ଥାଇରଏଡ଼ କୁ ନିୟନ୍ତ୍ରଣ କରିଥାଏ ଏହି ସବୁ ଖାଦ୍ୟ ଜାଣି ନିଅନ୍ତୁ ସଂପୂର୍ଣ୍ଣ ବିବରଣୀ

ବନ୍ଧୁଗଣ ଆଜିକାଲି ପ୍ରାୟତଃ କିଛି ଲୋକଙ୍କ ଠାରେ ଥାଇରଏଡ ସମସ୍ଯା ଦେଖା ଯାଉଛି । ଯାହା ଫଳରେ ସେମାନେ ନାହିଁ ନ ଥିବା ସମସ୍ୟାର ସମୁଖିନ୍ନ ହେଉଛନ୍ତି । ତେବେ ଏମିତି କିଛି ଖାଦ୍ୟ କାହା ଥାଏରଏଡ ରୋଗୀଙ୍କ ପାଇଁ ଉପଯୁକ୍ତ ନୁହେଁ । କିନ୍ତୁ ଏମିତି ବି କିଛି ଖାଦ୍ୟ ଅଛି ଯାହା ସେମାନଙ୍କ ପାଇଁ ଲାଭଦାୟକ ଅଟେ । ଏହି ସବୁ ଖାଦ୍ୟକୁ ଭୋଜନରେ ସାମିଲ କରାଗଲେ ଏହା ଔଷଧ ଅପେକ୍ଷା ଅଧିକ ଭଲ ଫଳ ଦେଇଥାଏ । ଥାଇରଏଡ ଏମିତି ଏକ ସମସ୍ଯା ଯାହାକୁ ଭଲ କରିବାକୁ ଅଧିକ ସମୟ ଲାଗିଥାଏ । ଆଜି ଆମେ ଜାଣିବା ଥାଇରଏଡ କଣ୍ଟ୍ରୋଲ କରିବାକୁ କେଉଁ ଖାଦ୍ୟ ଖାଇବା ଉଚିତ ।

୧- ନଡିଆ ତେଲ : ନଡିଆ ତେଲ ଶରୀରରେ ମୋଟାପଣ ରୋକିବା ପାଇଁ ଲାଭଦାୟକ ହୋଇଥାଏ । ଥାଇରଏଡ ସମସ୍ଯା ଶରୀରର ମେଟାବୋଲିଜିମକୁ କମଜୋର କରିଥାଏ । ତେଣୁ ବ୍ୟକ୍ତି ଧୀରେ ଧୀରେ ମୋଟା ହୋଇଥାଏ । ପ୍ରତିଦିନ ଥାଇରଏଡ ରୋଗୀ ନଡିଆ ତେଲ ସେବନ କରିବା ଉଚିତ ।

୨- ଦହି : ଦହି ଏମିତି ଜିନିଷ ଯାହାର ଏବନ ଥାଇରଏଡ ରୋଗୀ କରିବା ଆବଶ୍ୟକ । ଏଥିରେ ଭିଟାମିନ-ଡି, ଆୟୋଡିନ ରହିଥାଏ । ଯାହା ଥାଇରଏଡ ହରମୋନ ପାଇଁ ଲାଭଦାୟକ ରହିଥାଏ ।

୩- ଧନିଆ ପତ୍ର : ଧନିଆ ପତ୍ରରୁ ଆରମ୍ଭ କରି ସବୁ ପ୍ରକାରର ଧନିଆ ଥାଇରଏଡ ରୋଗକୁ କମ କରିବା ପାଇଁ ଲାଭଦାୟକ ହୋଇଥାଏ । ସପ୍ତାହକୁ ୩ ଥର ଧନିଆ ପତ୍ର ଜୁସ ବା ଧନିଆ ପାଣି ସେବନ କରନ୍ତୁ ।

୪- ଅଶ୍ଵଗନ୍ଧା : ଏହା ଏମିତି ପ୍ରାଚୀନ ଅଶୁଦ୍ଧ ଯାହାକୁ ଥାଇରଏଡ ରୋଗୀ କରିବା ଜରୁରୀ ଅଟେ । ଏହାର ପାଉଡର ପ୍ରତିଦିନ ପାଣିରେ ସେବନ କରିବା ଉଚିତ ।

୫- ଅଦା : ଅଦା ଥାଇରଏଡ ସମସ୍ୟାରେ ଲାଭଦାୟକ ହୋଇଥାଏ । ଅଦା, ଲେମ୍ବୁ,ମହୁରେ ତିଆରି ଚାହା ସେବନ କରିବା ଲାଭପ୍ରଦ ଅଟେ । ଯାହା ହରମୋନକୁ କଣ୍ଟ୍ରୋଲ କରିଥାଏ ।

୬- ପାଳଙ୍ଗ ଶାଗ ; ପାଳଙ୍ଗ ସାଗରେ ଆଇରନ, କ୍ୟାଲସିୟମ, ଜିଙ୍କ, ଭିଟାମିନ-ସି, ମ୍ୟାଗ୍ନେସିୟମ ରହିଥାଏ । ଯାହା ଥାଇରଏଡ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ । ପାଳଙ୍ଗ ଶାଗକୁ ୫ରୁ ୧୦ ମିନିଟ ଯାଏଁ ବୁଡାଇ ଲେମ୍ବୁ ରସ ଆଡ କରି ଏହାର ଜୁସ ସେବନ କରନ୍ତୁ ।

୭- ମାଛ : ଥାଇରଏଡ ରୋଗୀ ମାଛର ସେବନ କରିବା ଉଚିତ । ଫ୍ରାଏ ହୋଇଥିବା ମାଛ ଥାଇରଏଡ ରୋଗୀଙ୍କ ପାଇଁ କ୍ଷତିକାରକ ହୋଇଥାଏ ।

୮- ଡାଲଚିନି : ଥାଇରଏଡ ରୋଗ ଶରୀରର ମେଟାବୋଲିଜିମକୁ ଖରାପ କରି ଦେଇଥାଏ । ଯାହା ଫଳରେ ଥକାପଣ, ମୋଟାପା ବଢିଥାଏ । ତେଣୁ ଡାଲଚିନୀର ସେବନ କରିବା ଉଚିତ । ଏହାର ପାଉଡର ଉଷୁମ ପାଣି ବା ମହୁରେ ମିଶାଇ ସେବନ କରିବା ଉଚିତ ।

୯- ଗାଜର : ପ୍ରତେକ ଦିନ ଥାଇରଏଡ ରୋଗୀ ଗୋଟେ ଲେଖାଏଁ ଗାଜର ଖାଇବା ଉଚିତ । ଏହାକୁ ସାଲାଟ କରି ମଧ୍ୟ ଖାଇପାରିବେ ।

୧୦- ଆମଲା : ଆମଲା ଥାଇରଏଡ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ । ଏହାର ଜୁସ ବା ପାଉଡର ମହୁ ସହ ସେବନ କରିପାରିବେ । ବନ୍ଧୁଗଣ ଆପଣଙ୍କୁ ଆମ ହେଲଥ ଟିପ୍ସଟି କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *