ଶରୀରରେ ଏହି ସ୍ଥାନରେ ଥିବା କଳାଜାଇ ଅଭାବ ଆଣିଥାଏ

ଆମ ଧର୍ମରେ ଅନେକ ସ୍ୱତନ୍ତ୍ର କଥା ସାମୁଦ୍ରିକ ଶାସ୍ତ୍ରରେ ଲେଖା ଯାଇଛି । ଶାରୀରିକ ଗଠନ ଓ ରଙ୍ଗକୁ ନେଇ ବହୁତ କଥା ଲେଖାଯାଇଛି । ଏମିତି କେତେକ ନିର୍ଦ୍ଦିଷ୍ଟ ସ୍ଥାନର କଳାଜାଇ ଚିହ୍ନ ସଂପର୍କରେ କୁହାଯାଇଛି ଯାହା ସିଧା ସଳଖ ଭାବେ ଆମର ଭାଗ୍ୟ ପରିବର୍ତନ କରିଥାଏ ।

ଯଦି ଆପଣଙ୍କର ବିଶି ଆଙ୍ଗୁଠିରେ କଳାଜାଇ ଥାଏ ତେବେ ଆପଣ କେବେ ଆର୍ଥିକ ସମସ୍ୟାରେ ପଡିବେ ନାହିଁ । ଯଦି ବାମ ପାପୁଲି ଓ ବାମ ଗୋଡ଼ର କୌଣସି ସ୍ଥାନରେ କଳାଜାଇ ଥାଏ ତେବେ ଆପଣଙ୍କ ଅସୁବିଧାରେ ପଡି ପାରନ୍ତି। କାରଣ ଆପଣ ବହୁତ ଖର୍ଚ୍ଚୀ ହେବାର ସମ୍ଭାବନା ଥାଏ।

ଓଠର ଡାହାଣ ପଟ ଉପରେ ଯଦି କଳାଜାଇ ଥାଏ ତେବେ ଆପଣ ଆର୍ଥିକ ସମସ୍ୟାରେ ପଡି ପାରନ୍ତି । ଯେତେ ରୋଜଗାର କଲେ ମଧ୍ୟ ଜୀବନରେ ଅନେକ ଅସୁବିଧାର ସମ୍ମୁଖୀନ କରିପାରନ୍ତି। ଯଦି ବାମ ଗାଲରେ କଳାଯାଇ ରହିଛି, ଆପଣ ଯେତେ ରୋଜଗାର କଲେ ମଧ୍ୟ ସଂଚୟ କରିପାରିବେ ନାହିଁ ।

Leave a Reply

Your email address will not be published. Required fields are marked *