WhatsApp ୟୁଜର୍ସ ମାନଙ୍କ ପାଇଁ Alert… ଏହି ଜିନିଷ ଶେୟାର କରୁଥିଲେ ହୋଇପାରେ ଜେଲ!

ବନ୍ଧୁଗଣ ସୋସିଆଲ ମିଡିଆରେ ସବୁଠାରୁ ଲୋକପ୍ରିୟ ଆପ ଭାବେ ୱ୍ହାଟସପ ଇନଷ୍ଟାନ୍ଟ ମେସେଜିଙ୍ଗ ଆପଣ ଭାବେ ବ୍ୟବାହାର କରା ଯାଇଥାଏ ତାହା ଆପଣ ମାନେ ଜାଣିଥିବେ । ଅଧିକାଂଶ ଲୋକେ ଏହାକୁ ବ୍ୟବାହାର କରିଥାନ୍ତି । ଆଉ କିଛି ଲୋକ ୱ୍ହାଟସପ ପଲିଶି ଉପରେ ଧ୍ୟାନ ଦିଅନ୍ତି ନାହି । ଯାହା କି ପରେ ସେମାନଙ୍କ ପାଇଁ ଅଡୁଆ ସୃଷ୍ଟି କରିଥାଏ । ଏପରିକି ୱ୍ହାଟସପ ପଲିଶି ନ ମାନିଲେ ହୁଏ ତ ଆପଣଙ୍କୁ ଜେଲ ମଧ୍ୟ ହୋଇପାରେ । ଆପଣ ଯଦି ୱ୍ହାଟସପ ରେ କିଛି ସେୟାର କରୁଛନ୍ତି ତା ହେଲେ ଅନେକ କିଛି ଜିନିଷ ଉପରେ ଧ୍ୟାନ ରଖିବା ଉଚିତ ।

ଯଦି ଆପଣ କୌଣସି ୱ୍ହାଟସପ ଗ୍ରୁପ ର ଆଡମିନ ଅଛନ୍ତି ତା ହେଲେ ଆପଣଙ୍କର ଦାୟିତ୍ଵ ଦୁଇ ଗୁଣା ହୋଇଥାଏ । କାରଣ ଗ୍ରୁପ ମେମ୍ବରଙ୍କର ପୋଷ୍ଟ ଉପରେ ମଧ୍ୟ ଆପଣଙ୍କୁ ଧ୍ୟାନ ଦେବାକୁ ପଡିବ । ହିଂସା ସୃଷ୍ଟିକାରୀ ପୋଷ୍ଟ ଭୁଲରେ କରନ୍ତୁ ନାହି ସେୟାର । ୱ୍ହାଟସପ ରେ ଭୁଲରେ ଏମିତି ପୋଷ୍ଟ ସେୟାର କରନ୍ତୁ ନାହି ଯାହା ସାମାଜିକ ମତଭେଦ ସୃଷ୍ଟି କରିପାରେ ।

ଯଦି ଆପଣ ଏମିତି କିଛି ପୋଷ୍ଟ ସେୟାର କରୁଛନ୍ତି ତା ହେଲେ ଆପଣଙ୍କ ୱ୍ହାଟସପ ଆକାଉଣ୍ଟ ବ୍ଲକ ହୋଇଯିବ । ୱ୍ହାଟସପ ପଲିଶି ମାନ ନ ଥିବା ୟୁଜର୍ସଙ୍କ ଆକାଉନ୍ଟ କୁ କମ୍ପାନୀ ମାସେ ଯାଏଁ ବ୍ୟାନ କରି ଦେଇଥାଏ । ଫଳରେ ଆକାଉଣ୍ଟ ରିକଭର ପାଇଁ ଆପଣଙ୍କୁ କାରଣ ଦର୍ଶାଇବାକୁ ପଡିଥାଏ । ଭୁଲରେ ୱ୍ହାଟସପ ରେ ହିଂସା ସୃଷ୍ଟିକାରୀ ଧାର୍ମିକ ଭାବନାକୁ କ୍ଷତି ପହଞ୍ଚୁଥିବା ପୋଷ୍ଟ ସେୟାର କରନ୍ତୁ ନାହି ।

ଏପରି ଅନେକ ଘଟଣା ଦେଖିବାକୁ ମିଳିଛି ବର୍ତ୍ତମାନ ସମୟରେ । ଦଙ୍ଗା ସୃଷ୍ଟି କରିବା ପାଇଁ ୱ୍ହାଟସପ ଗ୍ରୁପ ର ବ୍ୟବହାର କରା ଯାଇଥାଏ । ଯଦି ଆପଣ ଏମିତି କଛି ଗ୍ରୁପ ରେ ଅଛନ୍ତି ତାହା ହେଲେ ଗ୍ରୁପ ରୁ ବାହାରି ଯାଆନ୍ତୁ । ନଚେତ ପରେ ଏହା ଆପଣଙ୍କ ପାଇଁ ଅଡୁଆ ସୃଷ୍ଟି କରିପାରେ । ଡଙ୍ଗା ହେଲେ ପୋଲିସ ପ୍ରଥମେ ଏଭଳି ଦଙ୍ଗା ସୃଷ୍ଟି କରୁଥିବା ଗ୍ରୁପ ଉପରେ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରିଥାଏ ।

ଚାଇଲ୍ଡ ପର୍ଣ୍ଣ ସେୟାର କରିଲେ ମଧ୍ୟ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରାଯାଏ । ଏ ନେଇ ଦେଶରେ ଅନେକ କଠୋର ଆଇନ ବି ରହିଛି । ୱ୍ହାଟସପ ଏଭଳି କଣ୍ଟେନ ଶେୟାର କରନ୍ତୁ ନାହି ଯେଉଁଥିରେ ଧର୍ମ, ଜାତି କୁ ଅପମାନ କରା ଯାଉଥିବା ଏଭଳି କଣ୍ଟେନ ଉପରେ ଆଇନଗତ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରାଯାଇ ପାରିବ ।

ତେବେ ଆପଣ ମାନେ ମଧ୍ୟ ଏଭଳି ଗ୍ରୁପ ରେ ଥିଲେ ବା ଏହା ବିଷୟରେ କିଛି ଅବଗତ ଥିଲେ ତୁରନ୍ତ ଏଥିରୁ ବାହାରି ଜାଣନ୍ତୁ । ନଚେତ ଏଥିପାଇଁ ଆପଣ ମାନଙ୍କୁ ଜେଲ ମଧ୍ୟ ହୋଇପାରେ । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *