ଯଦି ସୁନ୍ଦର ଦେଖାଯିବାକୁ ଚାହୁଁଛନ୍ତି ତେବେ କରନ୍ତୁ ଏଇ ଛୋଟିଆ କାମ – ବିନା ଖର୍ଚ୍ଚରେ

ପ୍ରତ୍ୟେକ ପୁଅ ଓ ଝିଅ ସୁନ୍ଦର ଓ ଆକର୍ଶଣୀୟ ଦେଖାଯିବାକୁ ଚାହାଁନ୍ତି । କାରଣ ଦୁନିଆ ସହିତ ତାଳଦେଇ ଯିବାକୁ ହେଲେ ନିଜକୁ ଆକର୍ଶଣୀୟ କରିବା ନିହାତି ଆବଶ୍ୟକ । ଏଥିପାଇଁ ଲୋକ ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ କରନ୍ତି । କିନ୍ତୁ ଡାକ୍ତରମାନଙ୍କ ମତରେ ବିଭିନ୍ନ ବ୍ୟାୟାମ ସାହାଯ୍ୟରେ ଏକ ସୁନ୍ଦର ମୁହଁ ଓ ପ୍ରାକୃତିକ ଚେହେରା ପାଇପାରିବେ । ଯଦି ଆଖିତଳେ କଳାଦାଗ ହେଉଛି ଆପଣ ଦୁଇ ହାତର ଦୁଇ ଆଙ୍ଗୁଳି ସାହାଯ୍ୟରେରେ କିଛି ବାଦାମ ତେଲ ଲଗାଇ ଧୀରେ ଧୀରେ ଆଖି ତଳେ ଭିତରୁ ବାହାରକୁ ମସାଜ କରନ୍ତୁ ।

ଏମିତି କରିବା ଦ୍ୱାରା ଆଖି ପାଖରେ ରକ୍ତ ପ୍ରବାହ ଉତ୍ତମ ହୋଇଥାଏ । ଦିନକୁ ୫ମିନିଟରୁ କଲେ ଭଲ । ସାଧାରଣତଃ ଅନେକ ଲୋକଙ୍କର ଗାଲ ମୁହଁ ଭିତରକୁ ପଶି ଯିବାରୁ ମୁହଁ ଅସୁନ୍ଦର ଦେଖାଯାଏ । ନିୟମିତ ବେଲୁନ ଫୁଙ୍କିବା ଏକ ଭଲ ବ୍ୟାୟାମ ଅଟେ । ଯାହା ସାହାଯ୍ୟରେ ବାରମ୍ବାର ଗାଲ ଫୁଲିବା ଫଳରେ ମୁହଁର ଆକାର ଧୀରେ ଧୀରେ ସୁନ୍ଦର ହୋଇଥାଏ ।

ଚେହେରାକୁ ସୁନ୍ଦର ଓ ଆକର୍ଶଣୀୟ କରିବା ପାଇଁ ଆପଣ ପାଟି ବନ୍ଦ କରି, ଜିଭକୁ ଗାଲ ପଛରେ ଧୀରେ ଧୀରେ ଠେଲନ୍ତୁ । ଏମିତ ଭଲ ଭାବରେ ପୁରା ପାଟି ଚାରିପାଖରେ କରନ୍ତୁ । ଦିନକୁ ୫ମିନିଟରୁ କଲେ ଭଲ ।

ମନେ ରଖିବେ କଷ୍ଟ ହେଲା ଭଳି ମସାଜ କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *