ଏହି ଉପାୟ ଆପଣାଇ ଅତି ସହଜରେ ଥରେ ପଢି ସବୁଦିନ ପାଇଁ ପାଠ ମନେ ରଖିପାରିବେ – ଜାଣନ୍ତୁ କେମିତି?

ଆଜିର ଯୁଗରେ ପଢା ପାଢୀ ବହୁତ କଠିନ ହୋଇ ଗଲାଣି । ସେଥିପାଇଁ ଆଜି କାଲି ପିଲାମାନେ ମଧ୍ୟ ଅଧିକ ପରିଶ୍ରମ କରୁଛନ୍ତି ପ୍ରତିଯୋଗୀତା ଓ ପରୀକ୍ଷାରେ ଭଲ ରେଜଲ୍ଟ କରିବେ । ତେବେ ଆଜିର ସମୟରେ ଟେକ୍ନୋଲୋଜି ଏତେ ଫାଷ୍ଟ ହୋଇ ଗଲାଣି ଯେ ଆମକୁ ତାହା ସହ ଖାପ ଖୁଆଇ ଚାଲିବାକୁ ପଡିବ। ସମସ୍ତେ ଟେକ୍ନୋଲୋଜିର ସାହାରା ନେବା ଦରକାର କିନ୍ତୁ କଣ ସମସ୍ତେ ଏଥି ପାଇଁ ସକ୍ଷମ ଅଟନ୍ତି। ଯଦି ଆମେ ଭାବିବା ମୋ ପାଖରେ କିଛି ଟେକ୍ନୋଲୋଜି ନାହିଁ ମୁ କେମିତି ପଢିବି , ଏ ସବୁ କହି ଆମେ ନିଜକୁ ମୂର୍ଖ ବନାଇଥାଉ। ଚାଲନ୍ତୁ ଜାଣିବା ପାଠ ମନ ରଖିବା ପାଇଁ କିଛି ସହଜ ଉପାୟ।

୧ . ଗୋଟେ ସମୟରେ ଗୋଟେ ଜିନିଷ ପଢିବା, ଆମର ସବୁବେଳେ ଅସୁବିଧା ହୋଇଥାଏ। ଗଣିତ ପଢିବାକୁ ଗଲା ବେଳେ ଇଂରାଜୀ ଅସୁବିଧା , ଏମିତି ଅନେକ ଅସୁବିଧା ଆପଣ ସମ୍ମୁଖିନ କରୁଥିବେ। କିନ୍ତୁ ଗୋଟେ କଥା ଆପଣ ସବୁବେଳେ ମନେ ରଖିବା ଉଚିତ ଯେ ଯେତେବେଳେ ବି ଯାହା ପଢୁଛନ୍ତି ରିଲାକ୍ସ ହୋଇ ପଢନ୍ତୁ। ଆଉ ଗୋଟେ ଘଣ୍ଟା ପର୍ଯ୍ୟନ୍ତ ଏହି ବିଷୟ ପଢିବି ଏମିତି ମନରେ ସ୍ଥିର କରିନିଅନ୍ତୁ।

୨. ଆପଣ ଯାହା ବି ପଢୁଛନ୍ତି ତାକୁ ଅନ୍ୟ ଆଗରେ ନିଶ୍ଚିତ ଶୁଣନ୍ତୁ , ସେ ସାଙ୍ଗ କିମ୍ବା ପରିବାରର କିଏ ବି ହୋଇଥାନ୍ତୁ। କାହା ଆଗରେ କିଛି ନ ଦେଖିକି ଥରେ କୁହନ୍ତୁ , ଦେଖିବେ ଏହା ଆପଣଙ୍କୁ ବହୁତ ଦିନ ପର୍ଯ୍ୟନ୍ତ ମନେ ରହିବ ।

୩. ରାତି ଖାଇବା , ରାତି ଖାଇବା ସବୁବେଳେ ଲିମିଟରୁ ଟିକିଏ କମ ହେବା ଦରକାର କାରଣ ଯଦି ଆପଣ ଅଧିକ ଖାଉଛନ୍ତି ତ ଆପଣ ବହି ପାଖରେ ବସିବା ମାତ୍ରେ ଆପଣଙ୍କୁ ନିଦ ଆସିବ। ଆପଣ ପାଠରେ ଧ୍ୟାନ ଦେଇ ପାରିବେ ନାହିଁ ।

୪. ଜେବେବି ଆପଣ ପାଠ ପଢୁଛନ୍ତି ପାଖରେ ଗୋଟେ ହାଇଲାଇଟର ପାଖରେ ରଖନ୍ତୁ। ଏଥିରେ ଯାହା ବି ଜରୁରୀ ପଏଣ୍ଟ ଥିବ ତାକୁ ମାର୍କ କରୁଥିବେ। କାରଣ ଭିଯୁଆଲାଇଜେସନ ବହୁତ ଜରୁରୀ ପାଠରେ । କାରଣ ଜେବ ଆପଣ ଗୋଟେ ଫିଲ୍ମ ଦେଖୁଛନ୍ତି ତାହା ଆପଣଙ୍କ ମୁଣ୍ଡରେ ବହୁତ ଦିନ ପର୍ଯ୍ୟନ୍ତ ରହିଥାଏ।

Leave a Reply

Your email address will not be published. Required fields are marked *