Trainରେ ମିଳୁନି କି Reservation ? IRCTC ଆଣିଲେ ନୂଆ ” Vikalp Scheme”, କଣ ରହିଛି ଏହାର Benefits ଦେଖନ୍ତୁ

ବନ୍ଧୁଗଣ ଟ୍ରେନ ଯାତ୍ରୀଙ୍କ ଯାତ୍ରାକୁ ସୁଗମ କରିବାକୁ ଭାରତୀୟ ରେଳ ବିଭାଗ ଜାରି କରିଛି ସ୍ଵତନ୍ତ୍ର ସ୍କିମ। ଅନେକ ସମୟରେ ଟ୍ରେନରେ ରିଜର୍ଭଭେସନ ସମ୍ଭବ ହେଉ ନ ଥିବାରୁ ଯାତ୍ରୀ ହଟାହଟ ହୁଅନ୍ତି । ତେଣୁ ଏହି ସମସ୍ୟାରୁ ବର୍ତ୍ତିବାକୁ IRCT କରିଛି ବିକଳ୍ପ ସ୍କିମ । ଅନ୍ୟ ସମୟ ଅପେକ୍ଷା ବିଶେଷ କରି ପାର୍ବଣ ଋତୁରେ ଟ୍ରେନ ଯାତ୍ରୀଙ୍କ ସଂଖ୍ୟା ଅହେତୁକ ଭାବେ ବଢିଯାଏ । ଟ୍ରେନ ଯାତ୍ରୀଙ୍କୁ ରିଜର୍ଭଭେସନ ମିଳିବା କଷ୍ଟକତ ହୋଇଯାଏ ।

ଫଳରେ ଦ୍ଵନ୍ଦରେ ରହି ଟ୍ରେନରେ ଯାତ୍ରା କରିବା ଅପେକ୍ଷା ଟିକେଟ କ୍ୟାନ୍ସଲ କରନ୍ତି ନଚେତ ଯାତ୍ରା ଦିନ ବଦଳାଇବାକୁ ଯାତ୍ରୀ ବାଧ୍ୟ ହୁଅନ୍ତି । ଯାତ୍ରୀଙ୍କ ଏଭଳି ସମସ୍ଯା ଦୂର କରିବାକୁ ଭାରତୀୟ ରେଳ ବିଭାଗ ଆଣିଛନ୍ତି ବିକଳ୍ପ ସ୍କିମ । ତେବେ ଆସନ୍ତୁ ଜାଣିବା ଏହି ସ୍କିମରୁ ଟ୍ରେନ ଯାତ୍ରୀଙ୍କ ପାଇଁ କେମିତି ମିଳିବ ସୁବିଧା । ଆଜିକାଲି ଟିକେଟ ବୁକିଙ୍ଗ ଅନଲାଇନ ମାଧ୍ୟମରେ ହେଉଛି । ଟିକେଟ କାନଫର୍ମ ନ ହୁଏ ତେବେ ଏହାକୁ ରଦ୍ଦ କରିବାକୁ ପଡେ ଓ ଯାତ୍ରୀଙ୍କୁ ତାଙ୍କ ଜମା ଟଙ୍କାର କିଛି ଅଂସ କାଟି ଫେରାଇବାକୁ ପଡିଥାଏ ।

