ଏହି ସବୁ ରାଶିର ବ୍ୟକ୍ତି ହୋଇଥାନ୍ତି ଅଧିକ ରୋମାଣ୍ଟିକ୍, ନିଜ ସାଥିର ଖୁସି ପାଇଁ କିଛି ବି କରିପାରନ୍ତି

ପ୍ରେମ ଏବଂ ବିବାହକୁ ଜ୍ୟୋତିଷ ଶାସ୍ତ୍ରରେ ବହୁତ ଗୁରୁତ୍ୱ ଦିଆଯାଏ । ଆଜି ଜାଣିବା ରାଶି ଅନୁସାରେ, କେଉଁ ରାଶିର ବ୍ୟକ୍ତି ଅଧିକ ରୋମାଣ୍ଟିକ୍ ହୋଇଥାନ୍ତି?

ମେଷ:

ମେଷ ରାଶିର ବ୍ୟକ୍ତି ଅଧିକ ସାହସ, ଆତ୍ମବିସ୍ୱାସ ହୋଇଥାନ୍ତି। ବନ୍ଧୁ ହେଉ କିମ୍ବା ପ୍ରେମ ସବୁପ୍ରକାର ସମ୍ପର୍କକୁ ବଜାୟ ରଖିବାରେ ଏମାନେ ମାହିର୍ ଥାଆନ୍ତି। ଯଦି ଏହି ରାଶିର ବ୍ୟକ୍ତି କାହାକୁ ପ୍ରେମ କରନ୍ତି ତେବେ ନିଷ୍ଠାର ସହ ହିଁ ଭଲ ପାଇଥା’ନ୍ତି। ଏମାନେ ନିଜ ସାଥୀକୁ ପ୍ରେମ କରିବା ସହ ସାଥୀଙ୍କ ଠାରୁ ବି ସେହିଭଳି ପ୍ରେମ ପାଇବାକୁ ଆଶା ରଖିଥାନ୍ତି।

ବୃଷ:

ବୃଷ ରାଶିର ବ୍ୟକ୍ତି ଯେଉଁ ବ୍ୟକ୍ତଙ୍କୁ ହୃଦୟରେ ସ୍ଥାନ ଦିଅନ୍ତି, ସେମାନଙ୍କୁ କୌଣସି ପରିସ୍ଥିତିରେ ଧୋକା ଦିଅନ୍ତି ନାହିଁ। ଏମାନେ ଅତ୍ୟନ୍ତ ଶାନ୍ତ ସ୍ୱଭାବର ହୋଇଥିଲେ ମଧ୍ୟ ଏମାନଙ୍କୁ ନିଜର କରିବା ସହଜ କଥା ନୁହେଁ।

ମିଥୁନ:

ମିଥୁନ ରାଶିର ବ୍ୟକ୍ତି ସବୁବେଳେ ହସଖୁସିରେ ରହିବା ଓ ମଜା ମସ୍ତି କରିବାକୁ ପସନ୍ଦ କରନ୍ତି। ତେଣୁ ବୋରିଂ ପାର୍ଟନରଙ୍କ ସହିତ ସମ୍ପର୍କ ଠିକ୍ ଭାବେ ଚାଲି ପାରିନଥାଏ। ଏମାନେ ସବୁବେଳେ ନିଜ ହିସାବରେ ଚଳିବାକୁ ପସନ୍ଦ କରନ୍ତି। ବିଶେଷ କରି ମକର ରାଶି ସହ ବୈବାହିକ ଜୀବନ ସଫଳ ହୋଇନଥାଏ।

କର୍କଟ:

ଭାବନାର ଗଭୀର ସାଗର ହେଉଛନ୍ତି କର୍କଟ ରାଶିର ବ୍ୟକ୍ତି। ଏମାନେ ଯେବେ କାହା ପ୍ରେମରେ ପଡ଼ନ୍ତି, ତେବେ ପୂର୍ଣ୍ଣରୂପରେ ସେମାନଙ୍କର ହୋଇ ଯା’ନ୍ତି। କିନ୍ତୁ ଯେଉଁ ଲୋକମାନେ କେବଳ ନିଜ କଥା ହିଁ ଭାବନ୍ତି ଓ ନିଜ ଦୁନିଆରରେ ହିଁ ବଞ୍ଚନ୍ତି, ସେମାନଙ୍କ ସହ କର୍କଟ ରାଶିଧାରୀ ବ୍ୟକ୍ତିଙ୍କର ପଡ଼େ ନାହିଁ। ତେଣୁ ଏମାନେ କେବେ ହେଲେ କୁମ୍ଭ ରାଶି ବ୍ୟକ୍ତିଙ୍କୁ ବିବାହ କରିବା ଉଚିତ୍ ନୁହେଁ।

