ମଙ୍ଗଳବାର, 23 ଜୁଲାଇ 2019 – କେମିତି କଟିବ ଆଜି ଆପଣଙ୍କ ଦିନ

ମେଷ

ପାରିବାରିକ ସମସ୍ୟା ସୁଧାରିବା ପାଇଁ କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ । ସ୍ୱାସ୍ଥ୍ୟ କିମ୍ବା ଆଇନ, ଅଦାଲତ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରହେବ । ସମାଜିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । କୌଣସି ପ୍ରକାର ଅସୁବିଧା ନହୋଇ କାମ ହୋଇଯିବ । କୃଷିକ୍ଷେତ୍ରରେ ପରିଶ୍ରମର ଯଥା ମୂଲ୍ୟ ପାଇବେ । ନିର୍ମାଣ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ ।

ବୃଷ

ଶାନ୍ତଶୀଳ ଭାବଧରି ଦୁର୍ନୀତି ଦୁସ୍ତର କାର୍ଯ୍ୟକୁ ହଟାଇବେ । ବ୍ୟବସାୟୀମାନେ ଯେକୌଣସି ଯାଗାରୁ ଧନ ଉପାର୍ଜନ କରିପାରିବେ । କର୍ମ କ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରି କାର୍ଯ୍ୟପନ୍ଥା ବୃଦ୍ଧି କରାଇବେ । ସତର୍କତା ସହିତ ନ ଚଳିଲେ କାର୍ଯ୍ୟକ୍ଷେତ୍ରରେ ସମାଲୋଚିତ ହୋଇପାରନ୍ତି । ଯୋଜନା ମୁତାବକ କାମକରି ସବୁ ଭଲ ଥିଲେ ମଧ୍ୟ ପରୋକ୍ଷ ଶତୃତା ଯୋଗୁ ବିଚଳିତ ବୋଧ କରିପାରନ୍ତି । ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିବେ ।

ମିଥୁନ

କଳା, ସାହିତ୍ୟ, ଏଜେନ୍ସି ଏବଂ ସାମ୍ବାଦିକତାରେ ପ୍ରଂଶସିତ ହେବେ । କର୍ମକ୍ଷେତ୍ରରେ ଆଶା କରୁଥିବା ଖବର ଅଚାନକ ଭାବରେ ଶୁଣି ଖୁସି ହେବେ । ନିକଟ ଅତୀତରେ ହଜିଯାଇଥିବା କିମ୍ବା ଖୋଜୁଥିବା ଜିନିଷ ହଠାତ୍ ପାଇଯିବେ । ଚାକିରୀରେ ଯଶ ସମ୍ମାନ ଓ ସୁଖ୍ୟାତି ମିଳିବ । ବ୍ୟବସାୟରେ ଧନଧାନ୍ୟରେ ଗୃହ ଭରପୁର ହୋଇଉଠିବ ଓ ଲାଭ ଆପଣଙ୍କ ପଛେ ପଛେ ଗୋଡ଼ାଇବ । ବ୍ୟବସାୟ ଶୁଭାରମ୍ଭ କରିବାର ସୁଯୋଗ ପାଇବେ ।

କର୍କଟ

ବ୍ୟବସାୟରେ ଆକସ୍ମିକ ଲାଭ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ । କର୍ମକ୍ଷେତ୍ରରେ ସତକଥା କହି ନିଜ ପରିସରରେ ପ୍ରଶଂସିତ ହୋଇପାରନ୍ତି । ଘରେ ବସିଥିଲେ ମଧ୍ୟ କେହି ବଳେ ବଳେ ଆସି ଆପଣଙ୍କ କାମନା ପୂର୍ଣ୍ଣ କରିଯିବ । ପ୍ରେମିକ ପ୍ରେମିକା ମାନେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ଅନୁଭବ କରିବେ । ବନ୍ଧୁମାନଙ୍କ ସାହାଯ୍ୟ ନେଇ ପାରିବାରିକ ତିକ୍ତତାର ସମାପ୍ତି ଘଟାଇବେ ।

