ସିଂହ ରାଶି ଓ ବିଛା ରାଶି ମଧ୍ୟରୁ କିଏ ସବୁଠାରୁ ଅଧିକ ଶକ୍ତିଶାଳୀ ? Jyotisha Shastra

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ସିଂହ ରାଶି ଓ ବିଛା ରାଶି ମଧ୍ୟରେ ସବୁଠାରୁ ଅଧିକ ଶକ୍ତିଶାଳୀ କିଏ ସେହି ବିଷୟରେ କହିବାକୁ ଯାଉଛୁ । ସିଂହ ରାଶିର ସ୍ଵାମୀ ହେଉଛନ୍ତି ସୂର୍ଯ୍ୟଦେବ ଯିଏ ସବୁ ଗ୍ରହ ମାନଙ୍କର ରାଜା ହୋଇଥାନ୍ତି । ସିଂହ ରାଶି ରାଜକୀୟ ରାଶି ଭାବେ ମାନ୍ୟତା ପାଇଛି । ଏମାନଙ୍କର ଖାଦ୍ୟପେୟ, ରହିବାର ସ୍ଥାନ, ଭ୍ରମଣ ସ୍ଥାନ ସବୁ କିଛି ରାଜକୀୟ ହୋଇଥାଏ । ଏମାନଙ୍କ ଠାରେ ସାହସିକତା ଓ ଏକତା ସାମାନ୍ଯ ହୋଇଥାଏ । ଏମାନଙ୍କୁ ଯାହା ଆବଶ୍ୟକ ହୋଇଥାଏ ତାହା ହାସଲ କରିବାର କଳା ଏମାନଙ୍କୁ ବେଶ ଭଲ ଭାବେ ଜଣା ହୋଇଥାଏ ।

ଏମାନେ କାହା ଆଦେଶକୁ ମାନନ୍ତି ନାହି ବରଂ ଆଦେଶ ଦେଇଥାନ୍ତି । ଏମାନେ ବୁଦ୍ଧିମାନ, ପରାକ୍ରମି, କର୍ମଠ, ଅଭୟ, ନୀତି ଅନୁସାରେ ଆଚରଣ କରିବା ଭଳି ଓ ଆକର୍ଷକ ବ୍ୟକ୍ତିତ୍ବର ଧନୀ ହୋଇଥାନ୍ତି । ଏମାନେ ନିଜ ଥରେ ସନ୍ତୁଷ୍ଟ ରହିବା ପସନ୍ଦ ହୋଇଥାଏ । ଏମାନଙ୍କ ଜୀବନ ଶୈଳୀ ରାଜା ପରି ହୋଇଥାଏ । ସିଂହ ରାଶିର ବ୍ୟକ୍ତି ଆତ୍ମବିଶ୍ଵାସୀ ହୋଇଥାନ୍ତି ।

ଯେଉଁ କାମ କରିଥାନ୍ତି ତାହା ପୁରା ନିଷ୍ଠାର ସହ କରିଥାନ୍ତି । ଯାହା କାରଣରୁ ଏମାନଙ୍କର ବିରୋଧ କରିବା ସହଜ ହୁଏ ନାହି । ଏମାନଙ୍କର ଅଧିକ ମିତ୍ର ରହିଥାନ୍ତି କାରଣ ଏମାନେ ଉଦାର ଓ ବିଶ୍ବାସର ପାତ୍ର ହୋଇଥାନ୍ତି । ଏମାନେ ନିଜ ମିତ୍ରଙ୍କ ସାହାଜ୍ଯ କରିବା ପାଇଁ କିଛି ବି କରିଥାନ୍ତି । ଦେଶ ବିଦେଶ ଭ୍ରମଣ କରିବାରେ ରୁଚି ରଖିଥାନ୍ତି । ଜନ୍ମରୁ ଏମାନଙ୍କର ସ୍ବଭାବରେ ନେତୃତ୍ଵ, ରଚନାତ୍ମକତା, ଉଶ୍ଚାହ ରହିଥାଏ ।

ଏମାନେ ଅସୀମ ଊର୍ଜା ସହ କାମ କରି ସଫଳ ହୋଇଥାନ୍ତି । ଏମାନେ ଜିଦି ପ୍ରକୃତିର ହୋଇଥାନ୍ତି । ଏମାନଙ୍କ ପ୍ରତି ହୋଇଥିବା ଖରାପ ବ୍ୟବହାରକୁ ଭୁଲି ପାରନ୍ତି ନାହି । ଭବିଷ୍ୟତକୁ ଉଜ୍ବଳ କରିବାକୁ ଲାଗି ରହିଥାନ୍ତି । ବ୍ୟବସାୟରେ ସଫଳ ହୋଇଥାନ୍ତି । ଉଚ୍ଚ ସ୍ତରୀୟ କାମ କରିବାକୁ ପସନ୍ଦ କରିଥାନ୍ତି । ଏମାନଙ୍କର ଶୁଭ ଦିନ ରବିବାର ଓ ଶୁଭ ରଙ୍ଗ ନାଲି ।

ବିଛା ରାଶିର ସ୍ଵାମୀ ଗ୍ରହ ହେଉଛି ମଙ୍ଗଳ ଗ୍ରହ ଯାହା ଜୀବନରେ ପରାକ୍ରମୀ ହୋଇଥାନ୍ତି । ଏମାନେ ସାହାସୀ ଓ ଦୃଢ ଇଚ୍ଛା ଶକ୍ତି ଥିବା ବ୍ୟକ୍ତି ହୋଇଥାନ୍ତି । ଏପରି ବ୍ୟକ୍ତି ଧାର୍ମିକ, ଗମ୍ଭୀର ଓ ନିର୍ଭୟ ହୋଇଥାନ୍ତି । ଏମାନେ ଅବସରର ସଂପୂର୍ଣ୍ଣ ଲାଭ ଉଠାଇଥାନ୍ତି । ଏମାନଙ୍କ ଠାରେ ଶାରୀରିକ ଓ ମାନସିକ ଶକ୍ତି ରହିଥାଏ । ଏମାନେ ଈର୍ଷାଳୁ ହୋଇଥାନ୍ତି । ଏମାନଙ୍କର ଅଧିକ ମିତ୍ର ରହିଥାନ୍ତି । ଏମାନେ ଯେ କୌଣସି ବ୍ୟକ୍ତିକୁ ସହଜରେ ଜାଣିଥାନ୍ତି ।

ଯଦି ଏମାନଙ୍କୁ କୌଣସି କଥା ଖରାପ ଲାଗିଥାଏ ତାହା ସହଜରେ ଭୁଲି ପାରନ୍ତି ନାହି । କର୍ମ ଉପରେ ବିଶ୍ଵାସ ରଖିତହନ୍ତି । ଏମାନଙ୍କର ରାଜନୀତି କ୍ଯାରିୟର ଭଲ ରହିଥାଏ । ଏମାନେ ଯେଉଁ କ୍ଷେତ୍ରରେ କାମ କରିଥାନ୍ତି ଉଚ୍ଚ କ୍ଷେତ୍ରରେ ରହିଥାନ୍ତି । ଏମାନେ ମିଲିଟାରୀ ବା ଖେଳରେ ଭଲ ପ୍ରଦର୍ଶନ କରିଥାନ୍ତି ।

ଏମାନେ ପରିଶ୍ରମ କରି ଧନ କମାଇଥାନ୍ତି । ଏମାନଙ୍କର ଶୁଭ ରଙ୍ଗ ନାଲି ଓ ଶୁଭ ଦିନ ମଙ୍ଗଳବାର । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *