ନୂଆ ବର୍ଷରେ କରନ୍ତୁ ଏହି ବାସ୍ତୁ ଉପାୟ, ଚମକି ଉଠିବ ଆପଣଙ୍କ ଭାଗ୍ୟ – ହେବ ସୁଖ ସମୃଦ୍ଧି ପ୍ରାପ୍ତି, ଆଜି ହିଁ କରିକି ଦେଖନ୍ତୁ

ନୂଆ ବର୍ଷ ପାଇଁ ବହୁତ କାମର ଏହି ବାସ୍ତୁ ଟିପ୍ସ ପୁଣି ଥରେ ବର୍ଷ ର ସେହି ସମୟ ଆସିଗଲା ଯେତେବେଳେ ଆମେ ଆମର ଜୀବନକୁ ନୂଆ ଶକ୍ତି ଓ ନୂଆ ଆଶାରେ ଭରିବାର ସଂକଳ୍ପ ନେଇଥାଉ । ନୂଆ ବର୍ଷ ଅର୍ଥାତ ନିଜ ଜୀବନରେ ନୂଆ ସ୍ଵପ୍ନକୁ ଜାଗା ଦେବାର ଅବସର ।

ନିଜକୁ ନିଜଠୁ ଅଧିକ ସଫଳତା ଦିଗରେ ନେଇ ଯିବାର ସଂକଳ୍ପ । ପ୍ରଦିଦିନ ଜୀବନରେ ଏତେ ସମୟ ମିଳେ ନାହିଁ କି ଆମେ ସେହି କାରଣ ଗୁଡିକୁ ଚିହ୍ନିପାରୁ ଯିଏ ଆମକୁ ଅସଫଳତା ଦିଗରେ ନେଇ ଯାନ୍ତି । ନିଜ ସମ୍ପର୍କ ,ପୁଞ୍ଜି ଓ ସ୍ୱାସ୍ଥ୍ୟ କୁ ସକାରାତ୍ମକ ଶକ୍ତି ରେ ଭରିବାର ଆରମ୍ଭ ଘରୁ କରାଯାଇପାରେ । ଏହାଠାରୁ ଭଲ ଆଉ କଣ ହୋଇପାରେ ।

୧ । ଘରର ମୁଖ୍ୟ ଦ୍ଵାରରୁ ସକାରାତ୍ମକ ଓ ନକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ । ତେଣୁ ସେହି ଠାରୁ ଆମେ ଆରମ୍ଭ କରିବା ନିଜ ଘରକୁ ସକାରାତ୍ମକ ଶକ୍ତି ଦେବାର ପ୍ରୟାସ । ତେବେ ନୂଆ ବର୍ଷ ରେ ଘରର ମୁଖ୍ୟ ଦ୍ଵାରରେ ରୂପାରେ ତିଆରି ହୋଇଥିବା ସ୍ଵସ୍ତିକ ଲଗାଇ ଘରକୁ ସକାରାତ୍ମକ ଶକ୍ତିରେ ଭରି ଦିଅନ୍ତୁ ।

୨ । ଧନର ଦେବତା କୁବେରଙ୍କର ଘର ଉତ୍ତର ଦିଗରେ ହୋଇଥିବାରୁ ଏହି ବର୍ଷ ଉତ୍ତର ଦିଗକୁ ସଶକ୍ତ କରନ୍ତୁ ।

୩। ଖାଦ୍ୟରେ ଅସନ୍ତୁଳନ, ବେକାରର ବାର୍ତ୍ତାଳାପ , ବିଦେଶ ଯାତ୍ରାରେ ଡେରି ବା ରଦ୍ଦ ହୋଇଯିବା , ଉଚ୍ଚ ଶିକ୍ଷାରେ ଅସଫଳତା ଓ ଆଇନ ସମ୍ବନ୍ଧୀୟ ସମସ୍ୟାରେ ଅଛନ୍ତି ତ ବାସ୍ତୁ ଦ୍ଵାରା ଉତ୍ତର ଦିଗକୁ ସଶକ୍ତ କରନ୍ତୁ । ଉତ୍ତର ଦିଗରେ କୁବେର ଦେବତାଙ୍କୁ ସ୍ଥାନ ଦିଅନ୍ତୁ ।

୪ । ଯଦି ତିଆରି ହୋଇଥିବା ଫ୍ଲାଟ , ବଙ୍ଗଳା, ଦୋକାନ ବା ସୋରୁମ କିଣୁଛନ୍ତି ତ ତାହାର ମୁଖ୍ୟ ଦ୍ଵାର , ରୁମଗୁଡିକର ଦ୍ଵାର ନିର୍ଦ୍ଧାରଣ ଓ ପଞ୍ଚତତ୍ତ୍ଵର ସନ୍ତୁଳନକୁ ବାସ୍ତୁ ଅନୁସାରେ ଧ୍ୟାନରେ ରଖିବା ଦରକାର ।

୫ । ନୂଆବର୍ଷରେ ନିଜ ଲକ୍ଷ କୁ ନିଜେ କାଗଜରେ ଲେଖି ସାମ୍ନାଦ୍ଵାରରେ ଟାଙ୍ଗି ଦିଅନ୍ତୁ ତା ସହିତ ନିଶ୍ଚିତ ସମୟ ସୀମା ବି ବାନ୍ଧି ନିଅନ୍ତୁ ତେବେ ଲକ୍ଷ ପୁରା ହେବାପାଇଁ କରିବାକୁ ଶକ୍ତି ମିଳିଥାଏ ।

6। ଅଧ୍ୟୟନ କରୁଥିବା ସମୟରେ ପିଠି ଝରକା ଆଡକୁ ହେବା କଥା ନୁହେଁ କିନ୍ତୁ ପିଠି ପଛରେ କାନ୍ଥ ରହୁଥିବା ଦରକାର ଯିଏ ନିରନ୍ତରତା କୁ ବଜାୟ ରଖିଥାଏ ଓ ତା ସହିତ ଏକାଗ୍ରତାକୁ ମଧ୍ୟ ବଢାଇଥାଏ ।

ଏହି ବିତିଯାଇଥିବା ବର୍ଷରେ ଯାହା କିଛି ବି ଭଲ ବା ମନ୍ଦ ହୋଇଛି ତାକୁ ଭୁଲି ନିଜର ଆଗକୁ ଆସୁଥିବା ସମୟ ବିଷୟରେ ଭାବିବେ ତେବେ ଅଧିକ କିଛି ହାସଲ କରିପାରିବେ । ନିଜ ଘରେ ଥିବା ବାସ୍ତୁ ଦୋଷକୁ ଦୂର କରି ଯଦି ଆପଣ ନୂଆ ବର୍ଷରେ ଆଗକୁ ବଢିବେ ତ ଅଧିକ ଭଲ ପରିଣାମ ହାସଲ କରିପାରିବେ ।

Leave a Reply

Your email address will not be published. Required fields are marked *