ସିଂହ

ବାଦ-ବିବାଦ, ପରୀକ୍ଷା, ପ୍ରତି ଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ । ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ । ବ୍ୟବସାୟ କ୍ଷେତ୍ରରେ ଉତ୍ତମ ରୋଜଗାର କରିପାରିବେ । ବ୍ୟବସାୟରେ ଶତୃମାନେ ଦୂରେଇ ଯିବେ ଓ ଉନ୍ନତି ହେବାସହ ଗୃହବାହାନ ପ୍ରାପ୍ତି ହେବ । ଆଧ୍ୟାତ୍ମକ ଭାବଧାରାରେ ଉଦ୍ବୁଦ୍ଧ ହୋଇ ସତ୍ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି ।

କନ୍ୟା

ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଆପଣଙ୍କର ଭୂଷଣହେବ । ଦୁର୍ନୀତି ନିବାରଣ ପ୍ରତି ଉଦଯୋଗୀ ହେବେ । ଅର୍ଥ ସାହାଯ୍ୟ ଦେବା ସକାଶେ କିମ୍ବା ସମସ୍ୟା ସମାଧାନ ପାଇଁ ବନ୍ଧୁ ପ୍ରତିଶୃତି ଦେଇ ଶେଷ ସମୟରେ ନାସ୍ତିବାଣୀ ଶୁଣାଇ ପାରନ୍ତି । ଘରେ ବାହାରେ କେହି ଆପଣଙ୍କୁ ହଟାଇପାରିବେ ନାହିଁ । ବନ୍ଧୁଙ୍କ ସମସ୍ୟା ସମାଧାନ କରିବା ପାଇଁ ଚିନ୍ତା କରିବେ ।

ତୁଳା

ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ । କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟଦ୍ରବ୍ୟ, ପନିପରିବା, ଫଳ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ । ଅନେକ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି । ପ୍ରେମିକ ପ୍ରେମିକା ମାନଙ୍କର ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ଅନୁଭବ କରିବେ ।

ବିଛା

ନୂତନ କର୍ମ ସଂସ୍ଥାନରେ ନିଯୁକ୍ତି ପାଇବାର ଯୋଗ ରହିଛି । ବନ୍ଧୁ ବାନ୍ଧବଙ୍କଠାରୁ ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ । ସରକାରୀ କର୍ମକ୍ଷେତ୍ରରେ ଉନ୍ନତି କରିବା ସହ ଉପରିସ୍ଥ ଅଧିକାରୀଙ୍କର କୃପା ଲାଭ କରିବେ । ଭାତୃ ବିବାଦ, ଜମି ବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହେବ । କରିବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ଭୋଗବିଳାସରେ ସାମିଲ ହେବାକୁ ଅବସର ସୃଷ୍ଟି କରି ପାରିବେ । ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ ।

ଧନୁ

ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧିହେବ । ପରୀକ୍ଷା ପ୍ରତୀଯୋଗିତାରେ ସଫଳ ହେବେ । କର୍ମକ୍ଷେତ୍ରରେ ସ୍ଥାନ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବେ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ବ୍ୟବସାୟର ପ୍ରସାର ଫଳରେ ଆଶାତୀତ ଲାଭ ପାଇବେ ଶତୃମାନେ ପରାଜିତ ହେବେ । ନୂତନ କର୍ମ ପ୍ରାପ୍ତି ହେବ । ପାରିବାରିକ ଅଶାନ୍ତି ଦୂରେଇଯିବ ଓ ଦାମ୍ପତ୍ୟ ସୁଖରେ ସୁଖୀ ହେବେ । ତନ କାର୍ଯ୍ୟ କରିବାର ସୁଯୋଗ ପାଇବେ । ଅତ୍ୟଧିକ କାର୍ଯ୍ୟଚାପ ଯୋଗୁଁ ଚିନ୍ତିତ ରହିବେ ।

