କେଉଁ ରଙ୍ଗର ଧାଗା ବାନ୍ଧିଲେ କଣ ମିଳେ ଏହାର ଫଳ? ନିଶ୍ଚୟ ପଢନ୍ତୁ

ଆପଣ କେତେକ ଲୋକଙ୍କୁ ଶରୀରର ବିଭିନ୍ନ ଅଙ୍ଗରେ ସୂତା ବାନ୍ଧିବାର ଦେଖିଥିବେ । ଏପରିକି ଆପଣ ନିଜେ ମଧ୍ୟ ଫିତା ବାନ୍ଧିଥିବେ । କିନ୍ତୁ କଣ ଆପଣଙ୍କୁ ଅଲଗା ଅଲଗା ରଙ୍ଗର ଫିତା ବାନ୍ଧିବାର ଫାଇଦା ସର୍ମ୍ପକରେ ଜଣାଅଛି କି ? ଯଦି ନା, ତେବେ ଚିନ୍ତା ନାହିଁ କାରଣ ଆଜି ଆମେ ଆପଣଙ୍କୁ ସେ ସମ୍ପର୍କରେ ବିସ୍ତୃତ ଭାବେ ଜଣାଇବୁ ।

ବିଶ୍ୱାସ ରହିଛି ଆମ ଶରୀର ପଞ୍ଚତତ୍ୱରେ ତିଆରି ହୋଇଛି ଏବଂ ସେଥିରୁ ମିଳୁଥିବା ଉର୍ଜା ଆମକୁ ସଞ୍ଚାଳିତ କରିଥାଏ । ସାଧାରଣତଃ କୁହାଯାଏ ଯେତେବେଳେ ଆମକୁ କାହାର ଖରାପ ନଜର ଲାଗିଥାଏ ଏହି ପଞ୍ଚତତ୍ୱର ଉଜ୍ୱର୍ ମିଳିପାରେନି । ସେହି ସମୟରେ ପାଦରେ କଳାଫିତା ବାନ୍ଧିବାକୁ ପରାମର୍ଶ ଦିଆଯାଇଥାଏ । ବିଶ୍ୱାସ ରହିଛି ଏହି କଳା ରଙ୍ଗର ଫିତା ବାନ୍ଧିବା ଦ୍ୱାରା ଲାଗିଥିବା ନଜର ଛାଡି ଯାଇଥାଏ । କଳାଫିତା ହାତରେ ବେକରେ କିମ୍ବା ପାଦରେ ବନ୍ଧା ଯାଇଥାଏ ।

ଆପଣ ହୁଏତ ଜାଣି ନ ଥିବେ କଳା ରଙ୍ଗର ଫିତା ଖରାପ ନଜରରୁ ରକ୍ଷା କରିଥାଏ । ଏହି କାରଣରୁ କଳା ଫିତା କାଳ ଭୈରବଙ୍କୁ ମଧ୍ୟ ଚଢା ଯାଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ କଳା ଫିତା ଭଗବାନ ଶନି ଓ ରାହୁ ଗ୍ରହଙ୍କର ପ୍ରିୟ ବୋଲି ଜଣାପଡିଛି । ଏହାକୁ ବାନ୍ଧିବା ଦ୍ୱାରା ଏସବୁ ଗ୍ରହଗୁଡିକର ଦଶା କଟିଥାଏ ବୋଲି କୁହାଯାଏ ।

ବିଶ୍ୱାସ ରହିଛି ହଳଦିଆ ରଙ୍ଗର ଫିତା ବାନ୍ଧିବା ଶୁଭ ହୋଇଥାଏ । ସେଥିପାଇଁ କୁହାଯାଏ ହଳଦିଆ ରଙ୍ଗର ଫିତା ହାତରେ ବାନ୍ଧିବା ଦ୍ୱାରା ଆତ୍ମବିଶ୍ୱାସ ଓ ଏକାଗ୍ରତା ବୃଦ୍ଧି ପାଏ ।

ନାଲିଫିତାର ସମ୍ପର୍କ ସୂର୍ଯ୍ୟ ଓ ମଙ୍ଗଳ ସହ ଜଡିତ ବୋଲି କୁହାଯାଇଛି । କୁହାଯାଏ ନାଲି ରଙ୍ଗର ଫିତା ହାତରେ ବାନ୍ଧିବା ଦ୍ୱାରା ଆୟୁ ବୃଦ୍ଧି ପାଏ । ନାଲି ଫିତା ଆମମାନଙ୍କୁ ଶ୍ରତୁ କବଳରୁ ରକ୍ଷା କରେ ବୋଲି କୁହାଯାଏ ।

ଏହା ଛଡା ଗେରୁଆ ରଙ୍ଗ ବହୁତ ପବିତ୍ର ବୋଲି ବିଶ୍ୱାସ ରହିଛି । ମନୋସ୍ମାମନା ପୂର୍ଣ୍ଣ କରିବା ପାଇଁ ହାତ ଘଣ୍ଠିରେ ଗେରୁଆ ରଙ୍ଗର ସୂତା ବାନ୍ଧିବା ଉଚିତ୍ ।

Leave a Reply

Your email address will not be published. Required fields are marked *