ବନ୍ଧୁଗଣ ଆମେ ସମସ୍ତେ ଏହା ଭଲ ଭାବରେ ଜାଣିଛୁ ଯେ ଗ୍ରହ ମାନଙ୍କର ଗତିବିଧିକୁ ନେଇ ଆମେ ନିଜର ଜୀବନରେ ଘଟୁଥିବା ପରିବର୍ତନ ଗୁଡିକୁ ଦେଖିଥାଉ । ଏହି କାରଣରୁ ଆମ ଜୀବନରେ ସୁଖ କିମ୍ବା ଦୁଖର ଆଗମନ ହେଇଥାଏ । ଭଗବାନ ଶନି ଦେବଙ୍କୁ ସର୍ବୋଚ୍ଚ ନ୍ୟାୟାଧୀଶର ଉପାଧି ଦିଆଯାଇଛି । ଯାହାଙ୍କୁ ଆମେ ଭଗବାନ ଶନିଦେବ ବୋଲି କହିଥାଉ । ଶନିଦେବ କର୍ମ ଅନୁସାରେ ଦଣ୍ଡ ମଧ୍ୟ ଦେଇଥାନ୍ତି । ହିନ୍ଦୁ ଧର୍ମରେ ଶନି ଦେବତାଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ ।
ଶନିଦେବଙ୍କ କୃପା ଯେଉଁ ବ୍ୟକ୍ତି ଉପରେ ହେଇଥାଏ ତାହା ଉପରେ କେବେ ଦୁଖ-କଷ୍ଟ, କୌଣସି ପ୍ରକାର ବାଧା ବିଘ୍ନ ଆସିନଥାଏ । କିନ୍ତୁ ଶନିଦେବ ଯାହା ଉପରେ କ୍ରୋଧିତ ହେଇଯାନ୍ତି ତାକୁ ପୁରା ଦୟନୀୟ ଅବସ୍ଥାରେ ନେଇ ଆସନ୍ତି ।
ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଗ୍ରହର ସ୍ଥିତି ଅନୁସାରେ ଆଜି ରାତିଠାରୁ ଶନିଗ୍ରହ ନିଜର ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଏହି ପରିବର୍ତନରେ କିଛି ରାଶି ଉପରେ ଏହାର ଗଭୀର ପ୍ରଭାବ ଦେଖିବାକୁ ମିଳିବ । ହିନ୍ଦୁ ଧର୍ମରେ ଶନିଦେବଙ୍କୁ କଳିଯୁଗର ଦେବତା ବୋଲି କୁହାଯାଇଛି । ବ୍ୟକ୍ତି ମାନଙ୍କର ଜୀବନରେ ଘଟୁଥିବା ସମସ୍ତ ଭଲ ଏବଂ ମନ୍ଦ ସ୍ଥିତି ଶନିଙ୍କ ମହାଦଶା କାରଣରୁ ହେଇଥାଏ । କେତେକ ସମୟରେ ଆମେ ଦେଖିବାକୁ ପାଉ ଯେ ଆମ ଦ୍ଵାରା କଠିନ କାମଟି ଅତି ସହଜ ଉପାୟରେ ସମାପ୍ତ ହେଇଯାଉଛି ଏବଂ କେତେବେଳେ ଅତି ସରଳ କାମ ମଧ୍ୟ ସମାପ୍ତ କରିବା କାଠିକର ପାଠ ହେଇଯାଉଛି ।
ବନ୍ଧୁଗଣ ଯଦି ଆପଣଙ୍କ ଜୀବନରେ କିଛି କଠିନ ସମସ୍ଯା ଉପୁଜୁଛି ତେବେ ଆପଣ ବୁଝିନିଅନ୍ତୁ ଯେ ଏହା ଶନି ଦେବଙ୍କ କ୍ରୋଧରୁ ହେଉଅଛି । ଯଦି ଏହାକୁ ଆପଣ କମ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଶନିଦେବଙ୍କୁ ପ୍ରସନ୍ନ କରିବାକୁ ହେବ । ଯିଏ ଅନ୍ୟର ନିନ୍ଦା କରି ନଥାଏ,ଉତ୍ତମ ବ୍ୟବହାର କରିଥାଏ,ଶନିଦେବ ତାହା ଉପରେ ବହୁତ ସନ୍ତୁଷ୍ଠ ହୋଇଥାନ୍ତି । ଶନିଦେବଙ୍କୁ ପ୍ରସନ୍ନ କରିବାର ଗୋଟିଏ ସରଳ ଉପାୟ ସନ୍ଧ୍ୟା ସମୟରେ ଶନିଚାଳିଶାର ପାଠ ନିଶ୍ଚୟ କରନ୍ତୁ ।
