ପୁଣି ଥରେ ଭିଡିଓ ପୋଷ୍ଟ କରି ନିଜର ଶେଷ ଇଚ୍ଛା ବିଷୟରେ କାହିଁକି ଏମିତି କହିଲେ Anubhab, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସାଂସଦ ତଥା ଓଲିଉଡ ଷ୍ଟାର ଅନୁଭବ ମହାନ୍ତି ଓ ଅଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ବେସ ଭଲ ଭାବେ ଜାଣିଥିବେ । ଦୁହେଁ ପରସ୍ପର ସହ ପ୍ରେମ ବିବାହ କରିଥିଲେ । କିନ୍ତୁ ବିବାହର କିଛି ମାସ ପରେ ଦୁହିଙ୍କ ମଧ୍ୟରେ ପାରିବାରିକ କଳହ ଆରମ୍ଭ ହୋଇଥିଲା । ଯାହାର ପରିଣାମ ସ୍ୱରୂପ ଦୁହେଁ କୋର୍ଟ ର ଦ୍ଵାରସ୍ଥ ହୋଇଥିଲେ । କିନ୍ତୁ ଗତ କିଛି ଦିନ ଅନୁଭବ ମହାନ୍ତି ବର୍ଷା ଙ୍କ ବିରୁଦ୍ଧରେ ଏମିତି କିଛି କହି ଭିଡିଓ ପୋଷ୍ଟ କରୁଛନ୍ତି ଯାହାକୁ ନେଇ ଚର୍ଚ୍ଚା ହେବା ସହ ବିବାଦ ଅଧିକ ବଢିବାରେ ଲାଗିଛି ।

ଯାହାର ପ୍ରତିବାଦ କରି ବର୍ଷା କୋର୍ଟ ରେ ପିଟିସନ ଦାଖଲ କରିଥିଲେ । ତେବେ ମାନ୍ୟବର କୋର୍ଟ ଦୁହିଙ୍କୁ ପରସ୍ପର ବିରୁଦ୍ଧରେ କୌଣସି ପ୍ରକାରର ଭିଡିଓ ପୋଷ୍ଟ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏମିତିକି ବର୍ଷା ଙ୍କୁ ଅନୁଭବଙ୍କ ଘର ଛାଡିବାକୁ ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେବା ପରେ ଅନୁଭବ ୩୦ ହଜାର ଟଙ୍କା ବର୍ଷାଙ୍କୁ ମାସିକ ଖର୍ଚ୍ଚ ଭାବେ ଦେଇ ସାରିଛନ୍ତି ।

କିନ୍ତୁ ଅନେକ ଦିନ ଚୁପ ରହିବା ପରେ ପୁଣି ଠାରେ ଅନୁଭବ ଆଉ ଏକ ଭିଡିଓ ସେୟାର କରିଛନ୍ତି । ପୁଣି ଏକ ନୂଆ ଭିଡିଓ ଜାରି କରିଲେ ସାଂସଦ ଅନୁଭବ ମହାନ୍ତି । ସେ ଏହି ଭିଡିଓ ପୋଷ୍ଟ କରି କହିଛନ୍ତି କି ମୋତେ ତ ଜୀବନରୁ ମାରି ସାରିଲାଣି, ଆଇ ଆମ ଡେଡ କିଛି ଏମିତି ମନ୍ତବ୍ୟ ଦେଇଛନ୍ତି ଅନୁଭବ ବର୍ଷା ଙ୍କୁ ଆକ୍ଷେପ କରି ।

ତେବେ ଯଦି ତାଙ୍କ ଜୀବନର ଶେଷ ଇଚ୍ଛା କଣ ବୋଲି ପଚାରଯାଏ ତେବେ ଅନୁଭା କହିଛନ୍ତି ସେ ଜୀବିତ ରହିବାକୁ ଇଚ୍ଛା କରୁଛନ୍ତି ଯାହା ପୂରଣ ହେଉ ବୋଲି ସେ ଆଶା ରଖିଛନ୍ତି । ତେବେ ଏହି ଭିଡିଓ ରେ ଏତିକି ସ୍ପଷ୍ଟ ହେଉଛି କି ଅନୁଭବ ଆଜି ବି ବର୍ଷା ଙ୍କୁ ବହୁତ ଭଲ ପାଆନ୍ତି । ତାଙ୍କ ମୁହଁ ରେ ସ୍ପଷ୍ଟ ଦେଖା ଯାଉଛି ସେ ବର୍ଷା ଙ୍କୁ କେତେ ଝୁରି ହେଉଛନ୍ତି ।

ବର୍ଷା ହୁଏ ତ ଅନୁଭବଙ୍କ ଘରୁ ଚାଲି ଯାଇଛନ୍ତି କିନ୍ତୁ ତାଙ୍କ ହୃଦୟ ରୁ ଯାଇ ନାହାନ୍ତି । ଅନୁଭବ ଓ ବର୍ଷା ଙ୍କ ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ଯାହାକୁ ନେଇ ତାଙ୍କର ଫ୍ୟାନ୍ସ ମାନେ ମଧ୍ୟ ଚିନ୍ତା ରେ ପଡି ଯାଇଛନ୍ତି । ତେବେ ଦେଖାଯାଉ ଆଗକୁ ଅନୁଭବଙ୍କର ଏହି ଶେଷ ଇଚ୍ଛା କେତେ ମାତ୍ରା ରେ ପୂରଣ ହେଉଛି ।

ଏହା ସହ ସେ ନିଜକୁ ଡେଡ ବୋଲି କହିଛନ୍ତି ତାହା କେତେ ଦୂର ଯୁକ୍ତିଯୁକ୍ତ ବା ଗ୍ରହଣୀୟ ତାହା ସମୟ କହିବ । ବନ୍ଧୁଗଣ ଆପଣ ମାନଙ୍କର ଅନୁଭବ ମହାନ୍ତିଙ୍କର ଏଭଳି ରାଏ ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *