31 ମାର୍ଚ୍ଚ ଯାଏ କୁକୁଡ଼ା ଓ ମାଛ ବିକିବା ଉପରେ ଲାଗିଲା କାଟକଣା, ଧରାପଡିଲେ ହୋଇପାରେ ଜେଲ- ପଢନ୍ତୁ ସମ୍ପୁର୍ଣ୍ଣ ଖବର

ବିହାରରେ କରୋନା ସଂକ୍ରମଣ ରୋକିବା ପାଇଁ ସରକାର କେତେ ସବୁ ବଡ଼ ଉପାୟ କରିଛନ୍ତି । ସରକାରଙ୍କ ତରଫରୁ ବହୁତ ବଡ଼ ବଡ଼ ନିଷ୍ପତ୍ତି ନିଆଯାଇଛି । ବିହାର ରେ ସ୍କୁଲ, କଲେଜ, ସିନେମା ଘର, ପାର୍କ, ଚିଡିୟା ଘର ଓ ମ୍ୟୁଜିଅମ କୁ 31 ମାର୍ଚ୍ଚ ଯାଏ ବନ୍ଦ କରି ଦେଇଛନ୍ତି । ଏହି ସବୁ ନିଷ୍ପତ୍ତିରେ କୁକୁଡ଼ା, ମାଛ ଓ ମାଂସ ବିକିବା ଉପରେ ମଧ୍ୟ ରୋକ ଲଗେଇଛନ୍ତି । ତେବେ ଏହି ବିଷୟରେ ଜାଣିବା ପାଇଁ ଖବରଟିକୁ ସମ୍ପୁର୍ଣ୍ଣ ପଢନ୍ତୁ ।

ଘଟଣାଟି ବିହାରର ରୋହତାସ ଜିଲ୍ଲାର ଅଟେ । ତେବେ ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଘଟଣା କଣ ।

ଯେଉଁଠି ସାସାରାମ ରେ ରୋହତାସ ପ୍ରଶାସନ ସଂପୂର୍ଣ୍ଣରୂପେ କୁକୁଡ଼ା, ମାଛ ଓ ମାଂସ ବିକ୍ରି ଉପରେ 31ମାର୍ଚ୍ଚ ଯାଏ କାଟକଣା ଲେଗେଇ ଦେଇଛନ୍ତି । ଅଞ୍ଚଳାଧିକାରୀ ବିକାଶ କୁମାର ଏହି ନିର୍ଣ୍ଣୟ ନେଇଛନ୍ତି । ସିଓ ବିକାଶ କୁମାର କୁକୁଡ଼ା, ମାଛ, ମାଂସ ବ୍ୟବସାୟୀ ଓ ଜନପ୍ରତିନିଧି ମାନଙ୍କୁ ସୂଚନା ଦେଇ, ସେମାନଙ୍କ ସହ ବୈଠକ ବସାଇ ଏହି ନିଷ୍ପତ୍ତି ନେଇଥିଲେ କି 15 ଦିନ ପାଇଁ କୁକୁଡ଼ା, ମାଛ ଓ ମାଂସ ବିକ୍ରି କରାଯାଇପାରିବ ନାହିଁ ।

ଅଞ୍ଚଳାଧିକାରୀ ବିକାଶ କୁମାରଙ୍କ ଅନୁସାରେ, ବିକ୍ରେତା ମାନଙ୍କୁ ନିଜ ଦୋକାନ ବନ୍ଦ କରିବା ପାଇଁ କୁହାଯାଇଛି । କରୋନା ଭାଇରସ ସମ୍ବନ୍ଧରେ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି । ଯିଏ ଏହି ଆଦେଶର ପାଳନ ନକରିବ , ସେମାନଙ୍କ ଉପରେ ଆଇନ ମୁତାବିକ ପଦକ୍ଷପ ମଧ୍ୟ କରାଯିବ । ଥାନା ଅଧକ୍ଷ ସମ୍ରାଟ ସିଂହ ନିଜ ଚୌକିଦାରୀ କରିବା ସହ ଏହି ଆଦେଶ ଦେଇଛନ୍ତି କି ଥାନା ଇଲାକାରେ ଯେତେ ଗାଁ ରହିଛି, ସେଠି ବିଦେଶରୁ ଆସିଥିବା ଲୋକଙ୍କ ସମ୍ପର୍କରେ ତୁରନ୍ତ ହସ୍ପିଟାଲ ବା ଥାନାରେ ସୂଚନା ଦିଅନ୍ତୁ । ସେମାନଙ୍କୁ ଯାଞ୍ଚ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଅକବରପୁରରେ କରିବା ପାଇଁ ନେଇ ଯାଆନ୍ତୁ । ସାଧାରଣ ଜନତାଙ୍କୁ ମଧ୍ୟ କୁହାଯାଉଛି, ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ।

Leave a Reply

Your email address will not be published. Required fields are marked *