ଉତ୍ତମ ମହାନ୍ତିଙ୍କ ସମ୍ପତି କେତେ ଜାଣି ଆଶ୍ଚର୍ଯ୍ୟ ହେବେ 

ଆଜି ଆମେ ଆଲୋଚନା କରିବା ଓଡିଆ ଅଭିନେତା ଉତ୍ତମ ମହାନ୍ତିଙ୍କ ବିଷୟରେ । ଉତ୍ତମ ମହାନ୍ତି ଆମ ଓଡିଆ ଇନଡସ୍ଟ୍ରିଜରେ ପାଖା ପାଖି  ୩୦ ବର୍ଷ ପର୍ଯ୍ୟନ୍ତ ରାଜ କରିଛନ୍ତି । ଆଲିଉଡ ଇନଡସ୍ଟ୍ରିଜ ଏକ ଲିଜେଣ୍ଡରୀ ଅଭିନେତା ହେଉଛନ୍ତି ଉତ୍ତମ ମହାନ୍ତି । ଆଜି ତାଙ୍କ ବିଷୟରେ ଚର୍ଚା କରିବା ତାଙ୍କର ମୋଟ ସମ୍ପତି କେତେ ଘର, ଗାଡି, ଲାଇଫ ଷ୍ଟାଇଲ, ଆଉକିଛି ମଧ୍ୟ  ତାଙ୍କ ଜୀବନର ଅଜଣା ତଥ୍ୟ ଆଜି ଆପଣ ଜାଣିବେ ଯାହା ଶୁଣିଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହେବେ ।

ଓଡିଶାର ମୟୁର ଭଞ୍ଜ ଜିଲାରବାରିପଦା ସହରରେ ତାଙ୍କ ଜନ୍ମ ହୋଇଥିଲା । ତାଙ୍କ ସ୍ତ୍ରୀ ହେଉଛନ୍ତି ଅପରାଜିତ ମହାନ୍ତି ଓ ତାଙ୍କ ପୁଅ ବାବୁସାନ । ଆଉ ତାଙ୍କ ପରିବାରରେ ଅଛନ୍ତି ବାବୁସାନ ମହାନ୍ତିଙ୍କ ସ୍ତ୍ରୀ ବ ତାଙ୍କର ବୋହୁ ତୃପ୍ତି ଶଥପତି ।

ଉତ୍ତମ ମହାନ୍ତି ତାଙ୍କ ଜୀବନ କାଳ ମଧ୍ୟରେ ୧୪୦ ଟି ଓଡିଆ ଫିଲ୍ମ କରିଛନ୍ତି, ୩୦ ଟି ବେଙ୍ଗୋଲି ଫିଲ୍ମ କରିଛନ୍ତି, ଓ ଗୋଟେ ହିନ୍ଦୀ ଫିଲ୍ମ କରିଛନ୍ତି । ସେଇ ହିନ୍ଦୀ ଫିଲ୍ମର ନାମ ହେଲା  ” ନେୟା ଯହର ” । ସେ ସ୍କୁଲ ସମଯରୁ ନାଟକ ଡ୍ରାମା ଏହି ସବୁ କରି ଆସୁଥିଲେ ସେ ଏହିଥିରେ ବହତ ଇଚ୍ଛୁକ ଥିଲେ ।  ଉତ୍ତମ ମହାନ୍ତି ତାଙ୍କ ଗ୍ରାଜୁଏସନରେ କମର୍ଷ ନେଇଥିଲେ ତାପରେ ଚାଟାର୍ଡ ପଢିବା ପାଇଁ ଲୁଧିଆନା ଯାଇଥିଲେ ।

ସେହି ସମୟରେ ସେ ଜାଣିବାକୁ ପାଇଥିଲେକି ବାରିପଦା ସହରରେ ଗୋଟେ ସିନେମା ତିଆରି ହେବାକୁ ଯାଉଛି ” ଅଭିମାନ ” ନାମରେ ଓ ସେଥିପାଇଁ ଅଡିସନ ଚାଲିଛି । ସେଥିରେ ନିଜର ଭାଗ୍ୟ ପରୀକ୍ଷା କରିବା ପାଇଁ ଉତ୍ତମ ମହାନ୍ତି ଫେରି ଆସିଥିଲେ ଓ ଅଡିସନ ଦେଇଥିଲେ ଓ ସିଲେକ୍ଟ ହୋଇଥିଲେ ମଧ୍ୟ ।

ଏହି ଘଟଣା ହେଉଛି ୧୯୭୭ ମସିହା ସେଇ ଫିଲ୍ମ କଲା ପରେ ସୁପରହିଟ ହୋଇଥିଲା ଯାହା ଫଳରେ ତାଙ୍କ ଭାଗ୍ୟ ବଦଳି ଯାଇଥିଲେ । ଏହା ପରେ ସେ ଓଡିଶା ବାସୀଙ୍କୁ ଗୋଟେ ପରେ  ଗୋଟେ ସୁପରହିଟ ଫିଲ୍ମ ଦେଇ ଆସିଥିଲେ । ୨୦୦୯ ମସିହାରୁ ସେ ତିନିଗୋଟି ଫିଲ୍ମ କରିଥିଲେ, ରୋମୀୟ ଦି ଲଭର ବୟ, ପାଗଳ କରିଛି ପାଉଁଜି ତୋର, ଆସିଲରେ ଓଡିଆ ପୁଅ,ଏହି ସବୁ ଫିଲ୍ମ ରେ ତାଙ୍କ ପୁଅ ବାବୁସାନ ମଧ୍ୟ କମ କରିଥିଲେ ତ ପରଠାରୁ ଆଉ କିଛି ଫିଲ୍ମ କରିନାହାନ୍ତି । ମୁଖ୍ୟତ ଓଡିଆ ଫିଲ୍ମ ମାନଙ୍କରେ ତାଙ୍କ ଅପଜିଟରେ କାମ କରିଥିଲେ ତାଙ୍କ ସ୍ତ୍ରୀ ଅପରାଜିତା ମହାନ୍ତି ଓ ମହେଶ୍ଵତା ରୟ ।

ଆସନ୍ତୁ ଜାଣିବା ଉତ୍ତମ ମହାନ୍ତିଙ୍କ ସମ୍ପତି ବିଷୟରେ ସେ ଏବେ ବର୍ତମାନ ଭୁବନେଶ୍ଵରରେ ରହୁଛନ୍ତି । ତାଙ୍କର ଏକ ବହୁତ ବଡ ଆଲିଶାନ ଘର ଅଛି । ସେ ପାଖାପାଖି ୧୪୦ ଟି ଓଡିଆ ଫିଲ୍ମ କରିଛନ୍ତି । ସେତେବେଳେ ସେ ଗୋଟିଏ ଫିଲ୍ମ କରିବା ପାଇଁ ପାଖା ପାଖି ୧ ଲକ୍ଷ ଟଙ୍କା ନେଉଥିଲେ । ବର୍ତମାନ ସମୟରେ ସେ ବହୁ ଗୁଡିକ ବ୍ରାଣ୍ଡର ପ୍ରମୋଶନ କରୁଛନ୍ତି । ଏହା ସହିତ ବହୁତ ଗୁଡିଏ ଟେଲିଭିଜନ ଶୋରେ ମଧ୍ୟ ଭାଗ ନିଅନ୍ତି । ଓ ଆଗକୁ ସେ ପଲିଟିକସରେ ମଧ୍ୟ ଆସିପାରନ୍ତି ।

Leave a Reply

Your email address will not be published. Required fields are marked *