12 ଡିସେମ୍ବର 2018 ବୁଧବାର – କେମିତି କଟିବ ଆଜି ଆପଣଙ୍କ ଦିନ

ମେଷ:–

ଦୂରଯାତ୍ରାରେ ସଫଳତା ମିଳିବ । ବନ୍ଧୁମିଳନ ହେତୁ ମନଖୁସୀ ରହିବ । ଆଇନ, ଅଦାଲତ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରହେବ । ପାରିବାରିକ ସମସ୍ୟା ସୁଧାରିବା ପାଇଁ ଚେଷ୍ଟା କରିବେ । କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ । ନିଜର ଯୋଜନାମୁତାବକ କାମକଲେ କୌଣସିପ୍ରକାର ଅସୁବିଧା ହେବନାହିଁ । ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ମହିଳାମାନେ ନୂତନ ବନ୍ଧୁଙ୍କୁ ପାଇ ଖୁସୀହେବେ । ବିଦ୍ୟାକ୍ଷେତ୍ରରେ ପ୍ରଶଂସା ପାଇବେ । ବ୍ୟବସାୟରେ ସଫଳତା ଅର୍ଜନ ତଥା ଦୂରଯାତ୍ରାର ସୁଯୋଗ ପାଇବେ । କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ । ପ୍ରତିକାର:-ହଳଦୀ ଚନ୍ଦନ ମଥାରେ ଲଗାନ୍ତୁ ।

ବୃଷ:–

ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଦୂରଯାତ୍ରା କରିବାକୁ ପଡ଼ିବ । ସବୁ ଭଲ ଥିଲେ ମଧ୍ୟ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ । କର୍ମକ୍ଷେତ୍ରରେ ଅପ୍ରିୟ ସତ୍ୟ ପ୍ରକାଶ କରି ବିବାଦୀୟ ହେବେ । ମହିଳାମାନେ ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିବେ । ବିଦ୍ୟାକ୍ଷେତ୍ରରେ ପ୍ରତିଭାର ବିକାଶ ହେବ । ଅଯଥା ଭ୍ରମଣ କରିବା ଫଳରେ ଅଯଥା ଖର୍ଚ୍ଚ ମଧ୍ୟ କରିବାକୁ ପଡ଼ିବ । ଦୂର ସମ୍ପର୍କୀୟ ବ୍ୟକ୍ତିଙ୍କୁ ବିଶ୍ୱାସ କଲେ ଠକାମୀ ଭଣ୍ଡାମୀର ଶୀକାର ହେବେ । ଦାମ୍ପତ୍ୟ କଳହ ଯୋଗେ ଅନେକ କ୍ଷେତ୍ରରେ ଲଜ୍ଜା ଅପମାନ ସହ୍ୟ କରିବାକୁ ପଡ଼ିବ । ଶାରିରୀକ ଅସୁସ୍ଥତା ସହ ମାନସିକ ଅଶାନ୍ତି ଦେଖାଦେବ । ବରିଷ୍ଠବ୍ୟକ୍ତି, ପଦାଧିକାରୀଙ୍କ ରୋଷରପାତ୍ର ହେବେ । ପ୍ରତିକାର:-ଷଣ୍ଢ ଓ ଗାଈଙ୍କୁ ଖାଇବାକୁ ଦିଅନ୍ତୁ ।

ମିଥୁନ:–

ଧାର୍ମିକକାର୍ଯ୍ୟରେ ରୁଚି ବଢ଼ିବ । ସମୟ ଆନନ୍ଦମୟ ହେବ । ହୋଟେଲ, କଳାକାର, ଶିଳ୍ପକାରୀ, ରେଡିମେଡ୍ ବସ୍ତ୍ରବ୍ୟବସାୟୀ, ମଡେଲିଂ, ତେଲବ୍ୟବସାୟୀ, ପନିପରିବା ଚାଷୀମାନେ ବିଶେଷ ଲାଭାନ୍ୱିତ ହେବେ । ଆର୍ଥିକ ସାହାଯ୍ୟ ମିଳିବ । କର୍ମକ୍ଷେତ୍ରରେ ଶୁଭଖବର ପାଇ ଖୁସି ହେବେ । ହଜିଯାଇଥିବା କିମ୍ବା ଖୋଜୁଥିବା ଜିନିଷ ହଠାତ୍ ମିଳିଯିବ । ମହିଳାମାନଙ୍କର ବହୁତ ଦିନରୁ ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ । ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ । ପ୍ରତିଷ୍ଠା, ପ୍ରତିପତ୍ତି, ମାନସମ୍ମାନ ଓ କ୍ଷାତି ଅର୍ଜନ କରିବେ । ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ମଧ୍ୟ ଲାଭହେବ । ପ୍ରତିକାର– ଅସହାୟ ବୃଦ୍ଧଙ୍କୁ ଖାଦ୍ୟ ଦିଅନ୍ତୁ ।

