଡା ଅଟେ । ଚିନର ଏହି ଗୁମ୍ଫା ବହୁତ ଉପରେ ହବା ଦ୍ଵାରା ଏହାକୁ ସ୍ଵର୍ଗ ଦ୍ଵାର କୁହା ଯାଇଥାଏ । ଏତେ ଉଞ୍ଚା ରହିବା କାରଣରୁ ଆପଣଙ୍କୁ ସେଠାରେ କେବଳ ସଫା ବାଦଲ ଦେଖାଯିବ ।
![](https://odiadunia.com/wp-content/uploads/2020/08/swarg-sidhi-2.jpg)
ଯାହା ଦେଖି ଆପଣଙ୍କୁ ଏହା ଅନୁଭବ ହବ ଯେ ଏହା ସ୍ଵର୍ଗକୁ ଯିବା ପାଇଁ ରାସ୍ତା ଅଟେ । କେତେ ଲୋକ ଏହାକୁ ଗେଟ ଅଫ ହେବେନ ମଧ୍ୟ କହୁଛନ୍ତି, ତେବେ ଆସନ୍ତୁ ଏହାର ଇତିହାସ ଜାଣିବା ୨୯୩ ଶତାବ୍ଦୀରେ ଏହି ପାହାଡ ଗୋଟେ ଖଣ୍ଡ ଭାଙ୍ଗି ପଡି ଯାଇଥିଲା, ସେତେବେଳେ ଲୋକେ ଏହି ଗୁମ୍ଫା ଅଛି ବୋଲି ଜାଣିବାକୁ ପାଇଲେ ।
![](https://odiadunia.com/wp-content/uploads/2020/08/swarg-sidhi-1.jpg)
ଏହି ପାହାଡ ଉପରୁ ଆଗ ସମୟରେ କେବଳ ୧୫ ମିନିଟ ପାଇଁ ଗୋଟେ ଝରଣା ବହୁଥିଲା ବର୍ତମାନ ସମୟରେ ଆଉ ସେ ଝରଣା ନାହିଁ ଏହି ପାହାଡ ଉପରେ ବୈଧ ମଠ ରହିଛି ଯେଉଁଠି ଲୋକ ଶାନ୍ତି ପ୍ରାପ୍ତି ପାଇଁ ଆସିଥାନ୍ତି । ତିଆନମାନ ଲୋକଙ୍କ ମାନ୍ୟତା ଅନୁଯାଇ ଏହି ପାହାଡ ଉପରେ ଗୁପ୍ତ ଧନ ଅଛି ଯାହାକୁ ଖୋଜିବାକୁ ବହୁତ ଲୋକ ପରିଶ୍ରମ ମଧ୍ୟ କଲେ କିନ୍ତୁ କେହି ସଫଳତା ପାଇ ନାହାନ୍ତି । ଏହି ପାହାଡ ଉପରେ ଦୁନିଆର ସବୁଠାରୁ ଉଚ୍ଚତମ ବ୍ରିଜ ତିଆରି କରା ଯାଇଛି, ତେବେ ବାଦଲରେ ଚାଲିବା ପାଇଁ ଇଛା ହେଲେ ଏହା ଠାରୁ ସୁନ୍ଦର ଜାଗା ଆପଣଙ୍କୁ କେଉଁଠାରେ ମିଳିବ ନାହିଁ ।
![](https://odiadunia.com/wp-content/uploads/2020/08/swarg-sidhi-3.jpg)
ତେବେ ଏହି ବ୍ରିଜ ଜମିରୁ ୧୦୦୦ ଫୁଟ ଠାରୁ ବି ଅଧିକ ଉଚ୍ଚ ଅଟେ, ଏଠାରେ କମଜୋର ହୃଦୟ ଲୋକଙ୍କୁ ଯିବା ମନା ଅଟେ କାହିଁକିନା ଏହି ରାସ୍ତା ବହୁତ ଭୟଙ୍କର ଅଟେ ଯେତେ ରୋମାଞ୍ଚକ ସେତିକି ଭଲ ମଧ୍ୟ ଲାଗିଥାଏ । ଏହି କାଚ ରାସ୍ତା ୩ ଫୁଟ ଚଉଡା ଅଟେ, ଏହି କାଚ ଉପରେ ଚାଲିବା କୌଣସି ସହଜ କାମ ନୁହ । ତେବେ ଚିନର ଏହି ସ୍ଵର୍ଗ ଦ୍ଵାରରେ ପହଞ୍ଚିବା ପାଇଁ ଆପଣଙ୍କୁ ୯୯୯ ସିଢି ଚଢିବାକୁ ପଡିଥାଏ, ତେବେ ଏହି ସିଢି ପର୍ଯ୍ୟନ୍ତ ଯିବାକୁ ରାସ୍ତା ବହୁତ ଅଙ୍କା ବଙ୍କା ଅଟେ, ଟିକେ ଅସାବଧାନ ହେଲେ ଆପଣଙ୍କ ଜୀବନ ମଧ୍ୟ ଯାଇ ପାରେ ।