Bhadrakରୁ ମିଳିଲା ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଚମତ୍କାର, ତୁଲସୀ ଗଛରେ ଫୁଟିଲା ମନ୍ଦାର ଫୁଲ- Malika Bachana

ପଞ୍ଚସଖା ମଧ୍ୟରୁ ଜଣେ ଥିଲେ ଅଚ୍ୟୁତାନନ୍ଦ । ଯିଏକି ଜଣେ ମହାପୁରୁଷ ବି ଥିଲେ । ୬୦୦ ବର୍ଷ ତଳେ ସେ ଭବିଷ୍ୟତରେ କଣ ସବୁ ଘଟିବ ଓ କେଉଁ ସମସ୍ତ ଘଟଣା ଦୃଶ୍ୟମାନେ ହେବ ଏହା ବିଷୟରେ ସେ ଏକ ପୁସ୍ତକ ଲେଖି ଯାଇଛନ୍ତି । ଯାହାକୁ ବର୍ତ୍ତମାନ ଆମେ ସମସ୍ତେ ମାଳିକା ନାମରେ ଜାଣିଛୁ । କହିବାକୁ ଗଲେ ମାଳିକାରେ ବର୍ଣିତ ସମସ୍ତ କଥା କାହାକୁ ଭୟଭୀତ କରିବା ପାଇଁ କୁହାଯାଇ ନାହିଁ ।

ସମସ୍ତ ସତର୍କ ରହିବା ପାଇଁ କୁହାଯାଇଛି । ଏହା ସହିତ ସମସ୍ତଙ୍କୁ ସତ ଓ ଧର୍ମ ମାର୍ଗରେ ଯିବା ପାଇଁ ଉପଦେଶ ଦିଆଯାଇଛି । ପାପ, ଖରାପ କର୍ମ ଠାରୁ ଦୂରେଇ ରହିବା ପାଇଁ ମଧ୍ୟ କୁହାଯାଇଛି । କାରଣ ଆପଣ ଯେତେ ଅଧର୍ମ ମାର୍ଗ ଛାଡି ଧର୍ମ ମାର୍ଗକୁ ଯିବେ ସେତିକି ହିଁ ଆପଣ ଶାନ୍ତିରେ ଓ ଖୁସିରେ ରହିବେ ।

ମାଳିକାରେ ବର୍ଣିତ ସମସ୍ତ କଥା ବର୍ତ୍ତମାନ ସମୟରେ ଗୋଟି ଗୋଟି କରି ସତ ବି ପ୍ରମାଣିତ ହେଉଛି । କିନ୍ତୁ ଏହା ସବୁ କେଉଁ ସମୟରେ ହେବ ଏହା ବିଷୟରେ କିଛି ବି ଉଲ୍ଲେଖ କରାଯାଇ ନାହିଁ । ଆଜି ବି ଆମେ ଆପଣଙ୍କୁ ଏକ ଏମିତି ଘଟଣା ବିଷୟରେ କହିବୁ ଯାହା ବିଷୟରେ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ଓ ଆପଣ ପ୍ରଶ୍ନ କରିବେ କଣ ଏହିଭଳି ଘଟଣା ବି ଘଟି ପାରେ । ମହାପୁରୁଷ କହିଲେ କି

କଳିଯୁଗ ଲିଲା ଚହଟି ଯିବ ଶୁଣର ତୁହି ।

ବିଲକ୍ଷଣମାନ ହୋଇବ ବ୍ରଜ ତନୟ ଧାହୀ ॥

ମହାପୁରୁଷଙ୍କ ଅନୁସାରେ କଳିଯୁଗରେ ବହୁତ ବିଲକ୍ଷଣମାନ ଦେଖାଯିବ । ସେହି ସମସ୍ତ ବିଲକ୍ଷଣମାନ ମଧ୍ୟରୁ ଗୋଟିଏ ବିଲକ୍ଷଣ ବହୁତ ଆଶ୍ଚର୍ଯ୍ୟ କରି ଦେବ । ଅର୍ଥାତ ଏହି କଳିଯୁଗରେ ତୁଲସୀ ଗଛରେ ମନ୍ଦାର ଫୁଲ ଫୁଟିବ । ବର୍ତ୍ତମାନ ସମୟରେ ବାସ୍ତବରେ ଏହି ଘଟଣା ହୋଇଛି ମଧ୍ୟ । ସେହି ସ୍ଥାନଟି ହେଉଛି ଓଡିଶାର ଭଦ୍ରକ ଜିଲ୍ଲା । ଭଦ୍ରକ ଜିଲ୍ଲାର ଭଣ୍ଡାରି ପୋଖରୀରେ ତୁଲସୀ ଗଛରେ ମନ୍ଦାର ଫୁଲ ଫୁଟିଛି । କଲିର ଏହା ଏକ ବଡ ବିଲକ୍ଷନ ଅଟେ ।

ମହାରାଷ୍ଟ୍ର ସ୍ଵର ମହାରାସେଶ୍ଵର ହୋଇବ ନିପାତ ଜହିଁ ।

କନ୍ଦୁକ ବେଳାରେ ଲୀଲା ଚହଟିବ ଭଣ୍ଡାରି ପୋଖରୀ ଜହିଁ ॥

କଳିଯୁଗରେ ଅନ୍ୟ କିଛି ବିଲକ୍ଷଣ ଦେଖାଯିବ । ଯେମିତି ଗାଈମାନେ ବିଷ୍ଠା ଭୋଜନ କରିବେ । ବାଉଁଶ ଗଛରେ ଗହମ ହେବ । ଯାହା ବିଷୟରେ ମହାପୁରୁଷ ପୂର୍ବରୁ ହିଁ କହିଯାଇଛନ୍ତି । ସେହି ସମୟ ଅତି ନିକଟତର ହୋଇ ଆସୁଛି । ଆପଣ ସମସ୍ତେ ଏହି ସମସ୍ତ ବିଲକ୍ଷଣ ନିଶ୍ଚିତ ରୂପରେ ଅନୁଭବ ବି କରିବେ ।

Leave a Reply

Your email address will not be published. Required fields are marked *