SBI ଗ୍ରାହକଙ୍କ ପାଇଁ ବଡ ଖବର : ଏସବିଆଇ ଆଣିଲା ଟଙ୍କା ଉଠାଣ ନିୟମରେ ବହୁତ ବଡ ପରିବର୍ତ୍ତନ

କରୋନର ଦ୍ଵିତୀୟ ଲହରୀ ଆରମ୍ଭ ହେବା କାରଣରୁ ଦେଶର ପ୍ରାୟତଃ ସ୍ଥାନରେ ଲକଡାଉନ ନିୟମ ଲାଗୁ କରାଯାଇଛି । ଏମିତିରେ ଦିନକୁ କିଛି ଘଣ୍ଟା ପାଇଁ ଲୋକମାନେ ଘରୁ ବାହାରକୁ ଆସି ପାରିବେ । ତାହା ବି ପୁଣି କେବଳ ଖାଦ୍ୟ ସାମଗ୍ରୀ କିଣିବା ପାଇଁ ।

କାରଣ ଅନ୍ୟ ସମସ୍ତ ସଂସ୍ଥା ଯେମିତି ବ୍ୟାଙ୍କ ପୋସ୍ଟ ଅଫିସ ଇତ୍ୟାଦି ସମସ୍ତ ପ୍ରାଇବେଟ ସଂସ୍ଥା ଗୁଡିକ ବି ବନ୍ଦ ରହିଛି । ଏମିତିରେ କେତେକ ଲୋକମାନେ ନିଜର ଜରୁରୀ କାମକୁ ଘରେ ରହି କରୁଛନ୍ତି ତ ଅନ୍ୟ ପଟେ କେତେକ ଲୋକମାନେ ନିଜର ଜରୁରୀ କାମ ପାଇଁ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କହିବାକୁ ଗଲେ ଦେଶର ସବୁଠୁ ବଡ ବ୍ୟାଙ୍କ ଏସବିଆଇ ନିଜର ଗ୍ରାହକମାନଙ୍କ ସୁବିଧା ପାଇଁ ଲକଡାଉନ ମଧ୍ୟରେ ବହୁତ ନିୟମ ଗୁଡିକର ପରିବର୍ତ୍ତନ କରି ନିଜର ଗ୍ରାହକ ସେବାକୁ ସହଜ ଓ ସୁବିଧା କରିଛି ।

ଏହି ନିୟମ ଅନ୍ତର୍ଗତ ଏସବିଆଇର ଗ୍ରାହକ କେତେକ ବ୍ୟାଙ୍କ ସହ ଜଡିତ କାର୍ଯ୍ୟ ଘରେ ବସି କରି ପାରିବେ । ଯାହା ଦ୍ଵାରା ତାଙ୍କୁ ବ୍ୟାଙ୍କକୁ ଆସିବାକୁ ପଡିବ ନାହିଁ । ଏହା ମଧ୍ୟରେ ଦେଶର ସବୁଠୁ ବଡ ବ୍ୟାଙ୍କ ଏସବିଆଇ ପୁଣି ଥରେ ନିଜର ଗ୍ରାହକମାନଙ୍କ ପାଇଁ ଏକ ବଡ ଖୁସି ଖବର ନେଇ ଆସିଛି । ଏହି ନିୟମ ଅନ୍ତର୍ଗତ କରୋନାର ଦ୍ଵିତୀୟ ଲହରୀ ମଧ୍ୟରେ ଏସବିଆଇ ବ୍ୟାଙ୍କର ଟଙ୍କା ଉଠାଣ ସୀମାକୁ ବୁଦ୍ଧି କରାଯାଇଛି । ଏସବିଆଇର ନୂଆ ଟ୍ଵିଟ ଅନୁଯାୟୀ ବର୍ତ୍ତମାନ ଜଣେ ଗ୍ରାହକ ପୂର୍ବ ଅପେକ୍ଷା ଗୋଟିଏ ଦିନରେ ଅଧିକ ଟଙ୍କା ଉଠାଇ ପାରିବେ ।

ବର୍ତ୍ତମାନ ଏସବିଆଇର ଗ୍ରାହକ ନିଜର ନିକଟସ୍ଥ ଶାଖା (ହୋମ ବରଞ୍ଚକୁ ଛାଡି)କୁ ଯାଇ ଟଙ୍କା ଉଠାଣ ଫର୍ମ ମାଧ୍ୟମରେ ଦିନକୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଉଠାଇ ପାରିବେ । ମହାମାରୀ ମଧ୍ୟରେ ନିଜର ଗ୍ରାହକମନଙ୍କୁ ସମସ୍ତ ପ୍ରକାରର ସୁବିଧା, ସହଯୋଗ ଓ ସାହାର୍ଯ୍ୟ କରିବା ପାଇଁ ଏସବିଆଇ ଚେକ ଓ ଟଙ୍କା ଉଠାଣ ଫର୍ମ ଜରିଆରେ ଅଣ ଘରୋଇ ନଗଦ ସୀମାକୁ ବୁଦ୍ଧି କରିଛି । ଏହି କର୍ମରେ ବର୍ତ୍ତମାନ ସମୟରେ କୌଣସି ବି ଗ୍ରାହକକୁ ଟଙ୍କା ଉଠାଇବା ପାଇଁ ହଇରାଣ ହେବାକୁ ପଡିବ ନାହିଁ ।

ବ୍ୟାଙ୍କ ଦ୍ଵାରା ଜାରି କରାଯାଇଥିବା ନୂଆ ନିୟମ ଅନୁସାରେ ବର୍ତ୍ତମାନ ଗ୍ରାହକମାନେ ଅନ୍ୟ ଶାଖାକୁ ଯାଇ ମଧ୍ୟ ନିଜ ଆକାଉଣ୍ଟରୁ ୨୫ ହଜାର ଟଙ୍କା ଉଠାଇ ପାରିବେ । ଏହା ସହିତ ବର୍ତ୍ତମାନ ଚେକ ମାଧ୍ୟମରେ ଜଣେ ଗ୍ରାହକ ଅନ୍ୟ ଶାଖାରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଉଠାଇ ପାରିବେ । ତୃତୀୟ ପକ୍ଷଙ୍କ (ଯାହାଙ୍କୁ ଚେକ ପ୍ରଦାନ କରାଯାଇଛି) ସେମାନଙ୍କ ପାଇଁ ନଗଦ ଉଠାଣ ସୀମାକୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଉଠାଇ ପାରିବେ ।

ଏସବିଆଇ ତରଫରୁ କୁହାଯାଇଛି କି ଏହି ନୂଆ ନିୟମକୁ ତୁରନ୍ତ କାର୍ଯ୍ୟକାରୀ କରାଯାଉ । ଯାହା ଦ୍ଵାରା ଗ୍ରାହକମାନେ ବହୁତ ଶୀଘ୍ର ଏହି ସୁବିଧାର ଲାଭ ନେଇ ପାରିବେ । କିନ୍ତୁ କହିଦେଉଛୁ କି ଏହି ନିୟମ କିଛି ଦିନ ପର୍ଯ୍ୟନ୍ତ ହିଁ ଲାଗୁ ଅଛି । ୩୦ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ।

Leave a Reply

Your email address will not be published. Required fields are marked *