କିନ୍ତୁ ଏହି କନଫର୍ମ ଟିକେଟ ଚାନ୍ସକୁ ବଢାଇବାକୁ ଯାତ୍ରୀ ବିକଳ୍ପ ସ୍କିମର ସାହାଜ୍ଯ ନେଇପାରିବେ । ବିକଳ୍ପ ସ୍କିମ ଅନଲାଇନ ଟିକେଟ ବୁକିଙ୍ଗରେ ବ୍ୟବହାର କାରଜାଏ । ଏହା ଦ୍ଵାରା ଟିକେଟ କିଣିବାକୁ ୧ରୁ ଅଧିକ ଟ୍ରେନ ଚୟନ କରିବାକୁ ପଡେ । ମନେ କରନ୍ତୁ ଆପଣ ଟ୍ରେନର ଟିକେଟ ବୁକିଙ୍ଗ କରିଛନ୍ତି ତାହା କନଫାର୍ମ ହୋଇପାରୁ ନାହି । ଏପରି ସ୍ଥିତିରେ ଆପଣ ଯଦି ବିକଳ୍ପ ସ୍କିମର ସାହାଜ୍ଯ ନେଇଥାନ୍ତି ତେବେ ଆପଣଙ୍କୁ ଗନ୍ତବ୍ୟ ସ୍ଥାନରେ ପହଞ୍ଚିବାକୁ ଗୋଟିଏ ନୁହେଁ ଏକାଧିକ ଟ୍ରେନର ଲିଷ୍ଟ ମିଳିଯିବ ।

ଏଥିରେ ଆପଣ ଅନ୍ୟ ଟ୍ରେନରେ ଟିକେଟ କନଫର୍ମ କରିପାରିବେ । ଏହି ସ୍କିମରେ ଆପଣଙ୍କୁ ରିଜର୍ଭଭେସନ ମିଳିବାର ଯଥେଷ୍ଟ ସୁଯୋଗ ରହିଥାଏ । କିନ୍ତୁ ଗୋଟେ କଥା ଧ୍ୟାନ ରଖିବେ ଯଦି ଆପଣ ବିକଳ୍ପ ସ୍କିମ କରିବା ପରେ ଟ୍ରେନ ଲିଷ୍ଟ ଆଉ ନାହି ତେବେ ସେହି ରୁଟ ରେ ଯିବାର କୌଣସି ଟ୍ରେନ ନାହି । କିନ୍ତୁ ଅନ୍ୟ ଟ୍ରେନ ଥିଲେ ଆପଣଙ୍କୁ ଅପସନରେ ଗୋଟିଏ ଦୁଇଟି ନୁହେଁ ଏକାଥରେ ୭ଟି ଟ୍ରେନର ଅପସନ ମିଳିଯିବ ।

ବିକଳ୍ପ ସ୍କିମରେ କ୍ଲିକ କରିବା ପରେ ଆପଣଙ୍କୁ ଲଗାତାର ୭୨ ଘଣ୍ଟା ଯାଏଁ ପ୍ୟାସେଞ୍ଜର ନେମକୁ ଯାଞ୍ଚ କରିବାକୁ ପଡିବ । ଯେଉଁଥିରେ ଆପଣଙ୍କ ପାଇଁ ରିଜର୍ଭଭେସନ କନଫର୍ମ ହୋଇଥିବା ଟ୍ରେନର ନାଁ ଓ ସମୟ ସବୁ କିଛି ଆସିବ । ତେଣୁ ସର୍ବଦା ୱେଟିଙ୍ଗ ଟିକେଟ ସହ ବିକଳ୍ପ ଟିକେଟ ନେବାକୁ ମଧ୍ୟ କ୍ଝେଷ୍ଟା କରନ୍ତୁ । ଏଠାରେ ବିକଳ୍ପ ସ୍କିମରେ ଆପଣଙ୍କ ଟିକେଟ କନଫର୍ମ ହୋଇଗଲା ପରେ ବି ଯଦି ଆପଣଙ୍କର କୌଣସି କାରଣରୁ ଯାତ୍ରା ସ୍ଥଗିତ କରିବାକୁ ପଡେ ତେବେ ଏହି ରିଜର୍ଭଭେସନକୁ ବି କନଫର୍ମ କରିପାରିବେ ।

ଏଥିପାଇଁ ଆପଣଙ୍କୁ TDR ଫାଇଲ କରିବାକୁ ପଡିବ । ରେଳ ବିଭାଗର ଏହି ଯୋଜନା ଆସିବା ପରେ ଟ୍ରେନ ଯାତ୍ରୀ ଅନେକ ମାତ୍ରାରେ ଆଶ୍ଵସ୍ତ ହୋଇଛନ୍ତି । ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *