ଫୋରେନସିକ ରିପୋର୍ଟ କହିଲେ ଯେ ଡାଇରିରେ ଥିବା ଲେଖା ଆଦିତ୍ୟ ଦାଶଙ୍କର ଅଟେ- ପଢନ୍ତୁ ସମ୍ପୁର୍ଣ୍ଣ ଖବର

ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣା ରେ ଗୋଟେ ଡାଇରି ବରାମଦ କରା ଯାଇଥିଲା ଯାହା ଆଦିତ୍ୟ ଦାଶଙ୍କର ବୋଲି କୁହା ଯାଇଥିଲା ତେବେ ଆଦିତ୍ୟ ଦାଶ ଏହି ଡାଇରିରେ ନିଜ ଜୀବନ ବିଷୟରେ ବହୁତ କିଛି ଲେଖିଥିଲେ ଏହା ଚାଡା ଗୋଟେ ଅନ୍ତିମ ଚିଠି ମଧ୍ୟ ଏଥିରୁ ପ୍ରାପ୍ତ କରା ଯାଇଥିଲା । ତେବେ ବର୍ତମାନ ପର୍ଯ୍ୟନ୍ତ ଏହା ଆଶଙ୍କା ଥିଲା ଯେ ଏହି ଲେଖା ଆଦିତ୍ୟ ଦାଶଙ୍କର ଅଟେ ବା ଅନ୍ୟ କାହାର ବା କୌଣସି ଷଡଯନ୍ତ୍ର କିନ୍ତୁ ଫୋରେନସିକ ରିପୋର୍ଟ ଅନୁଯାଇ ଏହା ପ୍ରମାଣିତ ହୋଇଯାଇଛି ଯେ ଏହି ଲେଖା ଆଦିତ୍ୟ ଦାଶଙ୍କର ଅଟେ ।

Image Courtesy: Google

ତେବେ ଡାଇରି ପାଇଁ ସିଆରପିଏଫ ମଦ୍ୟ ରେ ବହୁତ ତନା ବନା ଚାଲିଥିଲା, ଏହି ଡାଇରି ଲେଖା ଆଦିତଙ୍କର ବା ଅନ୍ୟ କାହାର ଏକଥା ଉପରେ ବହୁତ ପ୍ରଶ୍ନ ମଧ୍ୟ କରା ଯାଉଥିଲା କିନ୍ତୁ ବର୍ତମାନ ଏହା ଫରେନସିକ ଲ୍ୟାବରେ ହେଣ୍ଡରାଇଟିଙ୍ଗ ବିଭାଗ ଅନୁଯାଇ ସ୍ପଷ୍ଟ କରା ଯାଇଛି ଯେ ଏହା ଆଦିତ୍ୟଙ୍କର ହେଣ୍ଡରାଇଟିଙ୍ଗ ଅଟେ ଓ ଏଥିରେ ଯାହା ଲେଖା ଯାଇଛି ତାହା ମଧ୍ୟ ନିଜେ ଆଦିତ୍ୟ ଲେଖିଥିଲେ । ଏହି ଡାଇରି ପାଖା ପାଖି ୪ରୁ ୫ ଘଣ୍ଟା ପପୁ ଓ ବିକାଶଙ୍କ ପାଖରେ ଥିଲା ଏହା ପରେ ରାତି ସାରା ତାଙ୍କ ସ୍ତ୍ରୀ ପାଖରେ ଥିଲା ସେଥିପାଇଁ ପୋଲିସ ଏହାକୁ ନେଇ ଆଶଙ୍କା କରିବା ସାମାନ୍ଯ କଥା ଅଟେ ତେବେ ଫରେନସିକ ରିପୋର୍ଟ ବାହାରିବା ପରେ ଏହା ସ୍ପଷ୍ଟ ହୋଇଯାଇଛି ଯେ ଲେଖା ଆଦିତ୍ୟଙ୍କର ଥିଲା ଓ ଏହା ସାଙ୍ଗରେ କୌଣସି ପ୍ରକାର ଛେଡଖାନି କରି ନାହାନ୍ତି ।

Image Courtesy: Google

ତେବେ ନୋଟ ଆଦିତ୍ୟଙ୍କ ଦ୍ଵାରା ଲେଖା ହୋଇଛି ବୋଲି ପ୍ରମାଣିତ ହେଲା ପରେ ପୋଲିସ ଏହାକୁ କିପରି ମୁଖ ଦବ ତାହା ଦେଖିବା ବାକି ଅଛି ଦେଖିବାକୁ ଗଲେ ଯଦି ବା ଏହା ଗୋଟେ ଆତ୍ମହତ୍ୟା କେସ ତଥାପି ଆଦିତ୍ୟଙ୍କୁ କିଏ ମୃତ୍ୟୁ ପାଇଁ ଉଶକେଇ ଥିଲା ବା କାହା ପ୍ରଭାବରେ ପଡି ବା କାହା ଦ୍ଵାରା ଦୁଃଖିତ ହୋଇ ସେ ଏତେ ବଡ ନିଷ୍ପତ୍ତି କରିଥିଲେ ତାହା ମଧ୍ୟ ବହୁତ ବଡ ପ୍ରଶ୍ନ ଅଟେ ।

Image Courtesy: Google

ଆଦିତ୍ୟଙ୍କ ମୃତ୍ୟୁ ତାଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ବହୁତ ବଡ ଝଟକା ଅଟେ, ତେବେ ଜିଆରପି ପୋଲିସ ତଦନ୍ତ ଅନୁଯାଇ ପପୁ, ବିକାଶ ଓ ଅନ୍ୟ ୮ଟି ଲୋକଙ୍କ ବୟାନ ନେଇ ସାରିଛନ୍ତି ଏହା ସହ ପୋଲିସ ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ବୟାନ ମଧ୍ୟ ନେଇଛନ୍ତି ଓ ତାଙ୍କୁ ନଜର ରକ୍ଷା ଯାଉଛି, ସମସ୍ତଙ୍କ ମନରେ ଗୋଟେ ପ୍ରଶ୍ନ ରହିଛି ଏହି ଡାଇରି ଆଦିତ୍ୟ ଲେଖିଛନ୍ତି ଏହା ସପ୍ଷ୍ଟ ହେଲା ପରେ ଏହି କେସ କେଉଁ ଆଡକୁ ବୁଲିବ, ତେବେ ଏହା ପୂର୍ଣ ଭାବରେ ଜିଆରପି ପୋଲିସ ଉପରେ ନିର୍ଭର କରୁଅଛି ଯିଏ ଏହାର ତଦନ୍ତ କରୁଛନ୍ତି ।

Leave a Reply

Your email address will not be published. Required fields are marked *