ସିଂହ :

ଏମାନେ ଆକର୍ଷଣ ଓ ଆତ୍ମ ବିସ୍ୱାସରେ ଭରପୁର ହୋଇଥା’ନ୍ତି। ତେବେ ବୈବାହିକ ଜୀବନରେ ଏମାନେ ଶାରୀରିକ ସମ୍ପର୍କକୁ ନେଇ ନିଜ ସାଥୀକୁ ନିରାଶ କରନ୍ତି। ହେଲେ ଏମାନଙ୍କର ଏପରି ଗୋଟିଏ ଗୁଣ ଅଛି, ଯାହା ସମ୍ପର୍କ ଭାଙ୍ଗିବାର ମୂଳ କାରଣ ହୋଇପାରେ, ତାହା ହେଉଛି ଏହି ରାଶିର ବ୍ୟକ୍ତିଙ୍କ ଜିଦ୍ଦି ପ୍ରକୃତି। ତେବେ ଅନ୍ୟ କେଉଁ କଥାରେ ଏମାନେ ସାଥୀଙ୍କୁ ନିରାଶ କରନ୍ତି ନାହିଁ।

କନ୍ୟା :

ଯଦି ଆପଣ ନିଜ ସାଥୀଙ୍କର ସମ୍ପୂର୍ଣ୍ଣ ଆକର୍ଷଣ ପାଇବାକୁ ଚାହାନ୍ତି, ସାଥୀ ଆପଣଙ୍କ ପ୍ରତି ସମର୍ପିତ ହୋଇଯାଉ ବୋଲି ଚାହାନ୍ତି, ତେବେ କନ୍ୟା ରାଶିର ବ୍ୟକ୍ତିଙ୍କୁ ବିବାହ କରନ୍ତୁ ନାହିଁ। କାରଣ ଏମାନେ ସବୁବେଳେ ନିଜ ହିସାବରେ ହିଁ କାମ କରନ୍ତି। ଯଦି ଏମାନେ କାହାକୁ ଭଲ ପା’ନ୍ତି, ତେବେ ଏହାକୁ ପରିପ୍ରକାଶ କରିବାକୁ ପଛାନ୍ତି ନାହିଁ । ହେଲେ ଯଦି ଏମାନଙ୍କୁ କିଏ ଗର୍ବ ବା ଅହଂକାର ଦେଖାଏ, ତେବେ ଏମାନେ ତାଙ୍କୁ ଆଦୌ ସହ୍ୟ କରିପାରନ୍ତି ନାହିଁ।

ତୁଳା :

ଏହି ରାଶିର ବ୍ୟକ୍ତି ନିଜ ସାଥୀଙ୍କ ସହ ସବୁ ପ୍ରକାରର ଖୁସି ବାଣ୍ଟିବାକୁ ଭଲ ପା’ନ୍ତି। ଏମାନେ ନିଜ ସାଥୀର ସମସ୍ତ ଇଚ୍ଛା ପୂର୍ଣ୍ଣ କରନ୍ତି। କିନ୍ତୁ ଏମାନଙ୍କୁ ଯଦି କିଏ ନିଜ ହାତମୁଠାରେ ରଖିବାକୁ ଚେଷ୍ଟା କରନ୍ତି, ତେବେ ସେମାନଙ୍କ ସହ ଏମାନେ ବେଶିଦିନ ରହିପାରନ୍ତି ନାହିଁ। ଏମାନେ କନ୍ୟା ରାଶିର ବ୍ୟକ୍ତିଙ୍କ ସହ ବିବାହ କରିବା ଉଚିତ୍ ନୁହେଁ।

ବିଛା :

ପ୍ରେମରେ ପଡ଼ିବା ଓ ଏଥିରେ ବୁଡ଼ିଯବା ଏହି ରାଶିର ସ୍ୱଭାବ। ଏମାନେ ନିଜ ସାଥୀର ପ୍ରେମରେ ଏତେ ବୁଡ଼ି ଯାଆନ୍ତି ଯେ ସେମାନଙ୍କ ସହ ଏକ ଅଲଗା ଦୁନିଆ ତିଆରି କରିବାର ସ୍ୱପ୍ନ ଦେଖନ୍ତି। ଏମାନଙ୍କର ମେଷ ରାଶି ସହ ଭଲ ପଡ଼େ ନାହିଁ।

ଧନୁ :

ଏମାନେ ସବୁବେଳେ ନିଜ ସାଥୀଙ୍କ ସହ ଭିନ୍ନ ଭିନ୍ନ ଶୈଳୀରେ ସମୟ ବିତାଇବାକୁ ଆଗ୍ରୀ। ତେଣୁ ଏମାନଙ୍କର ବୃଷ ରାଶି ସହ ଆଦୌ ପଡ଼େ ନାହିଁ। କାରଣ ବୃଷ ରାଶିର ବ୍ୟକ୍ତି ନିଜ ବ୍ୟସ୍ତମୟ ଜୀବନରୁ ସାଥୀଙ୍କ ସହ ମଜା ମସ୍ତି କରିବା ପାଇଁ ସମୟ ବାହାର କରିପାରନ୍ତି ନାହିଁ।

ମକର :

ଏମାନେ ସଚ୍ଚା, ବିଶ୍ୱାସୀ ଓ ମହତ୍ୱାକାଂକ୍ଷୀ । ଏମାନେ ନିଜ ସାଥୀଙ୍କ ପାଖରୁ ମଧ୍ୟ ଏହିସବୁ ଜିନିଷ ଚାହିଁଥାନ୍ତି। ଏମାନେ ନିଜ ସାଥୀଙ୍କ ସମସ୍ତ ଇଚ୍ଛା ପ୍ରତି ଧ୍ୟାନ ରଖନ୍ତି। ତେବେ ଏମାନେ କେବେ ବି ମିଥୁନ ରାଶିର ବ୍ୟକ୍ତିଙ୍କୁ ବିବାହ କରିବା ଉଚିତ୍ ନୁହେଁ। କାରଣ ମିଥୁନ ରାଶିର ବ୍ୟକ୍ତି କେବଳ ନିଜ ମନ କଥା ହିଁ ଶୁଣନ୍ତି।

କୁମ୍ଭ:

ଏମାନେ ନିଜ ସାଥୀ ପ୍ରତି ଅନେକ ସମର୍ପିତ ଥା’ନ୍ତି। ଏମାନେ ଅନ୍ୟ କାହାର ଧ୍ୟାନ ନ ରଖିଲେ ମଧ୍ୟ କେବେ କାହାକୁ ଧୋକା ଦିଅନ୍ତି ନାହିଁ। ଏମାନେ କେବଳ ସାଥୀର ବିଶ୍ୱାସ ଜିତିବାକୁ ଚାହାନ୍ତି। ତେବେ ଏହି ରାଶିର ବ୍ୟକ୍ତି କେବେ ହେଲେ କର୍କଟ ରାଶିର ବ୍ୟକ୍ତିଙ୍କୁ ବିବାହ କରିବା ଉଚିତ୍ ନୁହେଁ।

ମୀନ:

ରୋମାନ୍ସ ଏମାନଙ୍କ ଭିତରେ ଭରି ଭରି ରହିଥାଏ। ଯଦି ଆପଣଙ୍କ ସାଥୀଙ୍କ ରାଶି ମୀନ ହୋଇଥାଏ, ତେବେ ଆପଣ ଭ୍ୟାଗ୍ୟଶାଳୀ। କାରଣ ପ୍ରେମକୁ ପରିପ୍ରକାଶ କରିବା ଓ ସମ୍ପର୍କ ବଜାୟ ରଖିବା ଏହି ରାଶିର ବ୍ୟକ୍ତିଙ୍କଠାରୁ ଶିଖିବା ଉଚିତ୍। ପ୍ରେମ ପରୀକ୍ଷାରେ ଏମାନେ ସବୁବେଳେ ୧୦୦ ରୁ ୧୦୦ ମାର୍କ ରଖନ୍ତି। ହେଲେ ଏମାନେ ଅନେକ କୋମଳ ହୃଦୟର। ଯଦି ଏମାନଙ୍କୁ ଅନୁଭବ ହୁଏ ଯେ ତାଙ୍କ ସାଥୀ ତାଙ୍କୁ ସେତିକି ଗୁରୁତ୍ୱ ଦେଉନାହାନ୍ତି, ତେବେ ଏମାନେ ଭାଙ୍ଗି ପଡ଼ନ୍ତି। କାରଣ ଏମାନେ ସବୁବେଳେ ହୃଦୟରୁ ଭାବନ୍ତି। ଏମାନଙ୍କୁ କନ୍ୟା ରାଶି ବ୍ୟକ୍ତିଙ୍କ ଠାରୁ ଦୂରେଇ ରହିବା ଉଚିତ୍। କାରଣ କନ୍ୟା ରାଶିର ବ୍ୟକ୍ତିମାନେ ହୃଦୟରୁ ନୁହେଁ, ବରଂ ମସ୍ତିଷ୍କରୁ ଚିନ୍ତା କରିଥାନ୍ତି।।

Leave a Reply

Your email address will not be published. Required fields are marked *