ତକିଆ ତଳେ କେଉଁ ଜିନିଷ ରଖି ଶୋଇଲେ ବିଦ୍ୟା ପ୍ରାପ୍ତି ହୋଇଥାଏ ? 10+ ଆଜିର ଅନୁଚିନ୍ତା

ମଣିଷ ଜୀବନ ସାର୍ଥକ କରିବା ପାଇଁ ଶାସ୍ତ୍ର ଲିଖିତ କିଛି ନୀତି ନିୟମ ର ପାଳନ କରିବା ଉଚିତ । ଏହା ଦ୍ଵାରା ମଣିଷ ଜୀବନରେ ସଫଳତା ହାସଲ କରିବା ସହ ସୁଖ ସମୃଦ୍ଧି ଲାଭ କରିବ । ଆସନ୍ତୁ ଜାଣିବା ଆଜିର ଅନୁଚିନ୍ତା ବିଷୟରେ । 1- ସକାଳୁ ଘଣ୍ଟି ବଜାଇବା ଦ୍ଵାରା ସୁପ୍ତ ହୋଇଥିବା ଶୁଭ ଶକ୍ତି ଜାଗୃତ ହୁଏ ଓ ଅଶୁଭତ୍ଵ ଦୂର ହୁଏ ।

2- ଶୋଇବା ଘରର ଚାରି ପଟେ ଲୁଣ ପକାଇବା ଦ୍ଵାରା ଅଶୁଭତ୍ଵ ଦୂର ହୁଏ ଓ ଶୁଭତ୍ଵ ବୃଦ୍ଧି ପାଏ । ଘରେ ଧୂପବତୀ ଲଗାଇବା ଉଚିତ । ଏହା ଦ୍ଵାରା ଅଶୁଭ ଶକ୍ତି ଦୂର ହୁଏ ।

3- ଘରର ରୋଷେଇ ଘର ସଫା ରଖିବା ଉଚିତ କାରଣ ଏହା ଦ୍ଵାରା ଆର୍ଥିକ ସମସ୍ଯା ଓ ସ୍ୱାସ୍ଥ୍ୟ ସମସ୍ଯା ଦେଖାଦିଏ । ଘରର କବାଟ ଝରକା ଲେମ୍ବୁ ରସ ଓ ଲୁଣ ପକାଇ ସଫା କରିଲେ ଅଶୁଭ ଶକ୍ତି ଦୂର ହୁଏ ।

4- ଘରେ କିଛି ଅଶୁଭତ୍ଵ ହେଉଥିଲେ ବା ଦୁର୍ଭାଗ୍ୟ ଲାଗି ରହୁଥିଲେ କିଛି ଦିନ ବାହାରେ ଅନ୍ୟ ଜାଗାରେ ରହିବା ଦ୍ଵାରା ଲାଭକାରୀ ହୁଏ । ଘୋଡା ନାଲ ଘରେ ରଖିବା ଦ୍ଵାରା ଅଶୁଭତ୍ଵ ଶକ୍ତି ଦୂର ହୁଏ ।

5- ଘରେ ବାରମ୍ବାର ଅଶୁଭ ହେଉଥାଏ ତେବେ ସମୁଦ୍ର ଲୁଣକୁ ଘରର ଝରକା କୋଣରେ ରଖିଲେ ଲାଭକାରୀ ହୁଏ । ଘରେ ଅସାନ୍ତି ହେଉଥିଲେ ଶନିବାର ଦିନ ବିକଳାଙ୍ଗ ଙ୍କୁ ଅର୍ଣ୍ଣ ଓ ବସ୍ତ୍ର ଦାନ କରିଲେ ତାହା ଦୂର ହୁଏ ।

6- ଘରେ ଅର୍ଥ ଅଭାବ କାରଣରୁ ସମସ୍ଯା ହେଉଥାଏ ତେବେ ଗୁରୁବାର ଦିନ ହଳଦିଆ ବସ୍ତ୍ର ପିନ୍ଧି ଚାଉଳ ଓ ଘିଅ ଗରିବ ଲୋକଙ୍କୁ ଦାନ କରିବା ଉଚିତ ।

7- ଘରେ ନେଗେଟିଭ ଶକ୍ତିର ପ୍ରଭାବ ପଡିଥାଏ ତେବେ ଘିଅରେ ହଳଦୀ ସିନ୍ଦୁର ମିଶାଇ ମୁଖ୍ୟ ଦ୍ଵାରରେ ଲଗାଇବା ଦ୍ଵାରା ତାହା ଦୂର ହୁଏ ।

8- ଘରେ ବାରମ୍ବାର କଳହ ହେଉଥାଏ ତେବେ ଲବଙ୍ଗ, ସୋରିଷ ମିଶାଇ ଝୁଣା ଧୂପ ଦେଲେ ତାହା ଦୂର ହୁଏ । ବେକ ବା ହାତରେ ରୁଦ୍ରାକ୍ଷ ମାଳ ଧାରଣ କରାଯାଏ ତେବେ ଦୁଷ୍ଟ ଶକ୍ତି ପ୍ରବେଶ କରନ୍ତିନି ।

9- ହନୁମାନ ସିନ୍ଦୁର ମଥାରେ ଲଗାଇବା ଦ୍ଵାରା କୁ-ଦୃଷ୍ଟି ଦୂର ହୁଏ । କାହାର ନଜର ଲାଗିଥାଏ ତେବେ ରସୁଣ, ଶୁଖିଲା ଲଙ୍କା, ଲୁଣ ସାତ ଥର ବୁଲାଇବା ଦ୍ଵାରା ତାହା ଦୂର ହୁଏ ।

10- କୁ-ଦ୍ରୁଷ୍ଟି ରୁ ରକ୍ଷା ପାଇବା ପାଇଁ ହାତରେ କଳାସୂତା ପିନ୍ଧିବା ଉଚିତ । ଯଦି ଦେହରେ ରୋଗ ନ ଥାଇ ଦେହରୁ ଅଧିକ ଝାଳ ବାହାରେ ଓ ହାତ ପାଦ ଶୁଷ୍କ ପଡେ ତେବେ ଅଶୁଭ ଶକ୍ତି ଥିବାର ସୂଚନା ମିଳିଥାଏ ।

11- ମନ୍ତ୍ର ତନ୍ତ୍ର ହୋଇଥିବାର ଜାଣିବାକୁ ହେଲେ ତକିଆ ତଳେ ଲେମ୍ବୁ ରଖିକି ସୋଇଲେ ସକାଳୁ ଲେମ୍ବୁ ଶୁଖିଗଲେ ବା କଳା ପଡିଥାଏ । ତେବେ ଏହା ସଂକେତ ଦେଇଥାଏ ।

12- ଶୋଇବା ସମୟରେ ତକିଆ ତଳେ ମୟୂର ପଙ୍ଖ ରଖିଲେ ବିଦ୍ୟା ପ୍ରାପ୍ତ ହୁଏ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *