ଏହି ବ୍ଲଡ ଗୃପର ଲୋକଙ୍କୁ ଅଧିକ ହାର୍ଟ ଆଟାକ ହୋଇଥାଏ

ଏହି ବ୍ଲଡ ଗୃପର ଲୋକଙ୍କୁ ଅଧିକ ହାର୍ଟ ଆଟାକ ହୋଇଥାଏ

ସାଧାରଣତଃ ଆମେ ଭାବୁ ହାର୍ଟ ଆଟାକ ହଠାତ୍‌ ଆସିଥାଏ। ଆଉ ଏହି ହାର୍ଟ ଆଟାକ ଜୀବନ ନେଇଯାଏ ବୋଲି । ଏହା ସମ୍ପୂର୍ଣ୍ଣ ଭୁଲ । କିଛି ଲକ୍ଷଣ ଓ ବ୍ଲଡ ଗ୍ରୁପ ରହିଛି ଯାହା ହାର୍ଟ ଆଟାକ ଆସିବାର ଅନେକ ଦିନରୁ ଜଣା ପଡିଥାଏ। ଯଦି ଆପଣ ଏହି ଲକ୍ଷଣ ଗୁଡିକୁ ଅଣଦେଖା ନକରୀ ସାମାନ୍ୟ ଧ୍ୟାନ ରଖିବେ ତେବେ ହୃଦଘାତରୁ ରକ୍ଷା ପାଇପାରିବେ।

ଏକ ସର୍ଭେରୁ ଜଣା ପଡିଛି ହାର୍ଟ ଆଟାକ କେବଳ ବୟସ୍କ ଲୋକଙ୍କୁ ନୁହେଁ ଯୁବପିଢ଼ିଙ୍କୁ ମଧ୍ୟ ହେଉଛି । ଏହାର ମୁଖ୍ୟ କାରଣ ଡାକ୍ତର ମତରେ ଅଧିକ ଥଣ୍ଡା ପାନୀୟ ଓ ଥଣ୍ଡା ତାପମାତ୍ରା ପାଇଁ ଦେଖା ଯାଉଛି। ହାର୍ଟ ଆଟାକର ଆଉ ଏକ ବିଶେଷ ଲକ୍ଷଣ ରହିଛି ଯାହା ଆମ ବ୍ଲଡ ଗ୍ରୁପ ନେଇ ଆଟାକ ଆସିଥାଏ । ଜାଣିବା କେଉଁ ବ୍ଲଡ ଗ୍ରୁପ ଲୋକଙ୍କୁ ଅଧିକ ହାର୍ଟ ଆଟାକ ହୁଏ ଓ ଆଉ କିଛି ହାର୍ଟ ଆଟାକ ଆସିବାର ଲକ୍ଷଣ।

ଯଦି ଅଧିକ ଦିନ ଥଣ୍ଡା, କାଶ ଲାଗି ରହୁଛି ଓ ନିଶ୍ୱାସ ନେବାରେ କଷ୍ଟ ହେଉଛି ତେବେ ଶୀଘ୍ର ହୃଦଘାତ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ । ଏହା ସହିତ ପାଚନକ୍ରିୟାରେ ଅସୁବିଧା ହେଲେ ମଧ୍ୟ ହୃଦଘାତ ସମସ୍ୟା ଦେଖାଯିବ। ବେଶୀ ଚିନ୍ତା କରିବା ହାର୍ଟ ଆଟାକର ମୁଖ୍ୟ କାରଣ ଅଟେ।

ଡାକ୍ତରଙ୍କ ମତରେ ‘A’ ବ୍ଲଡ ଗ୍ରୁପର ବ୍ୟକ୍ତିଙ୍କ ଠାରେ ପ୍ରଚୁର ପରିମାଣର କୋଲେଷ୍ଟ୍ରଲ ଥାଏ । ଏହି ବ୍ଲଡ ଗ୍ରୁପର ବ୍ୟକ୍ତିଙ୍କୁ ହାର୍ଟ ଆଟାକ ଆସିବାର ସମ୍ଭାବନା ଅଧିକ ରହିଛି। A’ ଗ୍ରୁପ ସହିତ ‘B’ ଓ ‘AB’ ଗ୍ରୁପର ବ୍ୟକ୍ତି ମଧ୍ୟ ସତର୍କ ରହିବା ନିହାତି ଆବଶ୍ୟକ ।

ସତର୍କ

ଆଧୁନିକ ଖାଦ୍ୟପେୟ ଠାରୁ ଟିକେ ଦୁରେଇ ରହି ପ୍ରାକୃତିକ ଖାଦ୍ୟ ଗ୍ରହଣ କରିବା ଉଚିତ । ଅଧିକ ଚିନ୍ତା କରିବା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ । ଅଳ୍ପ ଖୁସିରେ ଶାନ୍ତି ରହିବା ଭଲ। ମୋଟାପଣ ଓ ଧୂମ୍ରପାନ ମଧ୍ୟ କାରଣ ହୋଇପାରେ।

Leave a Reply

Your email address will not be published. Required fields are marked *