ପୂଜା ଘରେ କେଉଁ କେଉଁ ମୂର୍ତ୍ତି ରଖିବା ଉଚିତ ? ଭୁଲରେ ବି ରଖନ୍ତୁ ନାହିଁ ଏହି 3ଟି ମୂର୍ତ୍ତି

ବନ୍ଧୁଗଣ ଭଗବାନଙ୍କ ମୂର୍ତ୍ତିକୁ ଘରେ ରଖିକି ପୂଜା କରିବା ଆଧ୍ୟାତ୍ମିକ ନୁହେଁ ବରମ ବୈଜ୍ଞାନିକ କାରଣ ମଧ୍ୟ ଲୁଚି ରହିଛି । ଯେବେ ଆମେ ଭଗବାନଙ୍କୁ ମୂର୍ତ୍ତି ରୂପରେ ଦେଖିଥାଉ ତେବେ ଆମ ମନ ଈଶ୍ବରଙ୍କ ନିକଟରେ ସମର୍ପିତ ହୋଇଥାଏ । ଯେବେ ସେହି ମୂର୍ତ୍ତି ହାତରୁ ଖସି ଭାଙ୍ଗିଯାଏ ତେବେ ଦୁଖ ଅନୁଭବ ହୋଇଥାଏ । ପ୍ରାଚୀନ କାଳରୁ ଭଗବାନଙ୍କ ମୂର୍ତ୍ତି ଗୁଡିକୁ ଅଧିକ ମହତ୍ଵ ଦିଆ ଯାଇଛି ।

ଘରେ ମୂର୍ତ୍ତି ରଖିବାର ବିଧି ବିଧାନ ଅନୁଯାୟୀ ପୂଜା କରିଲେ ମନ ଶୁଦ୍ଧ ହୋଇଥାଏ । ଆଜି ଆମେ ଆପଣଙ୍କୁ କହିବୁ ଘରେ କେଉଁ କେଉଁ ମୂର୍ତ୍ତି ରଖିବା ଉଚିତ ନୁହେଁ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଭଗବାନ ଗଣେଶ ଙ୍କୁ ପ୍ରଥମ ପୂଜ୍ୟ ମାନାଯାଏ । କୌଣସି କାମ ଆରମ୍ଭ ପୂର୍ବରୁ ଭଗବାନ ଗଣେଶଙ୍କ ପୂଜା କରାଯାଏ । ପୂଜା ଘରେ ଭଗବାନ ଗଣେଶଙ୍କ ଗୋଟେ ମୂର୍ତ୍ତି ରଖିବା ଉଚିତ । ଏକରୁ ଅଧିକ ମୂର୍ତ୍ତି ରଖିବା ଅନୁଚିତ ।

ବାସ୍ତୁ ଅନୁଯାୟୀ ମା ଲକ୍ଷ୍ମୀଙ୍କ ବାମ ପାର୍ଶ୍ଵରେ ଭଗବାନ ଗଣେଶଙ୍କ ମୂର୍ତ୍ତି ଓ ଦେବୀ ସରସ୍ବତୀଙ୍କୁ ଡାହାଣ ପାର୍ଶ୍ଵରେ ରଖିବା ଉଚିତ । ଯେଉଁ ଥରେ ଏଭଳି ମୂର୍ତ୍ତି ରହିଥାଏ ସେଠାରେ ଅଜ୍ଞାନତା, ଦରିଦ୍ରତା କେବେ ରୁହେ ନାହି । ଗଣେଶଜୀ ଙ୍କ ମୂର୍ତ୍ତି ନୃତ୍ୟୁ କରୁଥିବାର ରଖିବା ଅନୁଚିତ । ବିରାଜମାନ ଅବସ୍ଥାରେ ଆଶୀର୍ବାଦ ରୂପରେ ଭଗବାନ ଗଣେଶଙ୍କ ମୂର୍ତ୍ତି ରଖିବା ଉଚିତ ।

ଯଦି କୌଣସି ବ୍ୟକ୍ତି ଅବିବାହିତ ତେବେ ସେମାନେ ନିଜ ରୁମରେ ହନୁମାନ ଜୀ ଙ୍କ ମୂର୍ତ୍ତି ରଖିପାରିବେ । କିନ୍ତୁ ଦମ୍ପତି ନିଜ କକ୍ଷରେ ହନୁମାନ ଜୀ ଙ୍କ ମୂର୍ତ୍ତି ରଖିବା ଅନୁଚିତ । କାରଣ ହନୁମାନ ଜୀ ବ୍ରମ୍ହଚାରୀ ଅଟନ୍ତି । ତେଣୁ ତାଙ୍କୁ ଏପରି ସ୍ଥାନରେ ରଖିବା ଉଚିତ ନୁହେଁ ଯେଉଁ ସ୍ଥାନରେ ସ୍ଵାମୀ ସ୍ତ୍ରୀ ରହୁଥିବେ । ସ୍ଵାମୀ ସ୍ତ୍ରୀ ଙ୍କୁ ଭଗବାନ କୃଷ୍ଣ ଓ ରାଧାରାଣୀ ଙ୍କ ଫୋଟୋ ଲଗାଇବା ଉଚିତ । ପୂଜା ଘରେ ମୃ-ତକ ଙ୍କ ଫୋଟୋ ରହିବା ଅନୁଚିତ ।

ଶାସ୍ତ୍ର ଅନୁଯାୟୀ ମୃ-ତ-କ-ଙ୍କ ଫୋଟୋ ଲଗାଇବା ଅଶୁଭ ହୋଇଥାଏ ଓ ସେମାନେ ପୂଜନୀୟ ନୁହନ୍ତି । ମୃ-ତକ ଙ୍କ ପୂଜା କେବଳ ପିତୃ ପକ୍ଷରେ କରିବା ଉଚିତ । ପୂଜା ଘରେ ମୃ-ତକ ବା ସାଧୁ ସନ୍ଥ ଙ୍କ ଫୋଟୋ ଲଗାଇବା ଅନୁଚିତ । ବାସ୍ତୁ ଶାସ୍ତ୍ର ଅନୁଯାୟୀ କେବେ ବି ରାହୁ, କେତୁ, ଶନିଦେବ, ମା କାଲୀ ଙ୍କ ଫୋଟୋ ବା ମୂର୍ତ୍ତି ରଖିବା ଅନୁଚିତ । କାରଣ ଏହି ସବୁ ଦେବତା ଉଗ୍ର ଶ୍ରେଣୀରେ ଆସିଥାନ୍ତି ।

ଏମାନଙ୍କର ପୂଜା ତନ୍ତ୍ର ସାଧନାରେ କରାଯାଏ ଓ କଠିନ ହୋଇଥାଏ । ସାଧାରଣ ମଣିଷ ଏହି ସବୁ ଦେବତାଙ୍କ ପୂଜା କରିବା ସମ୍ଭବ ନୁହେଁ । ଏହା ଦ୍ଵାରା ଅଶୁଭ ପରିଣାମ ମିଳିଥାଏ । ତେଣୁ ପୂଜା ଘରେ ଏମାନଙ୍କୁ ରଖିବା ଅନୁଚିତ । ପୂଜା ଘରେ ମା ଲକ୍ଷ୍ମୀ ଙ୍କ ଫୋଟୋ ନିଶ୍ଚୟ ରଖିବା ଉଚିତ ।ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *