ରାସ୍ତାରେ ଶବ ଯାତ୍ରା ଦେଖିବା ଶୁଭ ନା ଅଶୁଭ ? ଶ-ବ ଯାତ୍ରା ଦେଖିଲେ କଣ କରିବେ ? Krishna Vani

ବନ୍ଧୁଗଣ ଏ ଦୁନିଆରେ ଜନ୍ମ ନେଇଥିବା ଜୀବଙ୍କୁ ଦୁନିଆ ଛାଡି ଯିବାକୁ ପଡିଥାଏ । ମୃ-ତ୍ୟୁ ଏପରି ଏକ ଅତଳ ସତ୍ୟ ଯାହାର ସମାନ ପ୍ରତେକ ଜୀବଙ୍କୁ କରିବାକୁ ପଡିଥାଏ । ମୃ-ତ୍ୟୁକୁ କେହି ଜୟ କରିପାରିବେ ନାହି । କିନ୍ତୁ କେହି ମଣିଷ ଜନ୍ମ ନେଇ ଭଲ କର୍ମ କରିଥାଏ ତେବେ ମୋକ୍ଷ ପ୍ରାପ୍ତ କରିଥାଏ । ସେ ବ୍ୟକ୍ତିକୁ ଆଉ ଥରେ ଜନ୍ମ ନେବାକୁ ପଡେ ନାହି ଯିଏ ସଂସାର ମୋହ ମାୟାରେ ପଡି ନ ଥାଏ ।

ସେ ବାରମ୍ବାର ମୃ-ତ୍ୟୁ ଲୋକରେ ଜନ୍ମ ନେଇଥାଏ । ମୃ-ତ୍ୟୁ ପରେ ବ୍ଯକ୍ତିର ଅ-ନ୍ତି-ମ ସଂ -ସ୍କା -ର ବିଧି ବିଧାନ ଭାବେ କରାଯାଏ । ଆଜି ଆମେ ଆପଣଙ୍କୁ କହିବୁ ରାସ୍ତାରେ ଯାଉଥିବା ସମୟରେ ଶ-ବ ଦେଖିଲେ ଶୁଭ ନା ଅଶୁଭ ହୋଇଥାଏ ଏବଂ ଶ-ବ ଯାତ୍ରା ଦେଖିଲେ କଣ କରିବେ ।  କିଛି ଲୋକ କାମରେ ଯାଉଥିବା ସମୟରେ ସାବା ଯାତ୍ରା ଦେଖିଲେ ଭୟ କରିବା ସହ କାମ ବନ୍ଦ କରି ଦେଇଥାନ୍ତି ।

ଏମିତିକି ଘରକୁ ଆସି ସ୍ନାନ କରିଥାନ୍ତି । ତାଙ୍କୁ ଲାଗିଥାଏ ଏହା ଅଶୁଭ ସଂକେତ ହେବା ସହ କାମ ବିଗିଡି ଯିବାର ମନେ କରିଥାନ୍ତି । କିନ୍ତୁ ଏହା ଭୁଲ ଧାରଣା ଅଟେ । ଧର୍ମ ଶାସ୍ତ୍ରରେ ଶ-ବ ଯାତ୍ରା ଦେଖିବା ଅଶୁଭ ସଂକେତ ମାନାଯାଏ ନାହି । ଏକ ପ୍ରକାରର ଶୁଭ ସଂକେତ ହୋଇଥାଏ । ଶ-ବ ଯାତ୍ରା ଦେଖିଲେ ଜରୁରୀ ଶିକ୍ଷା ମିଳିଥାଏ । ମଣିଷ ଯେମିତି ହେଉ ନ କାହିଁକି କିଛି ବି ଫରକ ପଡେ ନାହି ଶ-ବ ଯାତ୍ରା ଦେଖିଲେ ।

ଶ-ବ ଯାତ୍ରା ମଣିଷର ଅନ୍ତିମ ମାର୍ଗ ହୋଇଥାଏ । ଶ-ବ ଯାତ୍ରା ଦର୍ଶନ ହେଲେ ମଣିଷକୁ ମୃ-ତ-କ ଙ୍କ ଆ-ତ୍ମା-କୁ ନମସ୍କାର କରିବା ଉଚିତ କାରଣ ସେ ଭଗବାନଙ୍କ ନିକଟକୁ ଯାଇଥାଏ । ସେହି ସମୟରେ ଭଗବାନଙ୍କ ନାମ ନେଇ ମୃ-ତ-କ-ଙ୍କ ଆ-ତ୍ମା-ର ଶାନ୍ତି ପାଇଁ ପ୍ରାର୍ଥନା କରିବା ଉଚିତ । ଶାସ୍ତ୍ର ଅନୁଯାୟୀ ରାସ୍ତା ରେ ଯାଉଥିବା ସମୟରେ ଶ-ବ ଯାତ୍ରା ଦେଖିଲେ ସେହି କାମରେ ସଫଳତା ମିଳିବାର ସୂଚନା ମିଳିଥାଏ ।

ଶାସ୍ତ୍ରରେ କୁହାଯାଇଛି ଶବ ଯାତ୍ରା ଦେଖିଲେ କେବେ ବି ଉତ୍ପାତ କରିବା ଅନୁଚିତ । ମୃ-ତ-କ-ଙ୍କ ମଜା ଉଡାଇବା ଅନୁଚିତ । ମୃ-ତ-କ ଆପଣଙ୍କର ଶତ୍ରୁ ହୁଅନ୍ତୁ ନା କାହିଁକି ତାଙ୍କର ମୃ-ତ୍ୟୁ-କୁ ନେଇ ଥଟ୍ଟା ପରିହାସ କରିବା ଅନୁଚିତ । ଯେବେ ଯାଏଁ ଶ-ବ ଦୂରକୁ ଚାଲି ନ ଯାଇଛି ମୌନ ରହିବା ଉଚିତ । ଶ-ବ ଯାତ୍ରା ନିକଟତର ହେଲେ ଭୋଜନ କରିବା ଅନୁଚିତ । ଶ-ବ ଯାତ୍ରା ସମୟରେ ମୌନ ଧାରଣ କରି କାମ ବନ୍ଦ କରିଦେବା ଉଚିତ ।

କୌଣସି ସୁହାଗିନୀ ସ୍ତ୍ରୀର ଶ-ବ ଦେଖିଲେ ତାଙ୍କ ଉପରେ ସିନ୍ଦୁର ପକାଇବା ଉଚିତ । ଏଭଳି ସ୍ତ୍ରୀ ମୋକ୍ଷ ପ୍ରାପ୍ତ କରିଥାନ୍ତି ଓ ଏହା ଶୁଭ ସଂକେତ ହୋଇଥାଏ । ଏହା ଦ୍ଵାରା ସୌଭାଗ୍ୟ ପ୍ରାପ୍ତି ହୁଏ । ଯଦି ଶବ ଯାତ୍ରା ଘରର ନିକଟତର ଦେଇ ଯାଉଥାଏ ତେବେ ଫୁଲ ପକାଇବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *