ଦେଖନ୍ତୁ Video, ବଡଦାଣ୍ଡରେ ହଳଦୀଆ ଗାର: Ratha Yatra 2022

ବନ୍ଧୁଗଣ, ପବିତ୍ର ରଥଯାତ୍ରା ନିମନ୍ତେ ଆପଣ ମାନଙ୍କୁ ହାର୍ଦ୍ଧିକ ଅଭିନନ୍ଦନ । ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଯେଉଁଥିରେ ଏକ ହଳଦୀ ରଙ୍ଗର ଗାର ଦେଖିବାକୁ ମିଳୁଛି ବଡ ଦାଣ୍ଡରେ । ତେବେ ଏହା କଣ ଓ କାହିଁକି ଏମିତି ଗୋଟେ ହଳଦିଆ ଗାର ପଡିଛି ବଡ ଦାଣ୍ଡରେ ସେ ବିଷୟରେ ଆମେ ଆପଣଙ୍କୁ କହିବୁ । ଆପଣ ମାନେ ଜାଣିଥିବେ ଦୀର୍ଘ 2 ବର୍ଷ ହେବ କରୋନା ପାଇଁ ରଥଯାତ୍ରା ବନ୍ଦ ହୋଇଥିଲା ।

କିନ୍ତୁ ଏଥର ପ୍ରଶାସନ ପକ୍ଷରୁ ରଥଯାତ୍ରା ଖୁବ ଧୁମଧାମରେ ପାଳନ ହେଉଛି । ଦୁଇ ବର୍ଷ ହେବ ଅନେକ ଭକ୍ତ ବୃନ୍ଦ ଏହାକୁ ଚାତକ ପରି ଚାହିଁ ବସିଥିଲେ । କେବେ ରଥଯାତ୍ରା ହେବ ଓ କେବେ ସେମାନେ ଜଗାକାଳିଆଙ୍କୁ ମନ ଭରି ଦେଖି ପାରିବେ ବଡ ଦାଣ୍ଡରେ । ତେବେ ଆଜି ସେହି ଶୁଭ ଦିନ । ଆଜି ହେଉଛି ପବିତ୍ର ଘୋଷଯାତ୍ରା ବା ରଥଯାତ୍ରା ।

ଦୀର୍ଘ 2 ବର୍ଷ ପରେ ରଥଯାତ୍ରା ହେଉଥିବାରୁ ବହୁତ ଦୁରଦୁରାନ୍ତରୁ ଭକ୍ତ ମାନେ ଆସି ଏଠାରେ ପହଞ୍ଚିଛନ୍ତି ଓ କାଳିଆର ଦର୍ଶନ କରି ଭାବବିହ୍ଵଳ ହୋଇ ହୋଇପଡୁଛନ୍ତି । ଏହି ଦୃଶ୍ୟ ବର୍ଣ୍ଣନା କରିବା ପାଇଁ ଆମ ପାଖେ ଶବ୍ଦ ନାହିଁ । ତେବେ ଆଜି ଆମେ ଆପଣଙ୍କୁ ଯେଉଁ ବିଷୟରେ କହିବାକୁ ଯାଉଛି ତାହା ହେଲା ବଡ ଦାଣ୍ଡରେ ଦେଖା ଯାଉଥିବା ଗୋଟେ ହଳଦୀ ରଙ୍ଗର ଗାର ।

ତେବେ ଏହାକୁ ଦେଖି ବହୁତ ଲୋକ ପ୍ରଥମେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ କି ଏହା କଣ ? କିନ୍ତୁ ପରେ ଜାଣିବାକୁ ମିଳିଲା କି ଏହା କୌଣସି ହଳଦୀ ରଙ୍ଗର ଗାର ନୁହେଁ ବରଂ କିଛି ଭକ୍ତ ବା ସୁରକ୍ଷା କର୍ମୀ ଏକା ଭଳି ହଳଦୀ ରଙ୍ଗର ବସ୍ତ୍ର ପିନ୍ଧି ଏଭଳି ଲମ୍ବା ଲାଇନ ରେ ଠିଆ ହୋଇଛନ୍ତି କି ଯାହା ଗୋଟେ ହଳଦିଆ ଗାର ଭଳି ଦୃଶ୍ୟ ହେଉଛି ।

କେବଳ ହଳଦୀ ନୁହେଁ କିଛି ସୁରକ୍ଷା କର୍ମୀ ଧଳା ବସ୍ତ୍ର ମଧ୍ୟ ପିନ୍ଧି ସେହି ଭଳି ଲମ୍ବା ଲାଇନ ରେ ଠିଆ ହୋଇଛନ୍ତି । ସେମାନେ ମଝିରେ ଏକ ଲମ୍ବା ଲାଇନ କରି ଠିଆ ହୋଇ ସମସ୍ତ ଭକ୍ତ ମାନଙ୍କର ସହାୟତା କରୁଛନ୍ତି । ଯେମିତି କି କାହକୁ ପାଣି ଦେବା ଓ ଯେମିତି ସେମାନଙ୍କର କୌଣସି ଅସୁବିଧା ନ ହୁଏ ସେଥିପ୍ରତି ମଧ୍ୟ ଧ୍ୟାନ ଦେଉଛନ୍ତି ।

2 ବର୍ଷ ଧରି ଯେଉଁ ଅପେକ୍ଷାରେ ଥିଲେ ଭକ୍ତ ମାନେ ଆଜି ସେହି ଅପେକ୍ଷାର ଅନ୍ତ ଘଟିଛି । ଆଜି କାଳିଆ ସାଆନ୍ତ ନିଜର ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ବଡ ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି । ଚକାନୟନକୁ ଦେଖି ଭକ୍ତଙ୍କ ଆଖିରେ ଲୁହ ଆସି ଯାଉଛି । ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ପାଖରେ ଆମର ଏତିକି ପାର୍ଥନା ସାରା ଓଡିଶା ବାସୀଙ୍କ ଘଣ୍ଟ ଘୋଡେଇ ରଖିଥାଅ । ଜୟ ଜଗନ୍ନାଥ

Leave a Reply

Your email address will not be published. Required fields are marked *