ଟିଭି ସିରିୟଲ ‘ୟେ ରିସ୍ତା କ୍ୟା କେହଲାତା ହୈ’ ରେ କାମ କରି ବର୍ତ୍ତମାନ ପର୍ଯ୍ୟନ୍ତ ପସ୍ତାଉଛନ୍ତି ‘ହିନା ଖାଁ’, ବହୁତ ବର୍ଷ ପରେ ଖୋଲିଲେ ରାଜ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ‘ହିନା ଖାଁ’ ଙ୍କ ସମ୍ବନ୍ଧରେ କହିବୁ । ବନ୍ଧୁଗଣ ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ରୁ ନେଇ ବଲିଉଡ ପର୍ଯ୍ୟନ୍ତ ନିଜର ପରିଚିତ ସୃଷ୍ଟି କରିଥିବା ଅଭିନେତ୍ରୀ ‘ହିନା ଖାଁ’ ବର୍ତ୍ତମାନ ସମୟରେ ପ୍ରାୟତଃ ଚର୍ଚ୍ଚା ରେ ଆସୁଛନ୍ତି । ଏହି ଅଭିନେତ୍ରୀ ଜଣକ ‘ବିଗ ବସ୍ ୧୪’ ରେ ନିଜର ତୁଫାନି ଅନ୍ଦାଜ ରେ ଦର୍ଶକ ମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲେ । ତାଙ୍କର ଏହି ଅନ୍ଦାଜ ଦର୍ଶକ ମାନଙ୍କୁ ବହୁତ ମାତ୍ରା ରେ ପସନ୍ଦ ଆସିଥିଲା ।

ଏହି ସବୁ ପରେ ହିନା ଖାଁ ଙ୍କ ସହିତ ଜଡ଼ିତ କିଛି ଏଭଳି ଖବର ସାମ୍ନା କୁ ଆସୁଛି ଯାହା ଆପଣ ମାନେ ମଧ୍ୟ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ବନ୍ଧୁଗଣ ଖବର ଏହା ଯେ, ଟିଭି ସିରିଆଲ ରେ ଅଭିନୟ କରି ହିନା ଖାଁ ବର୍ତ୍ତମାନ ପର୍ଯ୍ୟନ୍ତ ଅନୁତାପ କରୁଛନ୍ତି । ଏହି ଖବର ରେ କେତେ ଦୂର ସତ୍ୟତା ରହିଛି ଆସନ୍ତୁ ଜାଣିବା ।

ବନ୍ଧୁଗଣ ଅଭିନେତ୍ରୀ ‘ହିନା ଖାଁ’ ଷ୍ଟାର ପ୍ଲସ ରେ ପ୍ରସାରିତ ଟିଭି ସିରିଆଲ ‘ୟେ ରିସ୍ତା କ୍ୟା କେହଲାତା ହେ’ ରେ ଅକ୍ସରା ନାମକ ଚରିତ୍ର ରେ ଅଭିନୟ କରି ନିଜ କ୍ୟାରିଆର ର ଆରମ୍ଭ କରିଥିଲେ । ଏହି ସିରିଆଲ ପାଇଁ ଅଭିନେତ୍ରୀ ହିନା ଖାଁ ବହୁତ ମାତ୍ରା ରେ ପ୍ରସିଦ୍ଧି ଲାଭ କରିଥିଲେ । ଏହି ସିରିଆଲ ରେ ଅଭିନୟ କରିବା ପରେ ହିନା ଘରେ ଘରେ ଅକ୍ସରା ନାମରେ ପରିଚିତ ଥିଲେ ।

ବନ୍ଧୁଗଣ ଏହି ଟିଭି ସିରିଆଲ ରୁ ଏତେ ମାତ୍ରା ରେ ପ୍ରସିଦ୍ଧି ଲାଭ କରିବା ପରେ ଶେଷରେ ହିନା ଖାଁ ଏହି ସୋ କୁ ଛାଡ଼ି ଦେଇଥିଲେ କାରଣ ସେ ନିଜର ଅନ୍ୟ ପ୍ରୋଜେକ୍ଟ ରେ କାମ କରିବା ପାଇଁ ଚାହୁଁଥିଲେ । ଅଭିନେତ୍ରୀ ହିନା ଖାଁ ବହୁତ ବର୍ଷ ପରେ ମିଡିଆ ସାମ୍ନା ରେ ଏହା କହିଥିଲେ ଯେ, ସେ ଏହି ସୋ ରେ କାମ କରିବା ଦ୍ୱାରା ତାଙ୍କ ହାତରୁ ବହୁତ ବଡ଼ ବଡ଼ ପ୍ରୋଜେକ୍ଟ ହାତଛଡା ହୋଇଯାଇ ଥିଲା ।

ଅଭିନେତ୍ରୀ ହିନା ଖାଁ ଏକ ଇଣ୍ଟରଭ୍ୟୁ ରେ କହିଥିଲେ ଯେ ତାଙ୍କୁ ଟେଲିଭିଜନ ଅଡିସନ ରେ ପ୍ରଥମରୁ ସିଲେକ୍ଟ କରାଯାଇଥିଲା । ଏହା ତାଙ୍କ ପାଇଁ ସହଜ ଥିଲା କିନ୍ତୁ ସେ ଏହାପରେ ନିଜ ଜୀବନରେ ଷ୍ଟ୍ରଗଲ କରିଥିଲେ ।
ହିନା ଖାଁ କହିଥିଲେ ଯେ, ସେ ଦୀର୍ଘ ସମୟ ଧରି ଏହି ସିରିଆଲ ରେ କାମ କରିଥିଲେ ଏବଂ ଏହି ସିରିଆଲ ରେ କାମ କରୁଥିବା ସମୟରେ ତାଙ୍କୁ ବହୁତ ଫିଲ୍ମ ର ଅଫର ଆସିଥିଲା କିନ୍ତୁ ହିନା ଖାଁ ସେହି ଅଫର ଗୁଡ଼ିକୁ ପ୍ରତ୍ୟାଖ୍ୟାନ କରିଥିଲେ ।

ଏହି ସିରିଆଲ ଛାଡ଼ିବା ପରେ ହିନା ଖାଁ ଙ୍କୁ ଅନ୍ୟ ପ୍ରୋଜେକ୍ଟ ରେ କାମ କରିବା ପାଇଁ ବହୁତ ଷ୍ଟ୍ରଗଲ ର ସାମ୍ନା କରିବାକୁ ପଡ଼ିଥିଲା ଏବଂ ସେ ଏହି ସୋ କୁ ଛାଡ଼ି ଆଗକୁ ବଢ଼ିବାକୁ ଚେଷ୍ଟା କରିଥିଲେ ଯାହା ତାଙ୍କ ପାଇଁ ଆଦୋୖ ସହଜ ନଥିଲା । ଅଭିନେତ୍ରୀ ହିନା ଖାଁ ଙ୍କ ମତରେ ଏହି ସୋ ରେ ଦୀର୍ଘ ସମୟ ଧରି କାମ କରିବା ପରେ ଦର୍ଶକ ମାନଙ୍କ ମନରେ ତାଙ୍କ ଇମେଜ ରୁଢ଼ିବାଦୀ ବନେଇ ଦେଇଥିଲା, ଯାହାକୁ ସେ ଭାଙ୍ଗିବାକୁ ଚାହୁଁଥିଲେ ଏବଂ ଏହି କାରଣ ରୁ ସେ ଏହି ସୋ କୁ ଛାଡ଼ିବାର ନିଷ୍ପତ୍ତି ନେଇଥିଲେ ।

ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଅଭିନେତ୍ରୀ ହିନା ଖାଁ ଙ୍କୁ ‘ମୋଷ୍ଟ ଡିଜାଇନେବଲ ୱମେନ ଅନ ଟେଲିଭିଜନ ୨୦୧୯’ ର ଆୱାର୍ଡ ମିଳିଥିଲା । ଟିଭି ସିରିଆଲ ୟେ ରିସ୍ତା କ୍ୟା କେହଲାତା ରେ ଜଣେ ସଂସ୍କାରୀ ବୋହୁ ର ଭୂମିକା ରେ ଅଭିନୟ କରି ଥିବା ହିନା ଖାଁ ଯେବେ ବିଗ୍ ବସ୍ କୁ ଆସିଥିଲେ ସେବେ ତାଙ୍କର ଅନ୍ଦାଜ ଦେଖି ଦର୍ଶକ ମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଏହା ଛଡ଼ା ଷ୍ଟାର ପ୍ଲସ ରେ ପ୍ରସାରିତ ଟିଭି ସିରିଆଲ ‘କସୋଟି ଜିନ୍ଦଗି କି’ ରେ କୋମଲିକା ର ଭୂମିକା ରେ ଅଭିନୟ କରି ଦର୍ଶକ ମାନଙ୍କ ମନକୁ କିଣି ନେଇଥିଲେ । କିଛି ଦିନ ପୂର୍ବରୁ ତାଙ୍କୁ କଲର୍ସ ଚ୍ୟାନେଲ ରେ ପ୍ରସାରିତ ପପୁଲାର ଟିଭି ସିରିଆଲ ରେ ‘ନାଗିନ ୫’ ରେ ଦେଖୁବାକୁ ମିଳିଥିଲା । ଏହା ପୂର୍ବରୁ ହିନା ଙ୍କୁ ମୋହିତ ଙ୍କ ସହ ଫିଲ୍ମ ‘ହାକ୍ଡ’ ମଧ୍ୟ କାମ କରି ସାରିଛନ୍ତି ।

ଏହି ଫିଲ୍ମ ରେ ହିନା ଖାଁ ଙ୍କ ପ୍ରଦର୍ଶନ ଦର୍ଶକ ମାନଙ୍କୁ ବହୁତ ମାତ୍ରା ରେ ପସନ୍ଦ ଆସିଥିଲା । ବନ୍ଧୁଗଣ ଯଦିଓ ପୂର୍ବରୁ ହିନା ଖାଁ ଙ୍କ ହାତରୁ ବଡ଼ ବଡ଼ ପ୍ରୋଜେକ୍ଟ ହାତଛଡା ହୋଇଯାଇଥିଲା କିନ୍ତୁ ବର୍ତ୍ତମାନ ହିନା ଖାଁ ଜଣେ ନାମିଦାମୀ କଳାକାର ଭାବରେ ପରିଚିତ ଏବଂ ତାଙ୍କ ସହ ବହୁତ ବଡ଼ ବଡ଼ ମେକର୍ସ ଏବଂ ପ୍ରଡ୍ୟୁସର କାମ କରିବାକୁ ଚାହୁଁଛନ୍ତି ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *