ଆମ ସନାତନ ଧର୍ମରେ ତୁଳସୀ କୁ ବହୁତ ପୂଜନୀୟ କୁହା ଯାଇଛି, ପଦ୍ମପୁରାଣ ଆଉ କେତେକ ବୈଦିକ କଥାରେ ମଧ୍ୟ ତୁଳସୀ ମହତ୍ଵ ଲେଖା ହୋଇଛି । ଏହା ଛଡା ଆୟୁର୍ବେଦରେ ମଧ୍ୟ ତୁଳସୀ ଗଛ ର ଲାଭ ବିଷୟରେ ବହୁତ କଥା କୁହା ଯାଇଛି । ଆପଣ ମାନଙ୍କ ମଧ୍ୟରୁ ବହୁତ ଲୋକ ଏହା ଜାଣି ନଥିବେ ଯେ ତୁଲସୀଙ୍କ ବିବାହ ସାଳଗ୍ରାମ ସହ ହୋଇଥିଲା ଯାହା ଭଗବାନ ବିଷ୍ଣୁଙ୍କ ଗୋଟେ ଅବତାର ଅଟେ ସେଥିପାଇଁ ଭଗବାନ ବିଷ୍ଣୁଙ୍କୁ ତୁଳସୀ ବହୁତ ପ୍ରିୟା ଅଟନ୍ତି ।
ଯଦି ଆପଣ ଘରେ ସତ୍ୟ ନାରାୟଣ ଅପୂଜା କରୁଛନ୍ତି ବା ଅନ୍ୟ ସମୟରେ ବିଷ୍ଣୁ ପୂଜା କରୁଛନ୍ତି ଆଉ ତୁଳସୀ ପତ୍ର ଭୋଗ କରି ନାହାନ୍ତି ତେବେ ଭଗବାନ ବିଷ୍ଣୁ ସେହି ଭୋଗ ସ୍ଵୀକାର କରନ୍ତି ନାହିଁ । ତେବେ ଆଜି ଆମେ ଆପଣଙ୍କୁ ତୁଳସୀ ଗଛ ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଛୁ ଯାହା ଆପଣ ମାନେ ଜାଣି ନଥିବେ । ତୁଳସୀ ଗଛ ବହୁତ ପବିତ୍ର ହୋଇଥାଏ ସେଥିପାଇଁ ସେ ଯେଉଁ ସ୍ଥାନରେ ରହିଥାଏ ତା ମାଟି ମଧ୍ୟ ବହୁତ ପବିତ୍ର ହୋଇଥାଏ କୌଣସି ଶୁଭ କାର୍ଯ୍ୟରେ ଆପଣ ତୁଳସୀ ଗଛ ମୂଳ ମାଟି ନେଇ ପୂଜା କଲେ ଆପଣଙ୍କ ସବୁ ଶୁଭ କାର୍ଯ୍ୟ ସଫଳ ହୋଇବ ଆଉ କିଛି ବିଘ୍ନ ଆସିବ ନାହିଁ ।
ତୁଳସୀ ଗଛ ମୂଳରେ ବହୁତ ଅନ୍ୟ ଗଛ ମଧ୍ୟ ହୋଇଥାଏ ଯାହାକୁ ବେକାର ଭାବି ଆମେ ଫିଙ୍ଗି ଦେଇଥାଉ କିନ୍ତୁ ଆପଣ ଏହି ଭୁଲ କରନ୍ତୁ ନାହିଁ ସେହି ଗଛ ବାହାର କରି ଗୋଟେ ନାଲି କପଡାରେ ବାନ୍ଧି ନିଜ ଟଙ୍କା ରଖିବା ସ୍ଥାନରେ ରଖୀ ଦିଅନ୍ତୁ ଦେଖିବେ ଆପଣଙ୍କୁ ବହୁତ ଆର୍ଥିକ ଲାଭ ହବ । ଏହା ଛଡା ସମସ୍ତଙ୍କ ଘରେ ସକାଳେ ଆଉ ସନ୍ଧ୍ୟାରେ ମାତା ତୁଳସୀଙ୍କ ଗଛ ମୂଳରେ ଘିଅ ଦୀପ ଲଗା ଯାଇଥାଏ କିନ୍ତୁ କଣ ଆପଣ ଜାଣିଛନ୍ତି ଦୀପ ଖାଲି ରଖିବା ବହୁତ ଅଶୁଭ ହୋଇଥାଏ ।
ସେଥିପାଇଁ ଦୀପ ତଳେ ଅରୁଆ ଚାଉଳ ରଖନ୍ତୁ ଆଉ ଧ୍ୟାନ ରଖିବେ ଗୋଟେ ବି ଚାଉଳ ଯେମିତି ଭାଙ୍ଗି ନଥିବ । ତେବେ ଏହି ଭଳି ପୂଜା ସବୁ ଦିନ କଲେ ଭଗବାନ ବିଷ୍ଣୁ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ଆଉ ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କରିବା ଦ୍ଵାରା ଧନ ଦେବୀ ମାତା ଲକ୍ଷ୍ମୀ ମଧ୍ୟ ଆପଣଙ୍କ ଉପରେ ପ୍ରସନ୍ନ ହୋଇ ଧନ ର ବର୍ଷା କରିଥାନ୍ତି । ଶାସ୍ତ୍ର ଅନୁଯାଇ କୁହା ଯାଇଛି ଯେ ଏମିତି କିଛି ମହିଳା ହୋଇଥାନ୍ତି ଯାହା ପୂଜା ତୁଳସୀ ସ୍ଵୀକାର କରନ୍ତି ନାହିଁ ।
ଯେମିତିକି ମାସିକ ଧର୍ମ ବେଳେ ମହିଳାଙ୍କୁ ତୁଳସୀ ପାଖ ମାଡିବା ବି ଉଚିତ ନୁହ, ଏହା ଛଡା ଯେଉଁ ମହିଳା ବା ପୁରୁଷ ମନରେ ଖରାପ ଭାବନା ବା ଚରିତ୍ରହିନ ହୋଇଥାଏ ତାକୁ ମଧ୍ୟ ତୁଳସୀ ଗଛ ପାଖକୁ ଯିବା ଉଚିତ ନୁହ । ତେବେ ଯେଉଁ ମହିଳା ସନାତନ ଧର୍ମ ଅନୁଯାଇ ସାତ ଫେରା ନେଇ ବିବାହ କରି ନାହାନ୍ତି ସେ କେବେ ତୁଳସୀ ପୂଜା କରିବା ଉଚିତ ନୁହ କାହିଁକିନା ଏହା ଦ୍ଵାରା ଆପଣଙ୍କୁ ଖରାପ ପରିଣାମ ଦେଖିବାକୁ ମିଳିଥାଏ ।