ମକର

ଅର୍ଥ ସଂପର୍କିତ ଚୁକ୍ତିପତ୍ର କଲେ ବିପଦରେ ପଡିବେ । ସହକର୍ମୀମାନଙ୍କ ସହ ବାଦବିବାଦ ମେଣ୍ଟିଯିବା ଫଳରେ ଆପଣଙ୍କ ଲକ୍ଷ୍ୟ ପୂରଣ ହେବାରେ କୌଣସି ଅସୁବିଧା ହେବ ନାହିଁ । ବିଦ୍ୟା କ୍ଷେତ୍ରରେ ବିଜୟ ପ୍ରାପ୍ତ ହେବ । ବ୍ୟବସାୟରେ ସାମାନ୍ୟ ଲାଭ ପାଇବେ । ଅଧିକାଂଶ ସମୟରେ ମିଶୁଥିବା ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଗୁରୁତ୍ୱପୂର୍ଣ୍ଣ କର୍ମ ନେଇ ଆର୍ଥିକ ଅନାଟନ ମଧ୍ୟରେ ନିଜକୁ ଅଣନିଃଶ୍ୱାସୀ ମନେ କରିବେ । କଚେରି ମାମଲାର ଶୁଣାଣି ତାରିଖ ଘୁଞ୍ଚିଗଲେଭଲ ।

କୁମ୍ଭ

ଚାକିରୀରେ ବିଭିନ୍ନଦିଗରୁ ସାହାଯ୍ୟ ସହଯୋଗ ଅବ୍ୟାହତ ରହିଥିବାରୁ ଦୃଢ଼ତା ରହିପାରିବ । ବ୍ୟବସାୟରେ ଉଧାର ଦେଇ ଫେରି ପାଇବା ସହଜ ହେବ । ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ । ପ୍ରତ୍ୟେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥାକହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ । ନୂତନ କର୍ମପ୍ରାପ୍ତିର ସୁଯୋଗ ମିଳିବ ଓ କର୍ମକ୍ଷେତ୍ରରେ ପ୍ରଶଂସିତହେବେ । ଯୁବକ ଯୁବତୀମାନଙ୍କର ଦାମ୍ପତ୍ୟ ସୁଖ ବୃଦ୍ଧିହେବ ଓ ସୁଖ ସମୃଦ୍ଧି ବୃଦ୍ଧି ପାଇବ ।

ମୀନ

ବ୍ୟବସାୟରେ ପ୍ରତିଦ୍ଵନ୍ଦିତା ସହ ଆୟ ବଢିବ । ନୂତନ କାର୍ଯ୍ୟଆରମ୍ଭ କରିପାରିବେ । କର୍ମ କ୍ଷେତ୍ରରେ ଶ୍ରମ ସାର୍ଥକ ହେବାସହ ଶତ୍ରୁହାନି, ଉଚ୍ଚ ପ୍ରଶଂସା ଲାଭ, ଦମ୍ଭ ସାହସ ବୃଦ୍ଧି, ସମସ୍ୟା ଦୂର ଓ ଉଚ୍ଚ ଆଶାରେ ଆଗେଇବେ । କ୍ଷମା ଗୁଣରେ ଯଶ ପ୍ରାପ୍ତି, ସୁସମ୍ବାଦ ପ୍ରାପ୍ତି ଓ ଆର୍ଥିକ ସଙ୍କଟ ଦୂରେଇ ଯିବ । ଅଶାନ୍ତିର ଝଡ ଶାନ୍ତ ହେବ । ଯୁବକ ଯୁବତୀମାନଙ୍କର ଗୃହବାହନ ପ୍ରାପ୍ତି ପରିଜନ ଓ ସାଧୁଜନପ୍ରିୟ ହେବେ । ଅର୍ଥ ସଂପର୍କିତ ଚୁକ୍ତିପତ୍ର କଲେ ଲାଭବାନ ହେବେ ।

Leave a Reply

Your email address will not be published. Required fields are marked *