ଗଛରୁ ଫଳିଅଛି ନୁହଁଇ ଏହା ଫଳ ଚକ୍ର ନୁହେଁ ସେହୁ ଚକ୍ର ଆକାର ପୁଷ୍ପ ନୁହେଁ ସିଏ ପୁଷ୍ପରେ ସାର ଖାଇଲେ ଲାଗାଇ ବଡ ମଧୁର? 10 GK Questions & Answers

ଏହି କଥା ସମସ୍ତେ ଜାଣିଛନ୍ତି ଯେ ୟୁପିଏସୀ ପରୀକ୍ଷା ପାସ କରିବା ବହୁତ କଷ୍ଟକର କାମ ହୋଇ ଥାଏ, ଏତେ କଷ୍ଟକର ହେଲେ ମଧ୍ୟ ଲୋକ ଏହି ପରୀକ୍ଷା ଦେଇ ଥାନ୍ତି । ପରୀକ୍ଷା ଏତେ କଷ୍ଟ ହୋଇ ଥାଏ ଯେ ବହୁତ କମ ପିଲା ଏହି ପରିକ୍ଷାକୁ ପାସ କରି ପାରି ଥାନ୍ତି, ଏହା ଛଡା ୟୁପିଏସୀ ପରୀକ୍ଷା ବିଷୟରେ ଏହା ମଧ୍ୟ କୁହା ଯାଏ ଯେ ଏହି ପରୀକ୍ଷା ତିନୋଟି ଚରଣ ରେ ହୋଇ ଥାଏ ।

ଆମର କହିବାର କାରଣ ଏହିକି ଯେ ଏହାକୁ ପାସ୍ କରିବା ପାଇଁଁ ନିଜ ପାଖରେ ଖାସ୍ ଅନୁଭବ ରହିବ ନିହାତି ଦରକାର । ଏହି ପରୀକ୍ଷା ପାଇଁ ଦରକାର ନାହିଁ କି ଆପଣକୁ ଖାଲି ଜଣାଥିବା ଦରକାର । ଜଣା ସାଙ୍ଗରେ ଏହି ଇଣ୍ଟରଭିୟୁରେ ଆପଣଙ୍କୁ ନିଜ ବ୍ୟକ୍ତିତ୍ୟକୁ ବି ପରଖା ଯାଏ ।

Image Courtesy: Google

୧. ଗଛରୁ ଫଳିଅଛି ନୁହଁଇ ଏହା ଫଳ ଚକ୍ର ନୁହେଁ ସେହୁ ଚକ୍ର ଆକାର ପୁଷ୍ପ ନୁହେଁ ସିଏ ପୁଷ୍ପରେ ସାର ଖାଇଲେ ଲାଗାଇ ବଡ ମଧୁର ।

ଉତ୍ତର : ମହୁ

୨. କଞ୍ଚା ହଳଦିଆ ପାଚିଲେ କଳା ନକହି ପାରିଲେ ରାଜ୍ୟରୁ ପଳା ।

ଉତ୍ତର : ଖଜୁରୀ

୩. ପାହାଡ ଉପରୁ ଖସିଲା ଭାଲୁ ତା ଦିହଯାକ କଣ୍ଟା ସାଲୁବାଲୁ ?

ଉତ୍ତର : ପଣସ

୪. କଞ୍ଚା ବେଳେ ଲତପତ ପାଚିଗଲେ ଟାଣ ଏ ଢଗଟି କହି ଦିଅ ହେ ରହିଲା ମୋର ରାଣ ?

ଉତ୍ତର : ହାଣ୍ଡି

Image Courtesy: Google

୫. କଳା ଘାସ ବଣେ ଧଇଲି ଚୋର ନଖ ମୁଣ୍ଡିରେ ତା ହେଲା ବିଚାର ?

ଉତ୍ତର : ଉକୁଣି

୬. ଗୋଟିଏ ଗୁମ୍ଫାରେ ଦୁଇଟି ବାଟ ଗୁମ୍ଫାରେ ଲାଗେନୀ କେବେ କବାଟ ଗୁମ୍ଫାଟି ଜୀବନ ଦ୍ଵାର ପାରିବ ଯଦି କହିଲ ଦେଖି କଣ ନାଁ ତାର ?

ଉତ୍ତର : ନାକ

୭. ଇନ୍ଦ୍ର ସମ୍ଫଦକୁ ମଣନ୍ତି ତୁଚ୍ଛ ଜଗତ ଭିତରେ ଆସନ ଉଚ୍ଚ, ସେ କିଏ କହିଲେ ଦେଖିବା ?

ଉତ୍ତର : ସାଧୁ

Image Courtesy: Google

୮. କଟକରୁ ଅଇଲା ଡେଙ୍ଗା ମହାନ୍ତି ତା ଅଇଁଠା ସମସ୍ତେ ଖାଆନ୍ତି ? ତାହା କଣ କହିଲେ ଦେଖିବା ?

ଉତ୍ତର : ଢିଙ୍କି

୯. ସକାଳୁ ଉଠେ ଘର ଚାରିପାଖେ ବୁଲିଆସେ ?

ଉତ୍ତର : ଛାଞ୍ଚୁଣି

୧୦. କୃପଣ ନୁହେଁଇ ସଞ୍ଚଇ ଧନ ଚୋର ନୁହେଁ ହରେ ପରର ଧନ ସକଳ ଛେଦଇ, ଅସ୍ତ୍ର ନୁହଇ ମୁନି ନୁହେଁ ଗୁମ୍ଫା ଭିତରେ ଥାଇ ?

ଉତ୍ତର : ମୂଷା ।

Leave a Reply

Your email address will not be published. Required fields are marked *