ତରଭୁଜ ଖାଇବା କାହା ପାଇଁ ବିଷ ଓ କାହା ପାଇଁ ବରଦାନ ଆସନ୍ତୁ ଜାଣିବା, ଏହାର ଲାଭ ଓ ହାନି ବିଷୟରେ

ତରଭୁଜର ରିତୁ ଆସି ଗଲାଣି, ତରଭୂଜ ବାହାରୁ ଦେଖିବା ପାଇଁ ସବୁଜ ହୋଇଥାଏ ଓ ଟାଣ ମଧ୍ୟ ଥାଏ କିନ୍ତୁ ଭିତରେ ପୁରା ନରମ ଓ ନାଲି ହୋଇଥାଏ, ଏହା ମିଠା ପାଣିରୁ ଭରପୁର ହୋଇଥାଏ । ଏହାର ଚାଷ ପ୍ରାୟତଃ ଗରମ ଦିନରେ ରେଡି ହୋଇଥାଏ, ମାନ୍ୟତା ଅନୁଯାଇ ଏହି ଫଳ ଗରମ ଦିନରେ ଖାଇବା ଉଚିତ ମନେ କରା ଯାଏ କାହିଁକିନା ଏହା ଶରୀରରେ ପାଣି ଅଂଶ ବଢେଇଥାଏ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ଅଟେ ।

ତରଭୁଜରେ ପ୍ରାୟତଃ ୯୭% ପାଣି ଥାଏ ଏହା ଶରୀରରେ ଗ୍ଲୁକୋଜ ମାତ୍ରା ପୂର୍ଣ୍ଣ କରିଥାଏ ସେଥିପାଇଁ ତରଭୁଜ ଖାଇବା ଉଚିତ ଅଟେ ।

ତେବେ ଆପଣମାନେ ଏହା ଜାଣିଲେ ଯେ ତରଭୁଜ ଖାଇବା ଉଚିତ କିନ୍ତୁ ଏବେ ଆମେ ଜାଣିବା ତରଭୁଜର ଲାଭ ଓ ହାନି ବିଷୟରେ :

ତରଭୁଜ ଏମିତି ଗୋଟେ ଫଳ ଯେଉଁଥିରେ ଭିଟାମିନ ଏ, ଭିଟାମିନ ସି, ପୋଟେସିଅମ, ମେଗନେସିଅମ ଓ ଜିଙ୍କ ଭଳି କେତେ ପୋଷାକ ଭିଟାମିନ୍ସ ଥାଏ ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ ତତ୍ଵ ଅଟନ୍ତି ସେଥିପାଇଁ ତରଭୁଜ ଖାଇବା ଉଚିତ ।

ତେବେ ଆସନ୍ତୁ ଜାଣିବା କାହାକୁ ତରଭୁଜ ସେବନ କରିବା ଉଚିତ ଅଟେ :

ଯେଉଁ ଲୋକଙ୍କ ଆଁଠୁ ରେ ଦରଜ ଅଛି ତାଙ୍କୁ ତରଭୁଜ ସେବନ କରିବା ଉଚିତ, ଯେଉଁ ଲୋକ ନିଜ ଓଜନ କମ କରିବା ପାଇଁ ଚାହନ୍ତି ତାଙ୍କ ପାଇଁ ତରଭୁଜ ଅତ୍ୟନ୍ତ ଲାଭକାରୀ ଫଳ ଅଟେ । ଏହା ଦ୍ଵାରା କିଡନୀ ପଥର ମଧ୍ୟ ଅଟକିଥାଏ, ଯେଉଁ ଲୋକଙ୍କୁ କିଡନୀ ପଥର ସମସ୍ୟା ଥାଏ ତାଙ୍କ ପାଇଁ ତରଭୁଜ ବରଦାନ ଅଟେ । ଯେଉଁ ଲୋକଙ୍କ ଇମ୍ଯୁନିଟି କମଥାଏ ସେହି ଲୋକଙ୍କୁ ତରଭୁଜ ଖାଇବା ଉଚିତ, ଏହା ଦ୍ଵାରା ହର୍ମୋନ ବାଲାନ୍ସ ଇମ୍ଯୁନିଟି ସିଷ୍ଟମ ବୁଷ୍ଟ କରିଥାଏ, ଏଥିରେ ଫାଇବର ଦ୍ଵାରା ରୋଗି କୁ ଆରାମ ମିଳି ଥାଏ ।

କେଉଁ ଲୋକଙ୍କୁ ତରଭୁଜ ଖାଇବା ଉଚିତ ନୁହ :

ଯଦି ଆପଣ ଖାଲି ପେଟରେ ଅଛନ୍ତି ତେବେ ଆପଣଙ୍କୁ ତରଭୁଜ ଖାଇବା ଉଚିତ ନୁହ, ଏହା ପେଟ ସମ୍ବନ୍ଧିତ ଅସୁବିଧା ବା ପେଟ ଖରାପ କାରଣ ହୋଇପାରେ । ଯେଉଁ ଲୋକଙ୍କୁ ଆସ୍ଥମା ସମସ୍ୟା ଅଛି ତାଙ୍କୁ ମଧ୍ୟ ତରଭୁଜ ଖାଇବା ଉଚିତ ନୁହ, ରାତିରେ କେବେ ବି ତରଭୁଜ ସେବନ କରନ୍ତୁ ନାହିଁ ଏହା ଛଡା ଭୁଲରେ ବି କେବେ ତରଭୁଜ ଖାଇବା ପରେ ପାଣି ପିଅନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *