ତୁଳସୀ ଗଛ ପାଖରେ ଏହି ଗଛ ଲଗାଇଲେ ଟାଣିଥାଏ ଧନ, ସାକ୍ଷାତ ମା’ ଲକ୍ଷ୍ମୀ କରନ୍ତି ଆପଣଙ୍କ ଘରେ ବାସ

ପ୍ରାଚୀନ କାଳରେ ବିଦ୍ଵାନ ମାନେ ବାସ୍ତୁ ଦୋଷ ଦୂର କରିବା ପାଇଁ ଅନେକ ଉପାୟମାନ କରୁଥିଲେ । କିଛି ଉପାୟ ଗୁଡିକ ବିଚିତ୍ର, ଚମତ୍କାରୀ ଭାବେ କାମ କରୁଥିଲା ଯାହା ମୁନିରୁଷି ମାନେ କରୁଥିଲେ । ଏହି ଉପାୟ କରିବାରେ କୌଣସି ଟଙ୍କା ଖର୍ଚ୍ଚ ହେଉ ନ ଥିଲା କିନ୍ତୁ ପ୍ରାଣୀଙ୍କୁ ଆତ୍ମସନ୍ତୋଷ ଲାଭ ହେଉଥିଲା । ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଖରାପ ଶକ୍ତିର ବାସ ରହିଲେ କ୍ଲେଶ, ଅସାନ୍ତି ଲାଗି ରହିଥାଏ । ଯଦି ଘରେ ସାକାରାତ୍ମକ ଊର୍ଜା ପ୍ରଚୁର ମାତ୍ରାରେ ରହିଥାଏ ତେବେ ଘରେ ସୁଖସାନ୍ତି ଧନ ସମ୍ପତି ଲାଗି ରହିଥାଏ । ଆଜି ଆମେ ଆପଣ ମାନଙ୍କୁ ବାସ୍ତୁ ଦୋଷ ଦୂର କରିବା ଏପାଇଁ କିଛି ଉପାୟ ବିଷୟରେ କହିବାକୁ ଯାଉଛୁ ।

୧- ଭାରତବର୍ଷରେ ପ୍ରାଚୀନ କାଳରୁ ଅଶ୍ଵପତ୍ର, ଅଶୋକ ପତ୍ର ବା ପିପଳି ପତ୍ରକୁ ଏକାଠି କରି ତୋରଣ ପ୍ରସ୍ତୁତ କରି ଗୃହର ମୁଖ୍ୟ ଦ୍ଵାରାରେ ଲଗାଯାଏ ତେବେ ଘରେ ସୁଖସାନ୍ତି ପ୍ରତିଷ୍ଠା ହେବା ସହ ଧନ ଓ ସମାନ ପ୍ରାପ୍ତି ହୋଇଥାଏ ।

୨- ଲୁହାରେ ଭଗବାନ ଶନିଦେବଙ୍କ ବାସ ରହିଥାଏ । କିଛି ଲୋକେ ଘରର ମୁଖ୍ୟ ଦ୍ଵାରାରେ ଘୋଡା ନାଲ ଲଗାଇଥାନ୍ତି ଯାହା ବାସ୍ତୁ ଦୋଷ ଦୂର କରିବା ସହ ଖରାପ ଶକ୍ତିର ବିନାଶ କରିଥାଏ । ଘୋଡା ନାଲ ଲଗାଇବା ଦ୍ଵାରା ବ୍ୟକ୍ତିଙ୍କୁ ମାନନିକ ଶାନ୍ତି ମିଳିବା ସହ ଘରେ ସୁଖସାନ୍ତି ପ୍ରତିଷ୍ଠା ହୋଇଥାଏ ।

୩- ନୂଆ ଘର, ଉଦ୍ଯୋଗ ବା ଫ୍ୟାକ୍ଟରୀ ଆରମ୍ଭ କରିବା ପୂର୍ବରୁ ଭୂମି ପୂଜନ କରିବା ସମୟରେ ମାଟି ତଳେ ଚାନ୍ଦିର ଶାପ ରଖିବା ଦ୍ଵାରା ଘରର ମୂଳଦୁଆ ସୁଦୃଢ ରହିଥାଏ । ଏପରି କରିବା ଦ୍ଵାରା ଘରେ ସାପ ବା ବିଛା ରହେ ନାହି ଓ ଘରେ ପ୍ରାକୃତିକ ବିପର୍ଜୟ ଆସେ ନାହି ।

୪- ନୂଆ ବିବାହିତ ହୋଇଥିବା ମହିଳା ଘରର ମୁଖ୍ୟା ଭାଗରେ ରଙ୍ଗୋଲି ତିଆରି କରିବା ଦ୍ଵାରା ଦେବୀଦେବତାଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଏହା ଦ୍ଵାରା ଘରେ ସୁଖସାନ୍ତି ବୃଦ୍ଧି ହୋଇଥାଏ ।

୫- ଘରେ ତୁଳସୀ ଗଛ ପାଖରେ କଦଳୀ ଗଛ ଲଗାଇଲେ ଘରର ଉନ୍ନତି ହୋଇଥାଏ । ଏହା ଦ୍ଵାରା ଘରେ ଅସାନ୍ତି ବା କ୍ଲେଶ ରହିବ ନାହିଁ । ପ୍ରତେକ ବ୍ୟକ୍ତିଙ୍କୁ ନିଜର ରୋଜଗାର ଟଙ୍କା ମାନବ ସେବା, ଦାନ ଧର୍ମ, ସାମାଜିକ କାର୍ଯ୍ୟ ବା ଗରିବ ଲୋକଙ୍କୁ ଦାନ କରିବା ଉଚିତ ।

୬- ଯେଉଁ ବ୍ୟକ୍ତି ବେପାରୀ ବା ଚାକିରି କ୍ଷେତ୍ରରେ ଅଛନ୍ତି ବା ଯେ କୌଣସି କ୍ଷେତ୍ର ରେ ଥିବେ ସେମାଙ୍କୁ ନିଜର ଘରର ପୂଜା ଘରେ ଫୁଲମାଳା ଇଷ୍ଟ ଦେବତାଙ୍କୁ ଅର୍ପଣ କରିବା ଉଚିତ । ଏପରି କରିବା ଦ୍ଵାରା ସୁଖସାନ୍ତି ବୃଦ୍ଧି ହେବ ସହ ବ୍ୟବସାୟରେ ଉନ୍ନତି ହୋଇଥାଏ ।

୭- ନିଜର ଟଙ୍କା ରଖୁଥିବା ଜାଗାରେ କୁବେର ଯନ୍ତ୍ର ବା ଶ୍ରୀଯନ୍ତ୍ର ରଖିବା ଉଚିତ । ଘରେ ମାଛ ବା ତାଜା ଫୁଲ ରଖିବା ଦ୍ଵାରା ସୁଖ ସମୃଦ୍ଧି ତଥା ଧନ ବୃଦ୍ଧି ହୋଇଥାଏ । ଦୋକାନର ଉତ୍ତର-ପୂର୍ବ ଦିଗରେ ପୂଜା ଘର କରିଲେ ଉନ୍ନତି ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *