ବାହାରିଲା +୨ ପରୀକ୍ଷାର ତାରିଖ ଓ ସମୟ, ମାର୍ଚ୍ଚ ରୁ ହେବ ପରୀକ୍ଷା, ଜାଣନ୍ତୁ ଏହା ବିଷୟରେ ବିସ୍ତୃତ ଭାବରେ

୨୦୧୯ ମାର୍ଚ୍ଚ ୭ ରୁ ଆରମ୍ଭ ହେବ +୨ ପରୀକ୍ଷା । କଳା, ବିଜ୍ଞାନ, ବାଣିଜ୍ୟ ଧନ୍ଦା ମୂଳକ ଶିକ୍ଷାର ଥିଓରୀ ପରୀକ୍ଷା ମାର୍ଚ୍ଚ ୭ରୁ ଆରମ୍ଭ ହେବ । ମାର୍ଚ୍ଚ ୭ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୦ ଯାଏଁ ଚାଲିବ ପରୀକ୍ଷା ।  ତେବେ ଥିଓରୀ ପୂର୍ବରୁ ସରିବ ପ୍ରାକ୍ଟିକାଲ ପରୀକ୍ଷା । ଜାନୁଆରୀ ୨୮ରୁ ଫେବୃଆରୀ ୮ ମଧ୍ୟରେ ବିଭିନ୍ନ ପ୍ରାକ୍ଟିକାଲ ଓ ପ୍ରୋଜେକ୍ଟ ପରୀକ୍ଷା ହେବ । ଛାତ୍ରଛାତ୍ରୀଙ୍କ ପାଇଁ ଏହା ଏକ ବଡ ଖବର ।

ପ୍ରଥମ ଦିନ ବାଣିଜ୍ୟ ଓ ବିଜ୍ଞାନର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ମାର୍ଚ୍ଚ ୮ ତାରିଖରୁ କଳା ବିଭାଗର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଦିନ ୧୦ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେବେ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *