ଏହି ଚମତ୍କାରି ଉପାୟ ଦ୍ୱାରା ଆପଣଙ୍କ ମୁଁହରୁ ବ୍ରଣ ଉଭାନ ହୋଇଯିବ ?

ବନ୍ଧୁଗଣ ଆଜିକାଲିର ଲାଇଫ ଷ୍ଟାଇଲ ଓ ଭୁଲ ଖାଦ୍ୟପେୟ ଯୋଗୁଁ ବହୁ ଯୁବପୀଢ଼ିଙ୍କ ମୁଁହରେ ବ୍ରଣ ସମସ୍ୟା ଦେଖାଯାଉଅଛି । ଯାହାଦ୍ୱାରା ସେମାନଙ୍କର କୋମଳ ଚେହେରା ଅସୁନ୍ଦର ଦେଖାଯାଉଅଛି । ବ୍ରଣ ସମସ୍ୟା ମୁଁହରେ ଦେଖାଦେବା କାରଣରୁ ସେମାନେ ବହୁ ଚିନ୍ତାରେ ମଧ୍ୟ ରହୁଅଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ବଜାରରୁ ମିଳୁଥିବା ବିଭିନ୍ନ ପ୍ରକାର ଦାମୀ କେମିକାଲସ ଯୁକ୍ତ ପ୍ରଡକ୍ଟ ବ୍ୟବହାର କରୁଅଛନ୍ତି । କିନ୍ତୁ ଏହାଦ୍ୱରା ସେମାନଙ୍କୁ ବିଶେଷ ଲାଭ ମିଳୁନାହିଁ । ଆଜି ମୁଁ ଆପଣଙ୍କୁ ଏମିତି ଏକ ଆୟୁର୍ବେଦିକ ଉପାୟ ବିଷୟରେ କହିବି ଯାହାଦ୍ୱାରା ବ୍ରଣ ଆପଣଙ୍କ ମୁଁହରୁ ଉଭାନ ହୋଇଯିବ ଏବଂ ଆପଣଙ୍କ ମୁଖର ସୁନ୍ଦରତା ପୁଣି ଫେରିଆସିବ ।

ପ୍ରଥମେ ଜାଣନ୍ତୁ ବ୍ରଣ ହୁଏ କାହିଁକି । ଅଧିକ ରାତି ଅନିଦ୍ରା ହେବା କାରଣରୁ ପେଟ ଗରମ ହୋଇ ବ୍ରଣ ଉତ୍ପନ ହୁଏ । ଏହା ଛଡା ଆଜିକାଲିର ବଦଳୁଥିବା ଜଳବାୟୁ ଏବଂ ପ୍ରଦୂଷଣ କାରଣରୁ ଆମ ସ୍କିନ ତେଲିଆ ହୋଇଯାଏ, ଯାହାଦ୍ୱାରା ମଧ୍ୟ ବ୍ରଣ ଭଳି ସମସ୍ୟା ଆମ ମୁଁହରେ ଦେଖାଯାଏ ।

ଆଉ ଅଧିକାଂଶ ଲୋକଙ୍କ କହିବା ଅନୁଯାୟୀ ଏହାକୁ ବୟସ ବ୍ରଣ ମଧ୍ୟ କୁହାଯାଏ । ଏଥିପାଇଁ ଆପଣ ଅଧିକରୁ ଅଧିକ ପାଣି ପିଅନ୍ତୁ ଏବଂ ଯେତେସମ୍ଭବ ଶୁଅନ୍ତୁ । ଏବେ ଜାଣନ୍ତୁ ନିଜ ମୁଁହରୁ ବ୍ରଣ ଶେଷ କରିବା ପାଇଁ ଆପଣଙ୍କୁ କଣ କରିବାକୁ ପଡିବ । ଏଥିପାଇଁ ଆପଣଙ୍କୁ ଆବଶ୍ୟକ ମନ୍ଦାର ଫୁଲ । ଯାହା ବୋଧହୁଏ ଆମ ସମସ୍ତ ଓଡ଼ିଆ ଭାଇ ଭଉଣୀଙ୍କ ବାଡ଼ିରେ ସହଜରେ ମିଳିଯିବ ।

ଏଥିପାଇଁ ଆପଣଙ୍କୁ କେବଳ ଲାଲ ମନ୍ଦାର ଫୁଲହିଁ ନେବାକୁ ହେବ । ଏଥିରୁ ମିଳୁଥିବା ତତ୍ୱ ଆପଣଙ୍କ ଚେହେରାର ବ୍ରଣ ସମସ୍ୟାକୁ ମୂଳରୁ ଶେଷ କରିବାର କ୍ଷମତା ରଖିଥାଏ । ଅନ୍ୟ ଏକ ସାମଗ୍ରୀଟି ହେଲା ମହୁ ଯାହା ଆପଣଙ୍କ ଲୋକାଲ ବଜାରରୁ ଆପଣଙ୍କୁ ସହଜରେ ମିଳିଯିବ । ଏହା ମଧ୍ୟ ଆପଣଙ୍କ ତ୍ୱଚା ପାଇଁ ବହୁତ ଲାଭଦାୟକ ଅଟେ ।

ଏବେ ଜାଣନ୍ତୁ ଏହାକୁ ବନେଇବେ କିପରି । ପ୍ରଥମେ କିଛି ମନ୍ଦାର ଫୁଲର ପାଖୁଡାକୁ କିଛି ପାଣି ସହ ମିଶାଇ ବାଟି ଦିଅନ୍ତୁ । ଦେଖନ୍ତୁ ମୁଁ ଏହାକୁ ଭଲସେ ବାଟି ଦେଇଛି । ଏହାପରେ ଏଥିରେ ଏକ ଚାମଚ ମହୁ ମିଶାନ୍ତୁ । ଏହାପରେ ଭଲସେ ଏହାକୁ ମିଶାଇ ଦିଅନ୍ତୁ ଏବଂ ନିଜ ମୁଁହ ସାରା ଲଗାନ୍ତୁ । ଏହାର ବ୍ୟବହାର ଦ୍ୱାରା ଆପଣଙ୍କ ଚେହେରାରୁ ବହୁତ କମ୍ ଦିନ ମଧ୍ୟରେ ବ୍ରଣ ଭଳି ସମସ୍ୟା ଶେଷ ହୋଇଯିବ ।

Leave a Reply

Your email address will not be published. Required fields are marked *