ଆପଣ ଜାଣିଛନ୍ତି କି ? ରାତିରେ ଶୋଇବା ପୂର୍ବରୁ ନଡ଼ିଆ ଖାଇବାର ଫାଇଦା।

ରାତିରେ ଶୋଇବା ପୂର୍ବରୁ ନଡ଼ିଆ ଖାଇବାର ଫାଇଦା ଆପଣ ଜାଣିଛନ୍ତି କି ?

ଆମ ଭିତରୁ ଅଧିକାଂଶଙ୍କୁ ନଡ଼ିଆ ଖାଇବା ପସନ୍ଦ । ନଡ଼ିଆ ପାଟିକୁ ସୁଆଦିଆ ଲାଗିବା ସହ ଶରୀର ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ନଡ଼ିଆରେ ଭରପୁର ମାତ୍ରରେ ଭିଟାମିନ୍‌ , ଏମିନୋ ଏସିଡ଼ , ଫାଇବର, କାର୍ବୋହାଇଡ୍ରେଟ ,ପ୍ରୋଟିନ୍‌ ଆଦି ପୋଷକ ତତ୍ତ୍ୱ ରହିଥାଏ। ଯାହା ଶରୀରକୁ ସୁସ୍ଥ ରଖିବା ପାଇଁ ବହୁତ ସହାୟକ ହୋଇଥାଏ। ଆପଣ ଜାଣିଛନ୍ତି କି, ରାତି ସମୟରେ ଖଣ୍ଡେ ନଡ଼ିଆ ଖାଇବା ଶରୀର ପାଇଁ ବହୁ ଲାଭଦାୟକ ହୋଇଥାଏ । ଆସନ୍ତୁ ଜାଣିବା ନଡ଼ିଆକୁ ରାତିରେ ଖାଇବାର ବିଭିନ୍ନ ପ୍ରକାରର ଉପକାରିତା ବିଷୟରେ।

1- ବାନ୍ତି ଲାଗୁଥିଲେ

ବାନ୍ତି  ସମସ୍ୟା ରହିଥିଲେ ପାଟିରେ ଗୋଟେ ଛୋଟ ନଡ଼ିଆ ଖଣ୍ଡ ରଖି ଚୋବାଇବା ଆରମ୍ଭ କରନ୍ତୁ ଦେଖିବେ ବାନ୍ତି ଲାଗିବା ବନ୍ଦ ହେବା ସହ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ ।

2- ସଂକ୍ରମଣ ରୋଗ ହୋଇନଥାଏ

ନଡ଼ିଆ ଖାଇବା ଦ୍ୱାରା ଶରୀରରେ କୌଣସି ପ୍ରକାରର ସଂକ୍ରମଣ ରୋଗ ହୋଇନଥାଏ ।

3-  ଓଜନ କମ ହେବା ସହ ପେଟ ଭର୍ତ୍ତି ରହିଥାଏ

ନଡ଼ିଆ ଦ୍ୱାରା ଓଜନ କମ ହେବା ସହ ପେଟ ଭର୍ତ୍ତି ରହିଥାଏ । ଏହାକୁ ପ୍ରତି ଦିନ ରାତିରେ ସେବନ କରିବା ଦ୍ୱାରା ଅନିଦ୍ରା ସମସ୍ୟା ଦୂର ହୋଇଥାଏ ।

4- କୋଷ୍ଠକାଠିନ୍ୟ

ନଡ଼ିଆରେ ଫାଇବରର ମାତ୍ରା ବହୁତ ରହିଥାଏ । ଯାହା ଦ୍ୱାରା କୋଷ୍ଠକାଠିନ୍ୟ ଭଳି ସମସ୍ୟାର ଅନ୍ତ ଘଟିଥାଏ । କିଛି ଦିନ ରାତି ସମୟରେ ଗୋଟିଏ ଛୋଟ ଖଣ୍ଡ ନଡ଼ିଆ ଖାଇବା ଆରମ୍ଭ କରନ୍ତୁ ଦେଖିବେ ପେଟ ଜନିତ ସମସ୍ୟାରୁ ତୁରନ୍ତ ରକ୍ଷା ମିଳିବ ।

5- ଶରୀରର ରୋଗ ସଂକ୍ରମକ କ୍ଷମତା ବୃଦ୍ଧି କରିବା ସହ ମସ୍ତିଷ୍କକୁ ତୀକ୍ଷ୍ଣ ରଖିଥାଏ । ଗ୍ରୀଷ୍ମ ଋତୁରେ ଏହାକୁ ଖାଇବା ଦ୍ୱାରା ଶରୀରର ଜଳୀୟଅଂଶ ନିୟନ୍ତ୍ରିତ ରହିବା ସହ ଶରୀରରେ ଥଣ୍ଡା ଅନୁଭୂତ ହୋଇଥାଏ ।

ଲେଖାଟି ଯଦି ଭଲ ଲାଗିଲା ତେବ ଅନ୍ୟମାନଙ୍ କସହିତ ଶେୟାର କରନ୍ତୁ।

Leave a Reply

Your email address will not be published. Required fields are marked *