ୟେସ ବ୍ୟାଙ୍କ ସଙ୍କଟ ରେ ବ୍ୟାଙ୍କ ବଞ୍ଚେଇବା ପାଇଁ ଆରବିଆଇ ଜାରି କଲେ ଯୋଜନା, ଏସବିଆଇ କରିବେ ନିବେଶ

ସଙ୍କଟ ଠାରୁ ୟେସ ବ୍ୟାଙ୍କକୁ ବଞ୍ଚେଇବା ପାଇଁ ଭାରତୀୟ ରିଜର୍ବ ବ୍ୟାଙ୍କ ଆରବିଆଇ ଶନିବାର ଦିନ ଗୋଟେ କାର୍ଯ୍ୟଯୋଜନା ଜାରି କରିଛନ୍ତି । ଯାହା ଅନୁଯାଇ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏଥିରେ ନିବେଶ କରିବ, ଏଥିରେ ଏସବିଆଇ ର ୪୯% ଭାଗୀଦାରୀ ରହିବ । ଏହି ଯୋଜନାକୁ ୟେସ ବ୍ୟାଙ୍କ ରିକଂଷ୍ଟ୍ରକସନ ସ୍କିମ ୨୦୨୦ ନା ଦିଆ ଯାଇଛି । ଆରବିଆଇ ବ୍ୟାଙ୍କ ଶେୟର ହୋଲ୍ଡର ଓ ନିବେଶକ ମାନଙ୍କୁ ସୁଝାବ ଦବା ପାଇଁ କହିଛନ୍ତି, ଲୋକଙ୍କ ଟଙ୍କା ରହିବ ସୁରକ୍ଷିତ ।

ବିତ ମନ୍ତ୍ରୀ କହିଛନ୍ତି ଯେ ଲୋକଙ୍କ ଟଙ୍କା ସୁରକ୍ଷିତ ରହିବ, ସରକାର ଏହାର ଭରସା ଦଉଛି ଆପଣଙ୍କୁ, ଆରବିଆଇ ଏହାର ପତା ଲଗେଇବ ଯେ ୟେସ ବ୍ୟାଙ୍କ ରେ କଣ ଭୁଲ ହେଇଛି ।

ସରକାର ଦ୍ଵାରା ବିତ୍ତ ମନ୍ତ୍ରୀ ଏହା ମଧ୍ୟ ଅନୁରୋଧ ଆରବିଆଇ କୁ କରିଛନ୍ତି ଯେ ଘଟଣାକୁ ଗମ୍ଭୀର ଭାବରେ ନିଆ ଯାଉ ଏବଂ ମହତ୍ଵ ବୁଝିବା ସହ କିଛି ଗୋଟେ ରାସ୍ତା ବାହାର କରା ଯାଉ ଯାହା ଦ୍ଵାରା ଲୋକଙ୍କୁ ଅସୁବିଧା ନହେଉ, ଗୋଟେ ବର୍ଷ ଯାଏଁ ବେତନ ସୁରକ୍ଷିତ ଅଟେ ।

ୟେସ ବ୍ୟାଙ୍କ ରେ ଫସିଲା ଭଗବାନଙ୍କର ୫୪୫ କୋଟି ଟଙ୍କା :

ୟେସ ବ୍ୟାଙ୍କ ସଙ୍କଟ ଦ୍ଵାରା ହଇରାଣ ହୋଇଥିବା ପୁରୀ ଜଗରନାଥ ଧାମ ମନ୍ଦିର ପୂଜାରୀ ଓ ଶ୍ରଦ୍ଧାଳୁ ଚିନ୍ତିତ ଅଛନ୍ତି । ବ୍ୟାଙ୍କ ରେ ଠାକୁରଙ୍କ ୫୪୫ କୋଟି ଟଙ୍କା ଜମା ଅଛି । ଏହି କଥା ପାଇଁ ମନ୍ଦିର ସେବକ ବିନାୟକ ଦାସମୋହାପାତ୍ର କହିଛନ୍ତି ଯେ ଅଧିକ ବ୍ୟାଜ ପାଇଁ ଲୋଭ କରି ପାଖ କ୍ଷେତ୍ର ବ୍ୟାଙ୍କ ରେ ଏତେ ବଡ ରାଶି ଜମା କରା ଯାଇଛି । ସେ ଏମିତି ଲୋକଙ୍କ ନା ରେ ଯାଞ୍ଚ କରିବା ପାଇଁ ଅନୁରୋଧ କରିଛନ୍ତି ।

ରାଜକୋଟ ମହାନଗର ପାଳିକା ର ୟେସ ବ୍ୟାଙ୍କ ରେ ଅଟକିଲା ୧୬୪ କୋଟି ଟଙ୍କା :

ରାଜକୋଟ ମହାନଗର ପାଳିକା ସ୍ମାର୍ଟ ସିଟି ପାଇଁ ଟଙ୍କା ଜମା କରିଥିଲେ ଯାହାକୁ ରଖିବା ପାଇଁ ୨୦୧୭ରେ ୟେସ ବ୍ୟାଙ୍କକୁ ଚୟନ କରା ଯାଇଥିଲା । ଏହା ପାଇଁ ତେଣ୍ଡର ମଧ୍ୟ ଜାରି କରା ଯାଇଥିଲା ଯାହା ପରେ ୟେସ ବ୍ୟାଙ୍କ ରେ ଟଙ୍କା ଜମା କରା ଗଲା, ବର୍ତମାନ ରେ ବ୍ୟାଙ୍କ ସଙ୍କଟ ରେ ଥିବାରୁ ମହାନଗର ପାଳିକା ର ୧୬୪ କୋଟି ଟଙ୍କା ଫସିକି ରହିଛି ।

Leave a Reply

Your email address will not be published. Required fields are marked *