ତେବେ ଗୋଟେ ସମୟ କଥା ଜଣେ କେହି ପୁରୋହିତଙ୍କୁ ପଚାରିଲେ ଜଜକୁ ଜଜ ସାହବ କଣ ପାଇଁ କୁହା ଯାଇଛି ତେବେ ସେ ଗୋଟେ କାହାଣୀ କହିଲେ କହିଲେ ବହୁତ ସମୟ ଆଗରୁ ଗୋଟେ ଜାଗାରେ ଗୋଟେ କେଉଟ ରହୁଥିଲା ଯାହା ନାମ ଭୋଳା ଥିଲା ସେ କେବଳ ନାମରୁ ନୁହ ସ୍ଵଭାବରେ ମଧ୍ୟ ବହୁତ ଭୋଳା ଥିଲା ତାକୁ ଯିଏ ଯାହା ପଚାରିଲେ ସେ ଗୋଟେ ଉତ୍ତର ଦିଏ ମୁଁ କଣ ଜାଣେ ଯାହା ଜାଣିଛନ୍ତି ଭଗବାନ ରାମ ଜାଣିଛନ୍ତି, ଭୋଳାର ଗୋଟେ ଝିଅ ଏବଂ ଦୁଇଟି ପୁଅ ଥିଲେ ।

ଝିଅ ବଡ ହେଲା ପରେ ଭୋଳା ନିଜ ଝିଅ ବିବାହ ବିଷୟରେ ଭାବିଲା କିନ୍ତୁ ତା ପାଖରେ ପର୍ଯାପ୍ତ ଧନ ନଥିଲା ଯାହା ପରେ ତା ପୁଅ କହିଲେ ବାପା ଆପଣ ଗାଁ ସେଠ ପାଖରୁ କିଛି ଟଙ୍କା ଧାର କରାଯାଉ, ତେବେ ସେଠ ଭୋଳାକୁ କିଛି ସୁଧ ସହ ସମୟ ଦେଲେ ଯାହା ଭିତରେ ଭୋଳାକୁ ଟଙ୍କା ଏବଂ ସୁଧ ଫେରେଇବାକୁ ହବ । ଏହା ପରେ ଭୋଳା ନିଜ ଝିଅ ବିବାହ କଲା ଏବଂ କିଛି ଟଙ୍କା ଦ୍ଵାରା ଚାଷ କରିବା ଆରମ୍ଭ କଲା କିଛି ସମୟ ପରେ ଭୋଳା ନିଶ୍ଚିତ ସମୟରେ ସୁଧ ସହ ମୂଳ ଟଙ୍କା ଫେରେଇ ଦେଲା ଯାହା ପରେ ସେଠ ଭୋଳାକୁ ଗୋଟେ କାଗଜ ଦେଲା ଯେଉଁଥିରେ ଲେଖା ହୋଇଥିଲା ଭୋଳା ସୁଧ ସହ ମୂଳ ନିଶ୍ଚିତ ସମୟରେ ଫେରେଇ ଦେଇଛି ।

ଏହା ପରେ ସେଠ ଭୋଳାକୁ ପଚାରିଲା ଏହି କାଗଜରେ କଣ ଲେଖା ହୋଇଛି ଏହା ଶୁଣି ଭୋଳା କହିଲା ମୁଁ କଣ ଜାଣେ ଯାହା ଜାଣିଛନ୍ତି ଭଗବାନ ରାମ ଜାଣିଛନ୍ତି କାହିଁକିନା ଭୋଳା ପାଠ ପଢିନଥିଲା । ଏହି କଥା ଶୁଣିବା ପରେ ସେଠ ମନରେ ଲୋଭ ଆସିଲା ଓ ସେ ଭୋଳାକୁ ଧୋକା ଦବା ପାଇଁ ବିଚାର କଲା, ତେବେ ଏହା ଚିନ୍ତା କରି ସେଠ ଭୋଳାକୁ କହିଲା ଭୋଳା ମୋ ପାଇଁ ଟିକେ ପାଣି ଆଣ ଯେତେବେଳେ ଭୋଳା ପାଣି ଆଣିବା ପାଇଁ ଗଲା ସେତେବେଳେ ସେଠ କାଗଜ ବଦଳି ଦେଲା ଏବଂ ନୂଆ କାଗଜରେ ଲେଖିଲା ଭୋଳା ଏବେ ସମ୍ପୂର୍ଣ ଟଙ୍କା ଫେରସ୍ତ କରି ନାହିଁ ।

