ଆପଣ ଯଦି ପ୍ରେମରେ ବିଫଳ ତେବେ ଜାଣନ୍ତୁ କଣ କାରଣ ହେଇପାରେ??

ପ୍ରେମରେ ଅନେକ ଲୋକ ଅନ୍ଧ ହୋଇଥାନ୍ତି। ସାମ୍ନାରେ ବିପଦ ଥିଲେ ମଧ୍ୟ ଆମେ  ଦେଖିପାରନ୍ତି ନାହିଁ । ଭୁଳବୁଝାବଣା ପାଇଁ  ପ୍ରେମସମ୍ପର୍କ କମ ସମୟ ଚାଲିଥାଏ। ଏମିତି ଆପଣଙ୍କ ସହ ନହେଉ ଏଥିପାଇଁ କୌଣସି ସମ୍ପର୍କ ଆରମ୍ଭ ହେବା ପୂର୍ବରୁ ନିଜକୁ ପଚାରନ୍ତୁ ଏହି ୫ ଟି ପ୍ରଶ୍ନ-

ଜାଣନ୍ତୁ ଏହି ୫ଟି ପ୍ରଶ୍ନ କଣ-

  • କୌଣସି ବି ସମ୍ପର୍କରେ ରାଗରୁଷା ଚାଲିଥାଏ । କିନ୍ତୁ ସବୁଠାରୁ ଜରୁରୀ ହେଲା ଆପଣ ଜଣେ ଜଣଙ୍କ ସହ କେତେ ସମୟ ଖୁସି ରହୁଛନ୍ତି ? ସମ୍ପର୍କକୁୁ ଆଗକୁ ବଢାଇବା ପୂର୍ବରୁ ଏହି ସବୁ ପ୍ରଶ୍ନ ନିଜକୁ ପଚାରନ୍ତୁ।

  • ଯିଦ ଆପଣ ବିବାହ ବନ୍ଧନରେ ବାନ୍ଧି ହେବାକୁ ଚାହୁଁଛନ୍ତି ତେବେ ଏହା ଜାଣିବା ଜରୁରୀ ଆପଣ ଜଣେ ଜଣଙ୍କ ପରିବାର ସଦସ୍ୟକୁ କେତେ ଜାଣିଛନ୍ତି ? କାରଣ ବିବାହ ଦୁଇ ଜଣଙ୍କ ମଧ୍ୟରେ ନୁହେଁ ପରିବାର ପରିବାର ମଧ୍ୟରେ ହୋଇଥାଏ।
  • ପ୍ରକୃତ ପ୍ରେମୀକୁ ଚିହ୍ନିବେ କିପରି। ଆପଣ ଯେମିତି ଅଛନ୍ତି ଯଦି ସେ ସେମିତି ଆପଣଙ୍କୁ ପସନ୍ଦ କରୁଛନ୍ତି ତେବେ ସେ ଆପଣଙ୍କର ପ୍ରକୃତ ସାଥୀ।

  •  କେବେ ବି ୨ ଜଣଙ୍କ ଚିନ୍ତାଧାରା ଆଦୌ ସମାନ ହେବ ନାହିଁ । କିନ୍ତୁ କିଛି ଜରୁରୀ ବିଷୟ ତଥା – ଶିକ୍ଷା, ପରିବାର ଓ ଟଙ୍କା ବିଷୟରେ କ’ଣ ଆପଣଙ୍କ ଚିନ୍ତାଧାରା ଏକ ? ଯଦି ହଁ ତେବେ ଆପଣ ଏହି ସମ୍ପର୍କକୁ ଆଗକୁ ବଢାନ୍ତୁ ।
  • କ’ଣ ଆପଣ ଜଣେ ଜଣକୁ ସମ୍ମାନ କରନ୍ତି ? ସମ୍ପର୍କରେ ଯଦି ଉଭୟ ଉଭୟଙ୍କ ପ୍ରତି ସମ୍ମାନ ନାହିଁ ତେବେ ସେ ସମ୍ପର୍କ ବେଶୀ ଦିନ ଧରି ଚାଲସବ ନାହିଁ ।

Leave a Reply

Your email address will not be published. Required fields are marked *