ରବିବାର, 21 ଜୁଲାଇ 2019 – କେମିତି କଟିବ ଆଜି ଆପଣଙ୍କ ଦିନ

ମେଷ

ଧାର୍ମିକ କାର୍ଯ୍ୟରେ ଲିପ୍ତ ରହିବେ । ବୃତ୍ତିଗତ ଦୃଷ୍ଟିରୁ ଆୟରସ୍ରୋତ ବୃଦ୍ଧିହେବ ଓ ଆର୍ଥିକ ଦିଗରୁ ସୁରକ୍ଷିତ ରହିବେ । ବିବାଦୀୟ ସଙ୍କଟ ସୃଷ୍ଟି ହୋଇପାରେ । ଅର୍ଥ ସଂପର୍କିତ ଚୁକ୍ତିପତ୍ର ବର୍ଜନ କରନ୍ତୁ । ପାରିବାରିକ ସ୍ତରରେ ସ୍ୱାର୍ଥ ପ୍ରବୃତ୍ତିର ଅଧିନ ହୋଇ ସମ୍ପର୍କର ମଧୁର ସ୍ୱାଦରୁ ଦୂରେଇ ଯିବେ ।

ବୃଷ

ମାନସିକ ଅସ୍ଥିରତା ଦୂର ହେବ । ସ୍ୱାସ୍ଥ୍ୟରେ ଉନ୍ନତି ପରିଲିକ୍ଷିତ ହେବ । ପୈତୃକ ସମ୍ପତ୍ତି ପ୍ରାପ୍ତି ହେବ । ବାଦବିବାଦ, ମାଲିମକଦ୍ଦମା, ପ୍ରତିଯୋଗିତାପରୀକ୍ଷା ଓ ସାକ୍ଷାତକାରରେ ଜୟଯୁକ୍ତ ହେବେ । ବ୍ୟବସାୟରେ ଶତୃମାନେ ଦୂରେଇ ଯିବେ ଓ ଉନ୍ନତି ହେବାସହ ଗୃହବାହାନ ପ୍ରାପ୍ତି ହେବ । କର୍ମ କ୍ଷେତ୍ରରେ ଆର୍ଥିକ ଦିଗରୁ ସୁବିଧା ସହଯୋଗ ମିଳିବ ।

ମିଥୁନ

ଯୁବକ ଯୁବତୀମାନେ ପ୍ରତିଯୋଗୀ ପରୀକ୍ଷା ଅଥବା ବିଭାଗୀୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ । ମାଲିମୋକଦ୍ଦମା ଓ ସାକ୍ଷାତକାରରେ ସଫଳ ହେବେ । ଶୁଭକାର୍ଯ୍ୟ ସମ୍ପାଦନ କରିବେ । କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ଦାମ୍ପତ୍ୟ ଜୀବନରେ ଅଶାନ୍ତିର ଝଡ଼ ଦୂର ହୋଇଯିବ ।

କର୍କଟ

ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ । ପାରିବାରିକ କ୍ଷେତ୍ରରେ ନିଜର କ୍ରୋଧକୁ ଦମନକଲେ ହସଖୁସିର ବାତାବରଣ ଦେଖାଦେବ । କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ଧାର୍ମିକ କ୍ଷେତ୍ରରେ ନିୟୋଜିତ ହୋଇ ଅର୍ଥ ବ୍ୟୟ କରିବେ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ । ସୁଫଳ ଆଶାରେ ଉଲ୍ଲସିତ ହେବେ ।

ସିଂହ

ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାବିଚିନ୍ତି କରିଲେ ଭଲ ହେବ ନଚେତ୍‌ ବିପଦରେ ପଡ଼ିବେ । ଆୟ ଉପାର୍ଜନ କ୍ଷେତ୍ରପ୍ରତି ସଙ୍କଟ ଦୂର ହେବ । କୌଣସି ତିର୍ଥସ୍ଥାନକୁ ଗମନ କରିବା ପାଇଁ ଇଛୁକ ହେବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ସନ୍ତୋଷ ଦେଖାଦେବ । ନିଜର ର୍ଧୈର୍ଯ୍ୟ ଓ ସହନଶୀଳତା କାଏମ ରହିବ ।

କନ୍ୟା

କର୍ମକ୍ଷେତ୍ରରେ ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ ଦିଗପ୍ରତି ଆଗ୍ରହୀ ଓ ଉତ୍ତମ ଯୋଜନାବଦ୍ଧ ହେବେ । ସନ୍ତାନ ସନ୍ତତିଙ୍କ ତରଫରୁ ଚିନ୍ତା ଦୂର ହେବ ଓ ଶୁଭ ସମାଚାର ଶୁଣିବାକୁ ମିଳିବ । ଆୟ ଉପାର୍ଜନ ଉତ୍ତମ ଧରଣର ହେବ । କେତେକ କ୍ଷେତ୍ରରେ ଉଚ୍ଚାକାଂକ୍ଷା ପୂର୍ତ୍ତି ନିମନ୍ତେ ସାମାନ୍ୟ ପରିଶ୍ରମ କରିବାକୁ ପଡ଼ିବ । ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ ।

ତୁଳା

ବୃତ୍ତିଗତ ଦୃଷ୍ଟିରୁ ସବୁଦିଗରୁ ସୁରକ୍ଷିତ ରହିବ । ଭାତୃ ବିବାଦ, ଜମି ବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହେବ । ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ । ପାରିବାରିକକ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ । ନିର୍ମାଣ ମୂଳକ ଯୋଜନାରେ ଆଗେଇବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦ ଦୂର ହୋଇଯିବା ଫଳରେ ପ୍ରଶଂସିତ ହେବେ ।

ବିଛା

ଅନେକ କ୍ଷେତ୍ରରେ ସ୍ଵାଭିମାନ ରକ୍ଷା ହେବ । ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ପାରିବାରିକ ସ୍ତରରେ ସ୍ଵାର୍ଥ ପ୍ରବୃତ୍ତିର ଅଧୀନ ହୋଇ ସମ୍ପର୍କର ମଧୁର ସ୍ଵାଦ ଅନୁଭବ କରିବେ । ପ୍ରେମିକ ଓ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ବ୍ୟବସାୟରେ ଉଧାର ଦେଇ ଫେରି ପାଇବା ସହଜ ହେବ । ବିଦେଶ ଯାତ୍ରାରେ ଲାଭ ପାଇବେ ।

ଧନୁ

ପାରିବାରିକ ସ୍ଥିତିରେ ସୁଦୃଢ ହେବ । ରାଜନୀତି କ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦ ଦୂର ହୋଇଯିବ । କର୍ମରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ । ମାନସିକ ଦୁଶ୍ଚିନ୍ତା ଦୂର ହେବ । ଧର୍ମକ୍ଷେତ୍ରରେ ଲିପ୍ତ ରହିବେ । ଋଣରୁ ମୁକ୍ତି ହେବାପାଇଁ ଯୋଜନା କରିବେ । ଶତ୍ରୁବାଧା ଦୂରେଇ ଯିବ ।

ମକର

ମାନସିକ ବିଷାଦ, ଦାମ୍ପତ୍ୟକଳହ, ଭୟ ଆଶଙ୍କା ଦୂରେଇ ଯିବ । ବ୍ୟବସାୟରେ ବକେୟା ଅର୍ଥ ଆଦାୟ ହେବ । ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ସଫଳ ହେବେ । ପାରିବାରିକକ୍ଷେତ୍ରରେ ସ୍ନେହ ସଦ୍ଭାବ ବିରାଜମାନ କରିବ । ଆୟ ଉପାର୍ଜନ କ୍ଷେତ୍ରପ୍ରତି ସଙ୍କଟ ସୃଷ୍ଟି ହେବ ନାହିଁ ।

କୁମ୍ଭ

ଘରୋଇ କର୍ମଚାରୀଙ୍କ ନିଜଲୋକମାନେ ସାହାଯ୍ୟ ସହଯୋଗ କରିବେ । ଦାମ୍ପତ୍ୟ କଳହ ଦୂର ହେବ । ମନ ଓ ଶରୀର ସାମାନ୍ୟ ଭଲ ରହିବ । ପାରିବାରିକକ୍ଷେତ୍ରରେ ଅଶାନ୍ତି ବିଶୃଙ୍ଖଳା ଦୂରେଇଯାଇ ସହନ ଶୀଳତା କାଏମ ରହିବ । ଯୁବକ ଯୁବତୀମାନଙ୍କର ଆୟ ଉପାର୍ଜନରେ ବାଧା ସୃଷ୍ଟି ହେବନାହିଁ । ପ୍ରେମିକ ପ୍ରେମିକା ମାନଙ୍କର ମନରେକ୍ଷୋଭ ହତାଶାଭାବ ଦୂରହେବ ।

ମୀନ

ବିବାଦୀୟ ଓ ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନ ହୋଇଯିବ । ଅଯଥା ବାକ୍ବିତଣ୍ଡା ବା ବାଦ ବିବାଦରୁ ଦୂରତା ରକ୍ଷାକରନ୍ତୁ । ପାରିବାରିକ କ୍ଷେତ୍ରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ସନ୍ତାନ-ସନ୍ତତିଙ୍କ ଦିଗରୁ ସୁସମ୍ବାଦ ପାଇ ଆନନ୍ଦିତ ହେବେ । ଅନିଶ୍ଚିତ ଆୟ ଉପାର୍ଜ୍ଜନ କରିବେ ଓ ଅଭାବ ଅନାଟନ ଦୂରେଇ ଯିବ । ମହିଳାମାନେ ଶାରୀରିକ ସୁସ୍ଥତା ଅନୁଭବ କରିବେ ।

Leave a Reply

Your email address will not be published. Required fields are marked *