“ଏ ଅର୍ଚ୍ଚନା, ମୋ ଗିଫ୍ଟ ମୁଁ ତୁମକୁ ରବିବାର ଦେବି ଜମା ମନ ଊଣା କରିବନି…”, କିଏ ଏହି କେନ୍ଦ୍ରାପଡାର ସାନବାବୁ ? Archana ସହ ଖୋଲିଲା ଏହି ବରିଷ୍ଠ ମନ୍ତ୍ରୀଙ୍କ ଲିଙ୍କ ?

ମନ୍ତ୍ରୀ ପ୍ରତାପ ଦେବଙ୍କୁ ଘେରିଲା ଆଳି ବ୍ଲକ କଂରସା । ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗ ଙ୍କ ସହ ମନ୍ତ୍ରୀ ପ୍ରତାପ ଦେବ ଙ୍କ ଲିଙ୍କ ଙ୍କୁ ନେଇ ରାଜା ରାସ୍ତାରେ ସ୍ଵର ଉତ୍ତୋଳନ କରିଛି ଆଳି ବ୍ଲକ ଓ ଯୁବ କଂଗ୍ରେସ । ରହସ୍ୟମୟୀ ଅର୍ଚ୍ଚନା ନାଗ ମାମଲାରେ ପୋଲିସ କରୁଥିବା ଯାଞ୍ଚ ସମୟରେ ସାନ ବାବୁ କିଏ ବୋଲି ଚର୍ଚ୍ଚା ହେଲା । ଲ କଂଗ୍ରେସ କର୍ମୀଙ୍କ କହିବା ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲା ରେ ମନ୍ତ୍ରୀ ପ୍ରତାପ ଦେବ ଙ୍କୁ ସାନ ବାବୁ ନାଁ ରେ ଜାଣନ୍ତି । ଏ କଥା ବି କହିଛନ୍ତି ଯେଉଁ ୧୦୦ ପିଲାର ବିଶିଷ୍ଟ ଘର ନିର୍ମାଣ କଥା ଉଠୁଛି ପ୍ରତାପ ଦେବ ହିଁ ୧୦୦ ପିଲାର ବିଶିଷ୍ଟ ଘର ନିର୍ମାଣ କରିଛନ୍ତି ।

ଯେବେ ଅର୍ଚ୍ଚନା ନାଗ ଙ୍କୁ ନେଇ ଏମିତି କଥା ସାମନାକୁ ଆସୁଛି ସେତେବେଳେ ବ୍ଲକ କଂଗ୍ରେସ ମନ୍ତ୍ରୀ ପ୍ରତାପ ଦେବ ଙ୍କୁ ସିଧା ଟାର୍ଗେଟ କରିଛି । ଆଳି ବ୍ଲକ କଂଗ୍ରେସ କହିଛି ନୈତିକତା ଦ୍ରୁଷ୍ଟି ରୁ ପ୍ରତାପ ଦେବ ମନ୍ତ୍ରୀ ପଦ ରୁ ଇସ୍ତଫା ଦିଅନ୍ତୁ । ସେପଟେ କିନ୍ତୁ ମନ୍ତ୍ରୀ ବିରୁଦ୍ଧରେ କଂଗ୍ରେସ ଆଣିଥିବା ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେଡି ନେତା ତଥା ଆଳି ବ୍ଲକର ୨ ନମ୍ବର ଜୋନ ର ଜିଲ୍ଲା ପରିଷଦ ଭୀଷ୍ମ ମହାନ୍ତି ।

କେବଳ ପ୍ରତାପ ଦେବ ଙ୍କ ନା ନୁହେଁ ଏମିତି ଅନେକ ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗ ଙ୍କ ସହ ଅନେକ ନେତା ସାମିଲ ଅଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏ ନେଇ ମନ୍ତ୍ରୀ ପ୍ରତାପ ଦେବ ଙ୍କ ପ୍ରତିକ୍ରିୟା ମିଳିପାରି ନାହି । ଯେତେବେଳେ ସୋସିଆଲ ମିଡିଆରେ ନେତା ଙ୍କ ସହ ରହସ୍ୟମୟୀ ବ୍ଲାକ ମେଲର ଅର୍ଚ୍ଚନା ନାଗ ଙ୍କ ଫୋଟୋ ଭାଇରାଲ ହେବାରେ ଲାଗିଛି ସେତେବେଳେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରାକାର ଆଲୋଚନା ହେଉଛି ।

ଏ ନେଇ ଆଳି ବ୍ଲକ କଙ୍ଗେସ ନେତା କହିଛନ୍ତି ସିଧା ସଳଖ ପ୍ରତାପ ଦେବ ଙ୍କ ସହ ଅର୍ଚ୍ଚନା ନାଗ ଙ୍କ ସହ ରହିଛି କାରଣ ତାଙ୍କୁ ସାନ ବାବୁ ନାଁ ରେ ଜାନଜାଏ । ପ୍ରତାପ ଦେବ ଯେ ହେତୁ କେନ୍ଦ୍ରପଡା ର ମନ୍ତ୍ରୀ ଅଛନ୍ତି କେନ୍ଦ୍ରାପଡା ର ଭାବ ବିହ୍ଵଳତା କୁ ନଷ୍ଟ କରିଛନ୍ତି ଯେମିତି ସାରଥି ବାବା ପୂର୍ବ ରୁ ନଷ୍ଟ କରିଥିଲେ । ସେଭଳି ଭାବେ ପ୍ରତାପ ଦେବ ଆଜି ନଷ୍ଟ କରିଛନ୍ତି । ଅନ୍ୟ ପକ୍ଷରେ ପ୍ରତାପ ଦେବ ଙ୍କୁ ସପକ୍ଷରେ ବିଜେତା ନେତା କହିଛନ୍ତି କି ପ୍ରତାପ ଦେବ ଙ୍କୁ କହିଲେ ଖାଲି ସାନ ବାବୁ ବୁଝାଉ ନାହି ଆଉ କେହି ବି ଥାଇ ପାରନ୍ତି ।

କଂଗ୍ରେସ ଦଳ ଓ ବିଜେପି ଦଳ ଯେଉଁ ଅଭିଯୋଗ କରିଛନ୍ତି ସେ ଆଗ ନିଜର ଚରିତ୍ରକୁ ଦେଖନ୍ତୁ । ଆଗକୁ ସେ କହିଛନ୍ତି ପ୍ରତାପ ଦେବଙ୍କ ଚରିତ୍ର ଉପରେ ଆଙ୍ଗୁଳି ଉଠାଇବାକୁ ବହୁତ ସମୟ ଲଗିବ ସେ କଣ ଓଡିଶାବାସୀ ଆଉ ଆଳି ନିର୍ବଚନ ମଣ୍ଡଳୀରେ ଜନ ସାଧାରଣ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *