ତୁଳସୀ ଗଛ ଲଗାଇ ଏହି ଭୁଲ କରୁଛନ୍ତି କି ସାବଧାନ! ଶୀଘ୍ର ଦେଖନ୍ତୁ- Vastu Tips

ବନ୍ଧୁଗଣ ହିନ୍ଦୁ ଧର୍ମ ଅନୁଯାୟୀ ତୁଳସୀ ଗଛ ପ୍ରତେକ ହିନ୍ଦୁ ଘରେ ରହିଥାଏ କିନ୍ତୁ ଆପଣ ମାନେ ତୁଳସୀ ଗଛର ମହିମା କଣ ଜାଣିଛନ୍ତି କି ? ଯଦି ଗଛ ଲଗାଇଛନ୍ତି ତେବେ ବହୁତ ଭଲ କଥା । କିନ୍ତୁ ଆମର ଜାଣତରେ ବା ଅଜଣାତରେ ହେଉ ଏମିତି କିଛି ଭୁଲ କରିଥାଉ ଯାହା ଦ୍ଵାରା ତୁଳସୀ ଗଛର ମାହାତ୍ମ୍ଯ କଣ ଆମେ ଜାଣିପାରି ନ ଥାଉ । ଯଦି ଆପଣ ତୁଳସୀ ମାଳ କଣ୍ଠରେ ଧାରଣ କରୁଛନ୍ତି ତେବା ଭଗବାନ କୃଷ୍ଣଙ୍କ ଶରଣରେ ରହିବା ସହ ସମାନ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ତୁଳସୀ ଲଗାଇଥିଲେ କେଉଁ ଭୁଲ କରିବା ଅନୁଚିତ ସେହି ବିଷୟରେ କହିବାକୁ ଯାଉଛୁ ।

ଯଦି ଆପଣଙ୍କ ଘରେ ତୁଳସୀ ଗଛ ଅଛି ତେବେ ଏହାର କାଟିକୁ ନିଜ ଶରୀରରେ ଧାରଣ କରିଲେ ବହୁତ ଫାଇଦା ମିଳିଥାଏ । ଯଦି ଆପଣ କର୍ଣ୍ଣରେ ତୁଳସୀ ଧାରଣ କରିବେ ତେବେ ପାପର କ୍ଷୟ ହେବ । ହୃଦୟରେ ଯଦି ଖରପା ଚିନ୍ତାଧାରା ଆସିଥାଏ ତେବେ ତୁଳସୀର ମାଳ ପରିଧାନ କରିଲେ ଏହା ଦୂର ହୋଇଥାଏ । ଯଦି ଆପଣ ଭଗବାନ ଶ୍ରୀ କୃଷ୍ଣ ଓ ପ୍ରଭୁ ଜଗନ୍ନାଥଙ୍କ କୃପା ପାଇବାକୁ ଚାହୁଁଛନ୍ତି ତେବେ ତୁଳସୀ ଜପିବା ଉଚିତ । ଯଦି ଆପଣ ୬୪ଟି ଗଣ୍ଠି ମାଳ ପକାଇବେ ତେବେ ଜମା ଦଣ୍ଡରୁ ବିଜୟ ପ୍ରାପ୍ତ କରିବେ ।

ଯଦି କୌଣସି କାର୍ଯ୍ୟରେ ବିଫଳ ହେଉଛନ୍ତି ତେବେ ଦ୍ଵାଦଶ କୋଟି ମାଳ କଣ୍ଠରେ ଧାରଣ କରିଲେ ସବୁ କ୍ଷେତ୍ରରେ ଜୟ ହେବ । ଯଦି ଆପଣ ୫୪ଟି ମାଳ ନିଜ ଶିରରେ ଧାରଣ କରିବେ ନିଶ୍ଚିନ୍ତ ଫାଟକ ନାସ ହୋଇଥାଏ । ଯଦି ଆପଣ ଜୀବନରେ ସୁଖରେ ବଞ୍ଚିବାକୁ ଚାହୁଁଛନ୍ତି ତେବେ ୧୦୮ଟି ତୁଳସୀ ମାଳ ନେଇ ଜପ କରନ୍ତୁ । ସବୁ କାର୍ଯ୍ୟରେ ସଫଳତା ମିଳିବ । ଶାସ୍ତ୍ର ଅନୁଯାୟୀ ଗଛ ମାନଙ୍କର ରାଜା ହେଉଛନ୍ତି ତୁଳସୀ ଗଛ । ହିନ୍ଦୁ ଧର୍ମ ଅନୁଯାୟୀ ତୁଳସୀ ଗଛ ଘରେ ନିହାତି ରହିବା ଦରକାର ।

ଗୃହର ଡାହାଣ ପଟେ ତୁଳସୀ ଗଛ ଦେଖିବା ଶୁଭ ହୋଇଥାଏ । ଯଦି ଆପଣ ଜୀବନରେ ମୋକ୍ଷ ପ୍ରାପ୍ତ କରିବାକୁ ଚାହୁଁଛନ୍ତି ତେବେ ମୃତ୍ୟୁ ପରେ ତୁଳସୀ ଗଛ ମୃତ ବ୍ୟକ୍ତି ପାଖରେ ରଖିବା ଉଚିତ । ପ୍ରଭୁ ଶ୍ରୀକୃଷ୍ଣ ମସ୍ତସ୍କରେ ତୁଳସୀ ଧାରଣ କରିଥାନ୍ତି । ଭଗବାନ ବିଶୁଣୁଙ୍କ ଠାରେ ଭୋଗ ଲଗାଇବା ସମୟରେ ତୁଳସୀ ପତ୍ରର ବ୍ୟବହାର କରାଯାଏ । ଜୀବନରେ ଧନ ସମ୍ପତି ବୃଦ୍ଧି କରିବାକୁ ହେଲେ ତୁଳସୀ ଗଛ ମୂଳେ ଜଳ ଦେବା ସହ ପରିଷ୍କାର ରଖିବା ଉଚିତ ।

ତୁଳସୀ ମନ୍ତ୍ର ନ ଜାଣି ଜପ କରନ୍ତି ତେବେ ଜୀବନରେ ଖରାପ ହୋଇପାରେ । ମନେ ରଖନ୍ତୁ ବାସୀ ତୁଳସୀ ପତ୍ର ପୂଜାରେ ଲାଗିଥାଏ । ସତ୍ୟ, ଶାନ୍ତି, ଦୟା, କ୍ଷମା, ଆଚରଣ କରୁଥିବା ବ୍ୟକ୍ତି ତୁଳସୀ ବେକରେ ଧାରଣ କରି ପାରିବେ । ରାତ୍ରି ସମୟରେ ତୁଳସୀ ଅଙ୍ଗରେ ଧାରଣ କରିଥିଲେ ବ୍ରହ୍ମ ହତ୍ୟା ଦୋଷ ଲାଗିଥାଏ । ମଳମୁତ୍ର ତ୍ୟାଗ ସମୟରେ ତୁଳସୀ ଅଙ୍ଗରେ ରଖିବା ଅନୁଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *