ମଙ୍ଗଳବାର, 16 ଜୁଲାଇ 2019 – କେମିତି କଟିବ ଆଜି ଆପଣଙ୍କ ଦିନ

ମେଷ

କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବା ସହ ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଶେଷ ହେବ । ନୂତନ ବ୍ୟବସାୟୀ ପାଇଁ ପରିକଳ୍ପନା କରିବେ । ବାଦ-ବିବାଦ ଏବଂ ମାଲିମୋକଦ୍ଦମାରେ କୃତକାର୍ଯ୍ୟ ହେବେ । ଖାସ କରି ଖାଦ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ ।

ବୃଷ

ଅଧିକ ପରିଶ୍ରମ ପାଇଁ କର୍ମକ୍ଷେତ୍ରରେ ସଫଳତା ପାଇବେ । ଧାର୍ମିକ କାର୍ଯ୍ୟରେ ମନ ବଳାଇବେ । ବ୍ୟବସାୟ ସମ୍ବନ୍ଧିତ ଦୂର ଯାତ୍ରା କରିପାରନ୍ତି । ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ । ପରିବାରରେ ହସ ଖୁସିର ବାତାବରଣ ଲାଗି ରହିବ । ଧ୍ୟାନ ଦେବେ ଆୟ ତୁଳନାରେ ବ୍ୟୟ ଅଧିକ ହୋଇପାରେ ।

ମିଥୁନ

ଆଜି ଆପଣଙ୍କୁ ଦାମ୍ପତ୍ୟ ସୁଖ, ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ମିଳିବ । ଦୂର ଯାତ୍ରାର ଯୋଗ ରହିଛି । ଉଚ୍ଚାଧିକାରୀଙ୍କ ଠାରୁ ପ୍ରଶଂସା ପାଇବେ । ପରିଶ୍ରମ ପାଇଁ କର୍ମ କ୍ଷେତ୍ରରେ ସମ୍ମାନ ଲାଭ କରିବେ । ବ୍ୟବସାୟରେ ଉନ୍ନତି ମିଳିବ । ବାଦ-ବିବାଦ ମାଲିମୋକଦ୍ଦମାରେ ସମାଧାନ ରୁହନ୍ତୁ ।

କର୍କଟ

ଆପଣ ନୂତନ ବ୍ୟବସାୟର ଯୋଜନା କରିପାରନ୍ତି । ପ୍ରେମସମ୍ବନ୍ଧ ଓ ଦାମ୍ପତ୍ୟ ଜୀବନରେ ମଧୁରତା ଫେରି ଆସିବ । ସମାଜରେ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ପାଇବ । ଆର୍ଥିକ ସ୍ଥିତି ସୁଦୃଢ଼ ହେବା ଫଳରେ ଋଣରୁ ମୁକ୍ତି ମିଳିବ । ନୂତନ କାର୍ଯ୍ୟ ପାଇଁ ଦିନଟି ଅତ୍ୟନ୍ତ ଉତ୍ତମ ଅଟେ । ସ୍ଵାସ୍ଥ୍ୟକ୍ଷେତ୍ରରେ ପରିବର୍ତ୍ତନ ଦେଖାଦେବ ।

ସିଂହ

ବ୍ୟବସାୟରେ ଆଶାନୁରୂପ ଫଳ ପାଇବେ । ଅଫିସରେ ସହକର୍ମୀଙ୍କ ସହ ବାଦବିବାଦ ମେଣ୍ଟିବ । ସାଙ୍ଗସାଥି ଏବଂ ସମ୍ପର୍କୀୟ ବ୍ୟକ୍ତିଙ୍କ ଠାରୁ ଆର୍ଥିକ ସାହାଯ୍ୟ ପାଇବେ । ଛାତ୍ର-ଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ମନଯୋଗ ଦେବେ ।

କନ୍ୟା

କର୍ମକ୍ଷେତ୍ର ସମ୍ବନ୍ଧୀୟ ସବୁ କାର୍ଯ୍ୟ ସଂପାଦନ ହେବ । ଅଚାନକ ଧନପ୍ରାପ୍ତି ମଧ୍ୟ ଯୋଗ ରହିଛି । ଜମି ଏବଂ ସ୍ଵର୍ଣ୍ଣ ଅଳଙ୍କାର କିଣି ପାରନ୍ତି । ସମାଜ ସେବାରେ ନିଜକୁ ନିୟୋଜିତ କରିବେ । ନିଯୁକ୍ତି କ୍ଷେତ୍ରରେ ସଫଳତା ଲାଭ । ଆଜି ସମସ୍ତ କାର୍ଯ୍ୟ ସୁରୁଖୁରୁରେ ଶେଷ ହେବ ।

ତୁଳା

କର୍ମ କ୍ଷେତ୍ରରେ ସହଯୋଗୀ ମାନଙ୍କର ସାହାଯ୍ୟ ସହଯୋଗ ପାଇ କାର୍ଯ୍ୟରେ ସଫଳ ହୋଇ ପ୍ରଶଂସା ପାଇବେ । ବ୍ୟବସାୟିକ ପରିଣାମ ସନ୍ତୋଷଜନକ ରହିବ । ବକେୟା ଅର୍ଥ ମିଳିବ । ନିଜ ବୁଦ୍ଧି ବଳରେ ଶତୃମାନଙ୍କୁ ପରାଜିତ କରିବେ । ଉପରିସ୍ଥ ଅଧିକାରୀଙ୍କ ସହିତ ସମ୍ପର୍କ ଉତ୍ତମ ହେବ ।

ବିଛା

ପରିବାରରେ ହସ ଖୁସିର ବାତାବରଣ ରହିବ । ପୁରାତନ ରୋଗରୁ ମୁକ୍ତି ମିଳିବ । ଜାଗା, ଜମି, ବାସଗୃହ ଓ ଯାନବାହାନ କିଣାକିଣି କରି ପାରନ୍ତି । ବ୍ୟବସାୟରେ ଉତ୍ତମ ରୋଜଗାର କରିବା ସହ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ । ନୂତନ ଯୋଜନା ପାଇଁ ଦିନଟି ଅତ୍ୟନ୍ତ ଶୁଭ ।

ଧନୁ

ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର କରି ଉତ୍ତମ ଫଳ ପାଇବେ । କର୍ମକ୍ଷେତ୍ରରେ ପରିଶ୍ରମ କରିବା ଫଳରେ ପ୍ରଶଂସିତ ହେବେ ଓ ପଦୋନ୍ନତି ମଧ୍ୟ ପାଇ ପାରନ୍ତି । ସୁଖ, ସମ୍ପତ୍ତି ଲାଭ, ଗୃହବାହନ ପ୍ରାପ୍ତି, ଉଚ୍ଚଆଶା ପୂରଣ ହେବ । ବାଦ-ବିବାଦ, ମାଲିମୋକଦ୍ଦମାରେ ଜୟଲାଭ ହେବ ।

ମକର

ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ସୁଖ ସମୃଦ୍ଧି ବୃଦ୍ଧି ହେବ । ସାମାଜିକ କ୍ଷେତ୍ରରେ ପ୍ରଶଂସା ପାଇବେ । ଉଚ୍ଚାଧିକାରୀଙ୍କ ସହ ସମ୍ବନ୍ଧ ଦୃଢୀଭୁତ ହେବ । ଆର୍ଥିକ ଉନ୍ନତି ଦେଖାଦେବ । ଶିକ୍ଷାକ୍ଷେତ୍ରରେ ଉନ୍ନତି କରିବେ ।

କୁମ୍ଭ

ଅନେକ ଦିନରୁ ଅଟକିଥିବା କାର୍ଯ୍ୟ ପୂରଣ ହେବ । ପ୍ରତିଯୋଗୀତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ । ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ-ସମ୍ପର୍କ ସ୍ଥାପିତ କରିବେ । ବ୍ୟବସାୟରେ ଲାଭ ଆସିବା ଫଳରେ ମନ ଖୁସି ରହିବ । ପରିବାରରେ କଳହ ମେଣ୍ଟିଯିବ । ଦାମ୍ପତ୍ୟ ସୁଖରେ ମଧୁରତା ଆସିବ ଓ ପ୍ରେମିକ ପ୍ରେମିକାମାନଙ୍କ ପାଇଁ ଦିନଟି ଭଲ ।

ମୀନ

ପାରିବାରିକ ଜୀବନ ସୁଖମୟ ହେବ । ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ । ଆଶା କରିଥିବା କାମଟି ଆଜି ପୂରଣ ହେବ । କୌଣସି ଶୁଭ ସମାଚାର ପାଇ ଖୁସି ରହିବେ । ବ୍ୟବସାୟ ପାଇଁ ଦୂର ସ୍ଥାନକୁ ଯାତ୍ରା ଯୋଗ ରହିଛି । ଜାଗା, ଜମି, ଗୃହ ସମ୍ବନ୍ଧୀୟ ସମସ୍ୟାର ଆଜି ସମାଧାନ ହେବ ।

Leave a Reply

Your email address will not be published. Required fields are marked *