ଯଦି ଆପଣ ଶନି ଚାଳିଶାର ପାଠ ନକରି ପାରନ୍ତି ତେବେ ଆପଣ ଶ୍ରୀ ହନୁମାନ ଚାଳିଶାର ପାଠ କରନ୍ତୁ । ଏହା ସହିତ ଶନି ପ୍ରସନ୍ନ ମନ୍ତ୍ର “ନିଲାଞ୍ଜନ ସମାଭାଷମ ରବିପୁତ୍ର ମୀମାଗୃଯମ, ଛାୟା ମାର୍ତ୍ତଣ୍ଡ ସମ୍ଭୁତ୍ତମ,ତ୍ତମ ନମାମି ଶନିଶ୍ଚରମ”, ଏହି ମନ୍ତରଟି ଶନି ଦେବଙ୍କ ସବୁଠାରୁ ପ୍ରିୟ ମନ୍ତ୍ର ଅଟେ । ଯେଉଁ ବ୍ୟକ୍ତି ଏହି ମନ୍ତ୍ରଟିକୁ ଦିନରେ ୨୦୩ ଥର ଜପ କରିଥାଏ,ତାହା ଉପରେ ଭଗବାନ ଶନି ଦେବ ବହୁତ ପ୍ରସନ୍ନ ହେଇଥାନ୍ତି । ଯଦି ଆପଣଙ୍କ ଦ୍ଵାରା କିଛି ହେଉନାହିଁ ତେବେ ଆପଣ “ଓମ ସନ ଶନିଶ୍ଚରୟ ନମୋଃ” ଏହି ମନ୍ତ୍ରଟିର ଜାପ କରନ୍ତୁ । ଶନିଦେବ ଗୋଟିଏ ରାଶିରେ ୨.୫ ବର୍ଷ ରୁହନ୍ତି । ବର୍ତମାନ ଶନିଦେବ ମକର ରାଶିରେ ଉପସ୍ଥିତ ଅଛନ୍ତି ।
ଏହି ବର୍ଷ ୨୦୨୧ ରେ ଶନିଦେବ ରାଶି ପରିବର୍ତନ ନକରି ପାରନ୍ତି କିନ୍ତୁ ସେ ନିଜର ନକ୍ଷେତ୍ର ପରିବର୍ତନ କରିବେ । ବର୍ଷ ଆରମ୍ଭରୁ ଶନି ଉତ୍ତରାଶ୍ୟା ନକ୍ଷେତ୍ରରେ ଉପସ୍ଥିତ ରହିବେ । ଯାହାଙ୍କ ସ୍ଵାମୀ ସୂର୍ଯ୍ୟ ଗ୍ରହଙ୍କୁ କୁହାଯାଏ । ଜାନୁଆରୀ ୨୨ତାରିଖ ଦିନ ଭଗବାନ ଶନି ଶ୍ରବଣ ନଖେତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଶନି ଦେବଙ୍କ ନକ୍ଷେତ୍ର ପରିବର୍ତନ ଫଳରେ କେତେକ ରାଶିରେ ହେଉଥିବା ପରିସ୍ଥିତି ବଦଳିବାକୁ ଯାଉଛି ।
ଧନୁ ରାଶି ମାନଙ୍କୁ ସତର୍କ ରହିବାକୁ ହେବ । ବୃଷ ରାଶି,କୁମ୍ଭ ରାଶି ଏବଂମୀନ ରାଶି ଏହି ରାଶିର ବ୍ୟକ୍ତି ମାନଙ୍କୁ ବହୁତ ଲାଭ ଦେଖିବାକୁ ମିଳିବ । ସେହିଭଳି ମକର ରାଶି, କର୍କଟ ରାଶି ଏବଂ କନ୍ୟା ରାଶିର ବ୍ୟକ୍ତି ମାନଙ୍କୁ ଉଭୟ ପରିସ୍ଥିତି ଦେଖିବାକୁ ମିଳିବ । ଏହି ବିବରଣିଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।
ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।