ଏହି ଘଟଣା କିଛି ଦିନ ପରେ ସେଠ ଭୋଳା ଉପରେ ଟଙ୍କା ନ ଫେରେଇବା ପାଇଁ କେସ କରିଦେଲା ଯାହା ପରେ ଭୋଳାକୁ ଗିରଫତାର କରା ଗଲା ଏବଂ କୋର୍ଟରେ ହାଜର କରା ଗଲା ଏହା ପରେ ଜଜ ଭୋଳାକୁ ପଚାରିଲେ ତମେ ସେଠକୁ ନିଶ୍ଚିତ ସମୟରେ ଟଙ୍କା କାହିଁ ଫେରେଇଲ ନାହିଁ ଏହା ପରେ ଭୋଳା କହିଲା ମୁଁ ଟଙ୍କା ଫେରେଇଥିଲି ଏହା ପରେ ଜଜ କାଗଜ ମାଗିଲେ ଯାହା ସେଠ ଦେଇଥିଲେ ତେବେ ଭୋଳା ସେହି କାଗଜ ଯାଜକୁ ଦେଲେ ଯାହା ପରେ ଜଜ ସେହି କାଗଜ ଲେଖା ପଢିଲେ ଏବଂ ଭୋଳାକୁ କହିଲେ ଏହି କାଗଜରେ ଲେଖା ହୋଇଛି ଯେ ତମେ ସେଠକୁ ସବୁ ଟଙ୍କା ଫେରେଇ ନାଃ ଏହି କଥା ଶୁଣି ଭୋଳା କାନ୍ଦିଲା ଓ ଭୋଳା କହିଲା ଯାହା ଜାଣିଛନ୍ତି ଭଗବାନ ରାମ ଜାଣିଛନ୍ତି ।

ଏହା ପରେ ଜଜ ଭଗବାନ ରାମଙ୍କୁ କୋର୍ଟରେ ଆସିବା ପାଇଁ କହିଲେ, ଯାହା ପରେ ରଘୁନାଥ ମନ୍ଦିରରେ ପତ୍ର ପଠା ଗଲା ଓ କୋର୍ଟରେ ହାଜର ହବାକୁ କୁହା ଗଲା । କୋର୍ଟରେ ରାମ ନାମ ଡକା ହେଲା ଗୋଟେ ବୁଢା ଲୋକ ସମସ୍ତଙ୍କ ଆଗରେ ଆସିଲା ଜଜ ପଚାରିଲେ କଣ ଆପଣ ଶେଠୀ ଥିଲେ ଯେତେବେଳେ ଭୋଳା ସେଠକୁ ଟଙ୍କା ଫେରେଇଥିଲା ବୁଢା ଲୋକ କହିଲେ ହଁ ଜଜ ପଚାରିଲେ ତମ ପାଖରେ କଣ ପ୍ରମାଣ ଅଟେ ଭଗବାନ କହିଲେ ସେଠକୁ କୋର୍ଟ ରେ ରଖନ୍ତୁ ଓ ନିଜ ଲୋକଙ୍କୁ ଘରେ ପଠାନ୍ତୁ ସେଠି ୩ଟି ଆଲମୀରା ମଧ୍ୟରେ ମଝି ଆଲମୀରାରେ ଦେଖିବାକୁ କୁହନ୍ତୁ ଆପଣଙ୍କୁ ପ୍ରମାଣ ପ୍ରାପ୍ତ ହୋଇଯିବ । ଏହା ପରେ ସେମିତି କରା ଗଲା, ଓ ଜଜ ପ୍ରମାଣ ପାଇଲେ ଓ ଭୋଳାକୁ ଛାଡି ଦେଲେ ।