ସୋମବାର, 22 ଜୁଲାଇ 2019 – କେମିତି କଟିବ ଆଜି ଆପଣଙ୍କ ଦିନ

ମେଷ

ମିତ୍ରଙ୍କ ଠାରୁ ବହୁତ ସାହାଯ୍ୟ ସହଯୋଗ ମିଳିବ । କର୍ମକ୍ଷେତ୍ରରେ ସୁଯୋଗ ହାତଛଡା ହେବାର ନାହିଁ । ବ୍ୟବସାୟରେ ସାମାନ୍ୟ ପରିଶ୍ରମ କରି ଅତ୍ୟଧିକ ଲାଭ ପାଇବେ । ମାନସିକ ଶାନ୍ତି ଅନୁଭବ କରିବେ । ଛାତ୍ରଛାତ୍ରୀମାନେ ବିଦ୍ୟାରତ ହେବେ । ରାଜନୀତି କ୍ଷେତ୍ରରେ ମତାମତ ସଂଗ୍ରହ କରିବେ ଓ ପଦୋନ୍ନତି ହେବାର ସମ୍ଭାବନା ଅଛି । ସ୍ୱର୍ଣ୍ଣାଦି ଧାତୁ ଦ୍ରବ୍ୟ ବ୍ୟବସାୟରେ ମାଲିକମାନଙ୍କର ମନତୃପ୍ତ କରାଇବେ । ପ୍ରେମିକ ପ୍ରେମିକା ମାନଙ୍କର ଚିତ୍ତପ୍ରସନ୍ନ ରହିବ ଓ କାର୍ଯ୍ୟ ସିଦ୍ଧି ହେବ ।

ବୃଷ

କୌଣସି ଶୁଭ ସମାଚାର ଶୁଣି ଆନନ୍ଦିତ ହେବେ । ଛାତ୍ରଛାତ୍ରୀମାନେ ଶିକ୍ଷାକ୍ଷେତ୍ରରେ ଆଗ୍ରହୀ ହେବେ । ବ୍ୟବସାୟୀ ମାନଙ୍କର ଲାଭ ହେଲେ ମଧ୍ୟ ବ୍ୟୟ କିଛି କରିବେ । ରାଜନୈତିକ କ୍ଷେତ୍ରରେ ଉଚ୍ଚାଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ ପ୍ରଶଂସା ପାଇବେ । କର୍ମଚାରୀମାନେ ଅତ୍ୟଧିକ କାର୍ଯ୍ୟ ଚାପ ଯୋଗୁଁ ଏବଂ କଠିନ ପରିଶ୍ରମ ହେତୁ ଶାରିରୀକ ଓ ମାନସିକ କଷ୍ଟ ଭୋଗି ପାରନ୍ତି । ବିଭିନ୍ନ ପ୍ରକାର କଥା ଚିନ୍ତାକରି କୌଣସି କାମ ପ୍ରତି ମନ ଲାଗିବ ନାହିଁ ।

ମିଥୁନ

କର୍ମ କ୍ଷେତ୍ରରେ ଶ୍ରମ ସାର୍ଥକ ହେବାସହ ଶତ୍ରୁହାନି, ଉଚ୍ଚ ପ୍ରଶଂସା ଲାଭ, ଦମ୍ଭ ସାହସ ବୃଦ୍ଧି, ସମସ୍ୟା ଦୂର ଓ ଉଚ୍ଚ ଆଶାରେ ଆଗେଇବେ । ବ୍ୟବସାୟରେ ଅର୍ଥ ସଂପର୍କିତ ଚୁକ୍ତିପତ୍ର କଲେ ଲାଭବାନ ହେବେ ଓ ପ୍ରତିଦ୍ଵନ୍ଦିତା ସହ ଆୟ ବଢିବ । କ୍ଷମା ଗୁଣରେ ଯଶ ପ୍ରାପ୍ତି, ସୁସମ୍ବାଦ ଶୁଣିବେ ଓ ଆର୍ଥିକ ସଙ୍କଟ ଦୂରେଇ ଯିବ । ମହିଳାମାନଙ୍କର କର୍ମକ୍ଷେତ୍ରରେ ନିଜସ୍ଵାର୍ଥ ପାଇଁ ଠିକିଲେ ଶିଖିବା ସ୍ଵଭାବ ପ୍ରକାଶ ପାଇବା ସହ ଗୃହବାହନ ପ୍ରାପ୍ତି ପରିଜନ ଓ ସାଧୁଜନପ୍ରିୟା ହେବେ ।

କର୍କଟ

ନୂତନ ଗୃହାଦି ନିର୍ମାଣ ବା ନୂତନ ଦ୍ରବ୍ୟାଦି ଲାଭ ହେବ । ଯେଉଁକାର୍ଯ୍ୟ କରିବେ ସେ କାର୍ଯ୍ୟରେ ଯଶଲାଭ ହେବ କିନ୍ତୁ ଚିନ୍ତାଧାରା ପୂର୍ଣ୍ଣମାତ୍ରାରେ ଘାରି ରହିବ । ବ୍ୟବସାୟରେ ପ୍ରଚୁର ଧନଲାଭ ହେବାର ସମ୍ଭାବନା ଅଛି । ପାରିବାରିକ କ୍ଷେତ୍ରରେ ସମସ୍ତ ବିବାଦ ମେଣ୍ଟିଯିବ । ଚାକିରୀରେ ସମ୍ମାନ ମିଳିବା ହେତୁ ସନ୍ତୁଷ୍ଟ ରହିବେ । ଯୁବକ ଯୁବତୀମାନଙ୍କର କର୍ମରେ ସମ୍ମାନ ଓ ସନ୍ତୋଷ ସୃଷ୍ଟି ହେବ । ପ୍ରେମିକ ପ୍ରେମିକା ମାନଙ୍କର ପୂର୍ଣ୍ଣ ସଫଳତା ପ୍ରାପ୍ତି ହେବ ।

ସିଂହ

ଚାକିରୀରେ କେତେକ ସ୍ଥଳରେ ବିବାଦ ମେଣ୍ଟିଯିବା ଯୋଗେ ସମ୍ମାନ ପାଇବେ । ବ୍ୟବସାୟରେ ପରିଶ୍ରମ କଲେ ନିଶ୍ଚୟ ଲାଭ ହେବ । ମାତ୍ର ତତ୍ପର ହେବା ମହିଳାମାନେ ପରୋପକାର କରି ପ୍ରଶଂସା ପାଇବେ ଓ କୃତଜ୍ଞତା ଜ୍ଞାପନ କରିବେ । ପ୍ରେମିକ ଓ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । ହେବେ । ଉତ୍ତରାଧିକାରୀ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି ।

କନ୍ୟା

କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ଛାତ୍ର ଛାତ୍ରୀମାନେ ପରୀକ୍ଷା, ପ୍ରତି ଯୋଗୀତା, ସାକ୍ଷାତକାରରେ ବିଜୟୀ ହେବେ । ରାଜନୀତି କ୍ଷେତ୍ରରେ ସ୍ଵାର୍ଥକୁ କେନ୍ଦ୍ରକରି ସବୁଥିରେ ପଶିବାର ସୁଯୋଗ ପାଇବେ । ଯୁବକ ଯୁବତୀମାନଙ୍କର ଶତୃନାଶ, ଧନପ୍ରାପ୍ତି, ମିତ୍ରଲାଭ ଓ ଉଚ୍ଚ ସମ୍ମାନ ପାଇବେ ଓ ବୁଦ୍ଧିବଳରେ ନିଜର କାର୍ଯ୍ୟ ହାସଲ କରିପାରିବେ । ବିଚାର ବିଭାଗ ରାୟ ସପକ୍ଷରେ ଯିବ ।

ତୁଳା

ବ୍ୟବସାୟରେ ସଫଳତା, ଆର୍ଥିକ ଉନ୍ନତିରେ ବୃଦ୍ଧି ଓ ଅଚାନକ ଧନ ପ୍ରାପ୍ତି ହେବା ସହ ମାନ ସମ୍ମାନ ବୃଦ୍ଧି ହେବ । ସରକାରୀ କର୍ମଚାରୀମାନେ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ । ନୂତନ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । ପ୍ରେମିକ ଓ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ । ଘରୋଇ କର୍ମଚାରୀମାନେ ଦ୍ରୁତଗତିରେ କାର୍ଯ୍ୟ କରି ଆୟ ଅଧିକ ହେବେକୁ ଚେଷ୍ଟା କରିବେ । ବ୍ୟବସାୟରେ ପ୍ରସାର ପ୍ରଚାର କରି ବଢ଼ାଇବାକୁ ମନ ବଳାଇ ଦକ୍ଷତା ଅର୍ଜନ କରିବେ ।

ବିଛା

ଚାକିରୀ କ୍ଷେତ୍ରରେ ସରକାରୀ ଚାପ ପଡିଲେ ମଧ୍ୟ ସଫଳତା ମିଳିବ । ଯେଉଁ କାର୍ଯ୍ୟରେ ହାତ ଦେବେ ସବୁଥିରେ ଲାଭବାନ ହେବେ । ମହିଳାମାନେ ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ । ଧନଲାଭ କରିବାର ଆଶା ଦେଖାଯାଏ । ପରିବାରରେ ମାନ ମନାନ୍ତର ଦୂର ହେବ । ସ୍ଵାସ୍ଥ୍ୟରେ ଉନ୍ନତି, ମାନସିକ ସ୍ଥିରତା ଓ ମାଲିମୋକଦ୍ଦମା, ସାକ୍ଷାତକାରରେ ଜୟଲାଭ ହେବ । ଦାମ୍ପତ୍ୟ ସ୍ତରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ । ସ୍ୱାସ୍ଥ୍ୟ ସଙ୍କଟ ଦୂରେଇଯିବ ଓ ଧନ ସମ୍ପତିରେ ଘର ହସି ଉଠିବ

ଧନୁ

ଚାକିରୀକ୍ଷେତ୍ରରେ ସହକର୍ମୀମାନଙ୍କ ସହ ଶତ୍ରୁତା ଦୂର ହେବା ସହ ସମ୍ମାନିତ ଓ ପ୍ରଶଂସିତ ହେବେ । ପାରିବାରିକ କ୍ଷେତ୍ରରେ ଶତୃମାନେ ଦୂରେଇ ଯିବେ । କିଣାବିକା ବ୍ୟବସାୟରେ ପ୍ରବଳ ଲାଭ ହେବ । ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ଵନ୍ଦ ମେଣ୍ଟିଯିବ ଓ ମାନସିକ ଏକାଗ୍ରତା ବଜାୟ ରହିବ ।

ମକର

ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ ଦିଗପ୍ରତି ଆଗ୍ରହ ଓ ଉତ୍ତମ ଯୋଜନାବଦ୍ଧ ହେବାର ସମ୍ଭାବନା ଅଛି । ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ । ପୂର୍ବ ଶତୃମାନେ ପଛଘୁଞ୍ଚା ଦେବେ । ଅନେକ ଶୁଭ କର୍ମର ସୁଯୋଗ ପାଇବେ । ମାନସିକ ଦୁଶ୍ଚିନ୍ତା, ଶତୃବଧା ଦୂରେଇ ଯିବ । ବନ୍ଧୁବାନ୍ଧବଙ୍କ ମଧ୍ୟରେ କଳହ ଓ ମନାନ୍ତର ଦୂରେଇ ଯିବ । ଜୁଆ ଓ ଲଟେରୀ ଖେଳରେ ମନମୁତାବକ ଲାଭବାନ ହେବାର ସମ୍ଭାବନା ଅଛି । ବ୍ୟବସାୟରେ ଦୃଢ଼ ପ୍ରତିଜ୍ଞାରେ ଆବଦ୍ଧ ରହି ଆନେକ ସ୍ଥଳରେ ଲାଭବାନ ହେବେ ।

କୁମ୍ଭ

ଆୟବୃଦ୍ଧି, ଋଣମୁକ୍ତି, କର୍ମ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ହେବ । ବ୍ୟବସାୟରେ ଲାଭର ପରିମାଣ ଅଧିକ ହେବ ଓ ବକେୟା ଅର୍ଥ କିଛି ଆଦାୟ ହେବ । ପାରିବାରିକ କ୍ଷେତ୍ରରେ ସ୍ନେହ ସଦ୍ଭାବ ଦେଖାଦେବ । ଶତୃମାନେ ମଥାନତ କରିବେ । ପୁରାତନ ରୋଗର ଉପସମ ଓ ବନ୍ଧୁ ସମାଗମ ହେବ । ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯିବ । ଛାତ୍ରଛାତ୍ରୀମାନେ ସାଙ୍ଗମେଳ ହୋଇ ମୌଜ ମଜଲିଶ୍ ରେ ବ୍ୟସ୍ତ ରହିବେ । ଧର୍ମକାର୍ଯ୍ୟକୁ ମନ ବଳାଇଲେ ଯୋଗ ଦେଇପାରିବେ ।

ମୀନ

ପାରିବାରିକ ସ୍ନେହ ସହାନୁଭୁତି ସନ୍ତୋଷ ଜନକ ହେବ । କେତେକ କାର୍ଯ୍ୟରେ ବିକ୍ରମଶାଳୀ ହେଲେ ମଧ୍ୟ ନିଜର ମର୍ଯ୍ୟାଦାକୁ ଜଗି ରଖି ଚଳିବେ । ଶତୃମାନେ ପରାଜିତ ହେବେ । ନିର୍ମାଣ ମୂଳକ ଯୋଜନାରେ ଆଗେଇପାରିବେ । ମହିଳାମାନଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇ ବ୍ୟବସାୟରେ ଶତୃମାନେ ଦୂରେଇ ଯିବେ ଓ ଉନ୍ନତି ହେବାସହ ଗୃହବାହାନ ପ୍ରାପ୍ତି ହେବ ।

Leave a Reply

Your email address will not be published. Required fields are marked *