ଟ୍ରେନଯାତ୍ରୀଙ୍କ ପାଇଁ ଖୁସି ଖବର! ଷ୍ଟେସନ ଆସିବା ପୂର୍ବରୁ ଏବେ ମୋବାଇଲକୁ ଆସିବ ଫୋନ କଲ୍…. କିନ୍ତୁ କାହିଁକି ?

ନମସ୍କାର ବନ୍ଧୁଗଣ । ଟ୍ରେନ ଯାତ୍ରୀ ଙ୍କୁ ଆସିଲା ବଡ ଖୁସି ଖବର । ଏଣିକି ଆଉ ଯାତ୍ରୀଙ୍କୁ ରହିବା ନାହି ଷ୍ଟେସନ ଛାଡିବାର ଚିନ୍ତା । ଭାରତୀୟ ରେଲୱେ ପକ୍ଷରୁ ଟ୍ରେନ ସେବା ରେ ଏକ ନୂଆ ସର୍ଭିସ ଉପଲବ୍ଧ କରାଯାଇଛି । ଯେଉଁଥିରେ ଯାତ୍ରୀଙ୍କର ଷ୍ଟେସନ ଛାଡିବାର ପ୍ରାୟ ୨୦ ମିନିଟ ପୂର୍ବ ରୁ ରେଲୱେ ଆପଣଙ୍କୁ ଗଭୀର ନିଦାରୁ ଉଠାଇ ଦେବ । ଏହାର ଅର୍ଥ ହେଉଛି ଯାତ୍ରୀ ମାନେ ବିନା କୌଣସି ଚିନ୍ତାରେ ଆରାମରେ ବିଶ୍ରାମ ନେଇ ପାରିବେ । ତେବେ ଆସନ୍ତୁ ଜାଣିବା ରେଲୱେ ର ଏହି ଖାସ ସୁବିଧା କଣ ରହିଛି ।

ସାଧାରଣତ ଲମ୍ବା ଯାତ୍ରା କାରଣରୁ ରେନ ରେ ଲୋକଙ୍କୁ ନିଦ ହୋଇଯାଏ । ସୋଇଥିବା କାରଣରୁ ଗନ୍ତବ୍ୟ ସ୍ଥଳ ର ଷ୍ଟେସନ ପଳାଇ ଯାଏ । ଫଳରେ ସେମାନଙ୍କର ଇଚ୍ଛା ନ ଥିଲେ ନିଜର ଷ୍ଟେସନ ପହଞ୍ଚିବା ବଦଳରେ ଅନ୍ୟ ଷ୍ଟେସନ ରେ ପହଞ୍ଚି ଯାନ୍ତି । ଯାହା ଫଳରେ ଯାତ୍ରୀ ମାନେ ଅନେକ ଅସୁବିଧାରେ ପଡନ୍ତି । ଏଣୁ ଯାତ୍ରୀଙ୍କର ଏହି ସମସ୍ୟାର ସମାଧାନ ପାଇଁ ରେଲୱେ ପକ୍ଷରୁ ଏକ ନୂଆ ସେବା ଆରମ୍ଭ ହୋଇଛି ।

ସୂଚନା ଅନୁଯାୟୀ ରେଲୱେ ପକ୍ଷରୁ ଏହି ନୂଆ ସେବା ଖୁବ ଜଲ୍ଦି ଲଞ୍ଚ ହେବାକୁ ଯାଉଛି ଯାହାର ନାମ ହେଉଛି ଡେଷ୍ଟିନେସନ ଆଲର୍ଟ ବ୍ୟାକ ଅଫ ଆଲାରାମ । ଟ୍ରେନ ଯାତ୍ରୀ ୧୪୯ ନମ୍ବର ଏନଫରି ସିଷ୍ଟମ ମାଧ୍ୟମରେ ଏହି ଆଲର୍ଟ ସୁବିଧା ପାଇ ପାରିବେ । ଏମିତିକି ଟ୍ରେନର କୌଣସି ଯାତ୍ରୀ ମଧ୍ୟ ଏହି ସୁବିଧାର ଉପୋଭୋଗ କରିପାରିବେ । ଏହି ସୁବିଧା ଯାତ୍ରୀଙ୍କୁ ରାତି ୧୧ଟା ରୁ ସକଳା ୭ଟା ଯାଏଁ ମିଳିବ ।

ଏଥିପାଇଁ ଯାତ୍ରୀଙ୍କୁ ମାତ୍ର ୩ ଟଙ୍କା ଦେୟ ଦେବାକୁ ପଡିବ । ଡେଷ୍ଟିନେସନ ବ୍ୟାକ ଅଫ ଆଲାରାମ ଦ୍ଵାରା ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାର ଠିକ ୨୦ ମିନିଟ ପୂର୍ବରୁ ଯାତ୍ରୀଙ୍କୁ ହୋନକୁ ଏକ ଆଲର୍ଟ ମ୍ଯାସେଜ ପହଞ୍ଚାଇ ଦିଆଯିବ । ଫଳରେ ଯାତ୍ରୀ ମାନେ ଲଗେଜକୁ ଠିକ ଭାବରେ ରଖିବା ସହ ଷ୍ଟେସନରେ ଓଲହାଇ ପାରିବେ । ଡେଷ୍ଟିନେସନ ଆଲର୍ଟ ବ୍ୟାକ ଅଫ ଆଲାରାମ ସେବା ଆରମ୍ଭ କରିବା ସହ ଆରସିତିସି ହେଲ୍ପ ଲାଇନ ନମ୍ବର ୧୩୯ରେ କଲ କରିବାକୁ ପଡିବ ।

ଏହା ପରେ ନିଜର ଭାଷା ଚୟନ କରି ୭ ବା ୨ ନମ୍ବର ଚୟନ କରିବାକୁ ହେବ । ପରେ ଯାତ୍ରୀଙ୍କ ଠାରୁ ୧୦ ଙ୍କର ପିଏନ ନମ୍ବର ପଚରାଯିବ । ପିଏନଆଇ କନଫର୍ମ ହେବା ପରେ ୧ ଡାଏଲ କରିବାକୁ ହେବ । ଏହା ପରେ ପିଏନଆଇ ନମ୍ବର ଭ୍ୟାରିଫିକେସନ କରି ବ୍ୟାକଅପ ସେଟ ଆଲର୍ଟ ହୋଇଯିବ ।

ଯାହା ପରେ ଯାତ୍ରୀଙ୍କ ଫୋନକୁ କନଫର୍ମମେସନ କୋଡ ଦ୍ଵାରା ଏକ ମ୍ଯାସେଜ ଆସିବ । ରେଲୱେରେ ଏହି ସୁବିଧା ଦ୍ଵାରା ଯାତ୍ରୀଙ୍କ ସମସ୍ୟାର ସମାଧାନ ହେବା ସହ ସେମାନେ କିଛି ମାତ୍ରା ରେ ଉପକୃତ ହୋଇ ପାରିବେ ବୋଲି ଆଶା କରା ଯାଉଛି । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *