ଟଏଲେଟ ଗଲାବେଳେ ମୋବାଇଲ ବ୍ୟବହାର ପଡିପାରେ ଆପଣାକୁ ମହଙ୍ଗା, ଜାଣନ୍ତୁ କାହିଁକି

ମୋବାଇଲର କ୍ରେଜ଼ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାର ବ୍ୟବହାର ଆମକୁ ମନେକ କ୍ଷେତ୍ରରେ ଆମ କାର୍ଯ୍ୟକୁ ଅଧିକ ସରଳ କରୁଛି । ଗତ କିଛି ବର୍ଷ ପୂର୍ବରୁ ଆସିଥିବା ସ୍ମାର୍ଟଫୋନ ଆଜି ଏତେ ଉପଯୋଗୀ ହୋଇପଡିଛି ତାକୁ ଗୋଟେ ଦିନ ବି ନିଜଠୁ ଦୁରେଇ ରଖିବା ଅସମ୍ଭବ । କିଛି ଲୋକ ନିଜ ମୋବାଇଲକୁ ଛାଡି ଗୋଟେ ମିନିଟ ବି ରହିପାରନ୍ତି ନାହିଁ । ଏମିତି କି ସେମାନେ ନିଜ ମୋବାଇଲକୁ ନିଜ ସହ ଟଏଲେଟ ପର୍ଯ୍ୟନ୍ତ ନେଇଯାଇଥାନ୍ତି । ହେଲେ କଣ ଆପଣ ଜାଣନ୍ତି? ମୋବାଇଲକୁ ଟଏଲେଟରେ ବ୍ୟବହାର କରିବା କିପରି କ୍ଷତିକାରକ ହୋଇପାରେ ?

ଆସନ୍ତୁ ଜାଣିବା:

ଆମେ ସାଧାରଣତଃ ନିଜ ମୋବାଇଲକୁ ଆଉ ଟିକେ ଆକର୍ଷଣୀୟ ଓ ଏହାର ସୁରକ୍ଷା ପାଇ ଏଥିରେ କଭର ପକାଇଥାଉ ଯାହା ପ୍ଲାଷ୍ଟିକ କିମ୍ବା ରବରରେ ତିଆରି ହୋଇଥାଏ।ହେଲଥ ଏକ୍ସପେର୍ଟ ମାନଙ୍କ କହିବା ଅନୁଯାୟୀ ଏହି ଦୁଇଟି ଜିନିଷ ଉପରେ ବ୍ୟାକଟେରୀଆ ମାନେ ଅତି ସହଜରେ ଆସି ଲାଗିପାରନ୍ତି ଏବଂ ଶୀଘ୍ର ଏଥିରେ ଯାଇପାରନ୍ତି ନାହିଁ।

ଯଦି ଆମେ ଟଏଲେଟରେ ମୋବାଇଲ ବ୍ୟବହାର କରି ପରବର୍ତୀ ସମୟରେ ଏହାକୁ ବ୍ୟବହାର କରୁ ଏହାର କଭରରେ ଲାଗି ଆସିଥିବା ବ୍ୟାକଟେରୀଆ ଆମ ହାତ ମାଧ୍ୟମରେ ଆମ ଶରୀରକୁ ପ୍ରବେଶ କରି ଅମକୁ ରୋଗାକ୍ରାନ୍ତ କରାଇଥାନ୍ତି। କିଛି ଲୋକ ନିଜସହ ନିଜ ମୋବାଇଲକୁ ନେଇ ଟଏଲେଟ ଯିବାର ଅଭ୍ୟାସ ରଖିଥାନ୍ତି ଯାହା ପରବର୍ତୀ ସମୟରେ ତାଙ୍କୁ ଅସୁସ୍ଥ କରାଇବାରେ ସହାୟକ ହୋଇଥାଏ।

ଏହା ଏକ ଇଲେକ୍ଟ୍ରୋନିକ ଜିନିଷ ହୋଇଥିବାରୁ ଏଥିରେ ଜୀବାଣୁ ମାନଙ୍କ ପ୍ରଭାବ ଅନେକ ମାତ୍ରାରେ ରହିଥାଏ। ତେଣୁ ଦୁନିଆର ବଡ ବଡ ଡାକ୍ତର ଏବଂ ହେଲ୍ଥ ଏକ୍ସପେର୍ଟ ମାନେ ଟଏଲେଟରେ ମୋବାଇଲ ବ୍ୟବହାର ନ କରିବାକୁ ଉପଦେଶ ଦେଇଥାନ୍ତି।

Leave a Reply

Your email address will not be published. Required fields are marked *