ଠକେଇର ଶିକାର ହେଲେ ପପୁଲାର ସିଙ୍ଗର Mantu Chhuria, ତାଙ୍କ ସହ ଯାହା ହୋଇଛି ସବୁ ଗୋଟୋ ଗୋଟି କରି ବଖାଣିଲେ… ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଇଣ୍ଡଷ୍ଟ୍ରିର ସମସ୍ତ ସିଙ୍ଗର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆମ ଓଡିଆ ଜଗତରେ ଏମିତି ଜଣେ ଗାୟକ ଛନ୍ତି ଯିଏ ତାଙ୍କର ସୁମଧୁର କଣ୍ଠ ଯୋଗୁଁ ବେସ ପ୍ରସିଦ୍ଧି ହାସଲ କରିଛନ୍ତି । ଏହି ସିଙ୍ଗର ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ମଣ୍ଟୁ ଛୁରିଆ । ଆପଣ ମାନେ ସମସ୍ତେ ଓଡିଆ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଗାୟକ ମଣ୍ଟୁ ଛୁରିଆ ଙ୍କୁ ବେସ ଭଲ ଭାବରେ ଜାଣିଥିବେ ।

ସେ ଓଲିଉଡ ଇଣ୍ଡଷ୍ଟ୍ରି ରେ ଅନେକ ସାରା ଗୀତ ରେ କଣ୍ଠଦାନ କରି ଖୁବ ଜଣାଶୁଣା ଚେହେରା ଅଟନ୍ତି । ସେ ନିଜର ଗୀତ ସହ ବ୍ୟକ୍ତିଗତ ଜୀବନୀ କୁ ନେଇ ମଧ୍ୟ ଚର୍ଚ୍ଚା ରେ ରୁହନ୍ତୁ । କିନ୍ତୁ ଗତ କିଛି ସମୟ ହେବ ସେ ଅନ୍ୟ ଏକ କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ଯାହା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଦର୍ଶକ ବନ୍ଧୁ ଓଡିଆ ଗାୟକ ମଣ୍ଟୁ ଛୁରିଆ ସାଇବର କ୍ରାଇମର ଶିକାର ହେଇଛନ୍ତି ।

ସାଇବର ଠକେଇର ଶିକାର ହେଇ ପୋଲିସର ଦ୍ଵାରସ୍ଥ ହୋଇଛନ୍ତି । ତେବେ ଏହି ଘଟଣାରେ ଜଣଙ୍କୁ ଅଟକ ରଖି ପଚରା ଉଚରା କରା ଯାଉଛି । ତେବେ କଣ ରହିଥିଲା ସେହି ଠକେଇର ପ୍ରକ୍ରିୟା ସେ ନେଇ ମଣ୍ଟୁ ଛୁରିଆ ଗଣମାଧ୍ୟମ ନିଜର ବୟାନ ପ୍ରକାଶ କରିଛନ୍ତି ।ମଣ୍ଟୁ ଛୁରିଆ ଗଣମାଧ୍ୟମ ରେ କହିଛନ୍ତି “ସେ ଏକ ପବ ଜି ଆକାଉଣ୍ଟ ଖୋଲି ଥିଲା ଯେଉଁଥିରେ ସେ ମୋର ନାଁ ଆଉ ମୋର ଫଟୋ ରଖିଥିଲା ।

ସେ ସମସ୍ତଙ୍କ ସହ କଥା ହେଉଥିଲା ଆଉ ଯେତେବେଳେ ମୁଁ ପ୍ରୋଗ୍ରାମ କରିବାକୁ ଯାଏ ମୋ ପାଖକୁ ପବ ଜି ପ୍ଲେୟାର ମାନେ ଆସି କହୁଥିଲେ ଭାଇ ଆମେ ଆପଣଙ୍କ ସହ କଥା ହେଉଥିଲୁ । ମୁଁ କୁହେ କେମିତି କଥା ହେଲ ମୁଁ ତ ଷ୍ଟୂଡିଓରେ ଥିଲି । ଏମିତି ଅନେକ ଥର ମୋ ସହ ହେଲା । ଏହା ପରେ ମୁଁ ମୋ ସୋସିଆଲ ମିଡିଆ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ଲେଖିଲି ପବ ଜି ଯେବେ ଠାରୁ ଆରମ୍ଭ ହେଇଛି ମୁଁ ପବ ଜି ଖେଳିନି କି ମୋର କୌଣସି ଆକାଉଣ୍ଟ ନାହିଁ ।

ଗତ 10 ଦିନ ହେବ ମୁଁ ଏ କଥା ଜାଣିବାକୁ ପାଇଲି । ଏହା ପରେ ମୁଁ ଭିଡିଓ କରି ସମସ୍ତଙ୍କୁ ଜଣାଇଥିଲି । ସେ ଦୁଇଟି ନମ୍ବର ବ୍ୟବହାର କରି ବହୁତ ଝିଅଙ୍କ ସହ ମୋ ନାଁ ରେ କଥା ହେଉଥିଲା । ଭିଡିଓ ସେୟାର ହେବା ପରେ ମୁଁ ଭାବିଲି ଆଉ କେହି ପବ ଜୀ ଖେଳିବେ ନାହି ମୋ ନାଁ ରେ । ତେଣୁ କିଛି ଭୁଲ ନ ହେଇଯାଉ । ତେଣୁ ଆମେ ପୋଲିସ ପ୍ରଶାସନକୁ ଜଣାଇବା ପାଇଁ ଚାହିଁଲୁ । ତେଣୁ ଆମେ ସାଇବର ଥାନା ଆସିଛୁ” । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *