ଆପଣ ମାନେ ଏହି କଥା ସ୍ପଷ୍ଟ ଭାବରେ ଜାଣିଛନ୍ତି ଯେ ୟୁପିଏସି ପରୀକ୍ଷା ଭାରତର ସବୁଠାରୁ କଠିନ ପରୀକ୍ଷା ଅଟେ, ଏହାକୁ ପାସ କରିବା ବହୁତ କଷ୍ଟ ତେବେ ୨୦୧୯ରେ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀ ମାନଙ୍କ ରେଜଲ୍ଟ ଏବେ ବାହାରିଛି । ତେବେ ଓଡିଶା ର ସଞ୍ଚିତା ଓଡିଶା ର ନା ବଢାଇଛନ୍ତି, ତେବେ ସଞ୍ଚିତା ଅଲ ଇଣ୍ଡିଆରେ ୧୦ମ ସ୍ଥାନ ପ୍ରାପ୍ତ କରିଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଏମିତି ପ୍ରଶ୍ନ କହିବାକୁ ଯାଉଛୁ ଯାହା ସଞ୍ଚିତାଙ୍କୁ ଇଣ୍ଟରଭ୍ୟୁରେ ପଚରା ଯାଇଥିଲା, ତେବେ ଆସନ୍ତୁ ଜାଣିବା କେତେ କଠିନ ପ୍ରଶ୍ନ ପଚରା ଯାଇଥିଲା ଓ କେମିତି ସଞ୍ଚିତା ଏହାର ସରଳ ଉତ୍ତର ଦେଇଥିଲେ ।

୧. ଏତେ ନିୟମ କାନୁନ ଥିବା ସତ୍ବେ ଶିଶୁ ଶ୍ରମିକଙ୍କ ଉପରେ ରୋକ ଲାଗୁନାହିଁ କାହିଁକି ? ଆଇନକୁ ଅଧିକ କଡାକଡି କରିବା ଆବଶ୍ୟକ ଅଛି କି ?
ଉତ୍ତର – ଶିଶୁ ଶ୍ରମିକ ପ୍ରଥମ ସମସ୍ଯା ହେଉଛି ଦାରିଦ୍ରା, ତେଣୁ ପଥମେ ଦାରିଦ୍ରତା ସମାଧାନ କରିବାକୁ ପଡିବ । ରୋଜଗାର ବଢିଲେ, ପିଲାମାନେ ପାଠ ପଧିବେ ଓ ଶ୍ଶୁ ଶ୍ରମ କମିବାକୁ ଲାଗିବ ।
୨. ଓଡିଶାରେ ମହିଳାଙ୍କ ସ୍ଥିତି କଣ ?
ଉତ୍ତର – ଓଡିଶାରେ ମହିଳାଙ୍କ ପାଇଁ ବହୁତ ସୁବିଧା ରହିଛି, ସଂସଦରେ ୩୩% ସଂରକ୍ଷଣ ପାଇଁ ବ୍ୟବସ୍ଥା ହୋଇଛି, ପଞ୍ଚାୟତିରାଜ ବ୍ୟବସ୍ଥାରେ ୫୦% ସଂରକ୍ଷଣ ରହିଛି, ମହିଳାଙ୍କୁ ସଶକ୍ତି କରିବାରେ ମିଶାଣ ଶକ୍ତି ଏକ ବହୁତ ବଡ ପ୍ଲାଟଫର୍ମ ହୋଇଛି ।

୩. ପୁରୀକୁ ବିଶ୍ଵ ପର୍ଯ୍ୟଟକଙ୍କ ଗନ୍ତବ୍ୟସ୍ଥଳ କରା ଯାଇ ପାରିବ କି ?
ଉତ୍ତର – ପୁରୀ ଅତି ସୁନ୍ଦର ହୋଇସାରିଲାଣି, ଜବରଦଖଲ ଉଚ୍ଛେଦ କରାଯାଇ ଶ୍ରୀମନ୍ଦିର ସୌନ୍ଦାର୍ଜ୍ୟକରଣ କାମ ଆଗେଇଚାଲିଛି ଯଦି କିଛି ଦରକାର ଅଛି ତା ହେଉଛି ପୁରୀକୁ ବିମାନ ଉଡାଣ ଏ ଦିଗରେ କିଛି ପଦେକ୍ଷପ ନିଆଜିବା ଜରୁରୀ ତେବେ ଯାଇ ବିଶ୍ଵ ପର୍ଯ୍ୟଟକଙ୍କ ଗନ୍ତବ୍ୟସ୍ଥଳ କରାଯାଇ ପାରିବ ।
୪. କୋଭିଡ ସମୟରେ ସ୍ୱାସ୍ଥ୍ୟ ବିଭାଗରେ ନିଯୁକ୍ତି ନିଆଗଲେ କଣ କରିବେ ?
ଉତ୍ତର – ମହାମାରୀର ମୁକାବିଲା ପାଇଁ ଓଡିଶା ସରକାର ଆଗୁଆ ଅନେକ ପଦକ୍ଷେପ ନେଇସାରିଛନ୍ତି ମୁଁ ଦାଇତ୍ଵ ନେଲେ ଭିତିଭୂମିକୁ ଅଧିକ ଗୁରୁତ୍ଵ ଦେବି ସଂଗରୋଧ କେନ୍ଦ୍ର ଅଧିକ କାର୍ଯ୍ୟକାରୀ କରିବି କୋଭିଡ କାର୍ଯ୍ୟକର୍ତାଙ୍କୁ ଅଧିକ ସୁବିଧା ଯୋଗାଇବି ପ୍ରାଥମିକ ଆବଶ୍ୟକତାକୁ ପୂରଣ କରିବି ।

କୁମାର ବିଶ୍ଵରଞ୍ଜନ ୧୮୨ ସ୍ଥାନ ହାସିଲ କରିଛନ୍ତି :
୧. ବ୍ରହ୍ମପୁତ୍ର ନଦୀର ଭଲ ଏବଂ ଖରାପ ଦିଗ ଟି କଣ ?
ଉତ୍ତର – ଭଲ ଦିଗଟି ହେଲା ଏହା ପ୍ରକୃତିକ ସମ୍ପଦ, କାରଣ ଏହାର ପାଣିକୁ ବ୍ୟବହାର କରାଯାଏ, ଏଥିରେ ଜଳ ବିଦ୍ୟୁତ ଉତ୍ପାଦନ ହୁଏ । ମତ୍ସ୍ୟଜୀବୀଙ୍କୁ ଏହା ଜୀବିକା ଯୋଗାଇଥାଏ । ଖରାପ ଦିଗଟି ହେଲା ଏହା ଯୋଗୁଁ ବନ୍ୟା ଆସେ, ଯୋଗାଯୋଗ ଏବଂ ପରିବହନ କ୍ଷେତ୍ରରେ ଅସୁବିଧା ସୁଷ୍ଟି ହୁଏ ।
୨. ଭାରତରେ ବୈଦିକ ଗଣିତର ପ୍ରାସଙ୍ଗିକତା କଣ କହିଛି ?
ଉତ୍ତର – ଏହା ଆମ ସଂସୃତିର ଅଂଶ ବିଶେଷ, ଅତୀତରେ ଯେଉଁ ଯଜ୍ଞକୁଣ୍ଡ ତିଆରି ହେଉଥିଲା ତାର ନିଦ୍ଦିଷ୍ଠ ମାପ କହୁଥିଲା । ସେସବୁ ବୈଦିକ ଗଣିତ ଆଧାରରେ ଚାଲିଥିଲା, ଆମେ ତାକୁ ମନେ ରଖିବା ଉଚିତ କାରଣ ଆଗକୁ ଏହାର ବ୍ୟବହାର ଆସିବାକୁ ଯାଉଛି ଶୂନର ବ୍ୟବହାର ଭାରତରୁ ଆସିଥିବାରୁ ଆମେ ଏନେଇ ଉତ୍ସବ ମନେଇବା ଦରକାର ।