କର୍କଟ:–

ରାଜନୀତି, ସଂଗଠନ, ସଭାସମିତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ । ଆଧ୍ୟାତ୍ମିକ ଭାବଧାରାରେ ଉଦ୍ବୁଦ୍ଧ ହୋଇ ସତ୍ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳେଇବେ । ବନ୍ଧୁଙ୍କ ସମସ୍ୟା ସମାଧାନ କରିବା ପାଇଁ ଚିନ୍ତା କରିବେ । ଆର୍ଥିକସ୍ଥିତି ପୂର୍ବପରି ଠିକ୍ ରହିବ । ବନ୍ଧୁ ମିଳନରେ ମହିଳାମାନଙ୍କ ମନ ପ୍ରଫୁ୍ଲ୍ଲ ରହିବ । ପରିବା ଚାଷି ଓ ବ୍ୟବସାୟୀମାନେ ଆଶାତୀତ ଲାଭପାଇବେ । ପ୍ରେମିକ ଓ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ଶିକ୍ଷା କ୍ଷେତ୍ରରେ ଆଦୌ ମନଯୋଗ ଦେବେ ନାହିଁ । ପାରିବାରିକ ଅଶାନ୍ତି ଦୂରେଇ ଯିବ । ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ଇଚ୍ଛାକରି ସ୍ଥାନାନ୍ତରିତ ହେବାକୁ ଚେଷ୍ଟା କରିବେ । ପ୍ରତିକାର– କୁକୁରକୁ ଖାଇବାକୁ ଦିଅନ୍ତୁ ।

ସିଂହ:–

କର୍ମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ । ପ୍ରତ୍ୟେକ କ୍ଷେତ୍ରରେ ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥହେବେ । ଶିକ୍ଷାକ୍ଷେତ୍ରରେ ଅପେକ୍ଷା କରିଥିବା କାମରେ ଶୁଭ ସୂଚନା ପାଇବେ । କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର, ଶିଳ୍ପ, ବାଣିଜ୍ୟ ଓ ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ମହିଳାମାନେ ନିଜର ଇଚ୍ଛା ବିରୋଧରେ କୌଣସି କାର୍ଯ୍ୟ କରିବା ଅନୁଚିତ୍ । ବିଦ୍ୟାର୍ଥୀମାନେ ପ୍ରତିଯୋଗିତା ପରୀକ୍ଷାରେ ଆଶାତୀତ ନମ୍ବର ରଖି ପ୍ରଶଂସିତ ହେବେ । ପନିପରିବା ଫସଲ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ । ପ୍ରତିକାର:-ଅସହାୟକୁ ନିରାଶ କରନ୍ତୁ ନାହିଁ ।

କନ୍ୟା:–

କଳା,ସାହିତ୍ୟ ଓ ସାମ୍ବାଦିକତାରେ ପ୍ରଂଶସିତ ହେବେ । ବିଭିନ୍ନଦିଗରୁ ସାହାଯ୍ୟ ସହଯୋଗ ମିଳିବ । ସମସ୍ତକର୍ମ ବହୁତ କଷ୍ଟରେ ହିଁ ସମ୍ପନ୍ନହେବ । ସହକର୍ମୀ ମାନଙ୍କ ସହ ବାଦବିବାଦର ଅବସାନ ଘଟିବ । ଲକ୍ଷ୍ୟ ପୂରଣ ହେବାରେ କୌଣସି ଅସୁବିଧା ହେବନାହିଁ । ବ୍ୟବସାୟ ବାଣିଜ୍ୟ ଓ ପରିବହନକ୍ଷେତ୍ରରେ ସୁଫଳ ପ୍ରାପ୍ତିହେବ । ମହିଳାମାନଙ୍କର ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ ଓ ପ୍ରତିଷ୍ଠା, ପ୍ରତିପତ୍ତି, ମାନସମ୍ମାନ ଓ କ୍ଷାତି ବଢ଼ିବ । ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ । ବିଦ୍ୟାକ୍ଷେତ୍ରରେ ସ୍ୱନାମ ଅର୍ଜନ କରିବେ । ପ୍ରତିକାର:-ଅରୁଆଚାଉଳ କୁଆଙ୍କୁ ଖାଇବାକୁ ଦିଅନ୍ତୁ ।

ତୁଳା:-

କୌଣସି ଗୁରୁତ୍ୱପୂର୍ଣ୍ଣ କର୍ମ ନେଇ ଆର୍ଥିକ ଅନାଟନ ମଧ୍ୟରେ ନିଜକୁ ଅଣନିଃଶ୍ୱାସୀ ମନେ କରିବେ ତେଣୁ ଧାରକରଜ କରିବାକୁ ବାଧ୍ୟହେବେ । ମହିଳାମାନେ ଅନ୍ୟମାନଙ୍କ କାମରେ ମନଦେଇ ନିଜକାମକୁ ଅବହେଳା କରିବେ । ରାଜନୀତିରେ ଅଯଥା ଭ୍ରମଣ କରିବା ଫଳରେ ଅଯଥା ଖର୍ଚ୍ଚ ମଧ୍ୟ କରିବାକୁ ପଡ଼ିବ ଓ ଅତି ଭଲସମ୍ପର୍କ ଥିବାବନ୍ଧୁଙ୍କ ପାଇଁ ଅସୁବିଧାର ସମ୍ମୁଖୀନ ହେବେ । ଦୀର୍ଘ ପଥଭ୍ରମଣ ଯୋଗୁ କ୍ଳାନ୍ତି ଓ ଅବସାଦ ଦେଖାଦେବ । କର୍ମକ୍ଷେତ୍ରରେ ଦୂର ସମ୍ପର୍କୀୟ ବ୍ୟକ୍ତିଙ୍କୁ ବିଶ୍ୱାସ କଲେ ଠକାମୀ ଭଣ୍ଡାମୀର ଶୀକାର ହେବେ । କୋର୍ଟ କଚେରି ମାମଲାର ଶୁଣାଣି ଥିବାରୁ ବ୍ୟସ୍ତତା ବଢ଼ିଯିବ । ପ୍ରତିକାର– ଅସହାୟକୁ ନିରାଶ କରିବେ ନାହିଁ ।

ବିଚ୍ଛା:-

ତରବରିଆ ହିସାବରେ କୌଣସି କାର୍ଯ୍ୟ ନକରି ସବୁଆଡ଼କୁ ନଜରଦେଇ କାମକରିବା ଉଚିତ୍ । ଅତୀତର କୌଣସି ବିବାଦୀୟ ଘଟଣା ଜଟିଳ ଆଡକୁ ଗତିକରିବ । ଅପେକ୍ଷା କରୁଥିବାକାର୍ଯ୍ୟଟି ପୂରଣ କରିବାପାଇଁ କଷ୍ଟକରହେବ । ଗଲାକଥାକୁ ଚିନ୍ତା କରି ଭାବପ୍ରବଣତା ବୃଦ୍ଧି ପାଇବ । ପଡ଼ୋଶୀମାନେ ସ୍ୱାର୍ଥ ହାସଲ ପାଇଁ ବାକ୍ଚାତୁରୀ କଥାକହି କାର୍ଯ୍ୟ ହାସଲ କରିବେ । ନିର୍ମାଣ, ଯୋଗାଯୋଗ, ସଭାସମିତି ପାଇଁ ବିଶେଷସମୟ ଦେବାକୁ ପଡ଼ିବ । ରଖିଥିବାଧନ ଭିନ୍ନବାଟରେ ଖର୍ଚ୍ଚହୋଇଯିବ । ମହିଳାମାନେ ବିଭିନ୍ନ ପ୍ରକାର ସମସ୍ୟା ଭିତରେ ଅନ୍ୟମନସ୍କ ରହିବେ । ବିଦ୍ୟାକ୍ଷେତ୍ରରେ ମନଯୋଗ ଦେଲେ ଯଶପ୍ରାପ୍ତି ହେବ । ପ୍ରତିକାର– ଲାଲ୍ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ।

ଧନୁ:–

ବାଣିଜ୍ୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ଆର୍ଥିକ ସଙ୍କଟ ଦୂରେଇଯିବ । ଧାର କରଜ ସୁଝିବାପାଇଁ ସୁଯୋଗ ପାଇବେ । ପ୍ରତ୍ୟେକ କ୍ଷେତ୍ରରେ ମାନସିକସ୍ଥିତି ସୁଦୃଢ଼ ରହିବ । କର୍ମକ୍ଷେତ୍ରରେ କୌଣସି ଅସୁବିଧା ହେବନାହିଁ । ଆଇନ ଅଦାଲତ ଓ ପାରିବାରିକକ୍ଷେତ୍ରରେ ରହିଥିବା ସମସ୍ୟା ସମାଧାନ ହୋଇଯିବ । ସାହିତ୍ୟ, ସମ୍ବାଦିକ, ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ । ସାମାଜିକ ସ୍ତରରେ ନିଜର ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ । ପଡୋଶୀମାନେ ସମ୍ମୁଖରେ ପ୍ରଶଂସା କରିବେ । ମହିଳାମାନେ ପରିବାର କାର୍ଯ୍ୟରେ ରତହେବେ ଓ ଦାମ୍ପତ୍ୟ ସୁଖରେ ଶୁଖିହେବେ । ରାଜନୀତିକ୍ଷେତ୍ରରେ ସମ୍ମାନ ପାଇବେ । ବିଦ୍ୟାକ୍ଷେତ୍ରରେ ପ୍ରଶଂସିତ ହେବେ । ପ୍ରତିକାର:- କୁକୁରକୁ ଖାଦ୍ୟ ଦିଅନ୍ତୁ ।

ମକର:–

ଶିଳ୍ପ, ବାଣିଜ୍ୟ ଓ ପରିବହନ ବ୍ୟବସାୟରେ ପ୍ରତିଷ୍ଠା, ପ୍ରତିପତ୍ତି, ମାନସମ୍ମାନ ଓ ଯଶ ପାଇବେ । ବିଦ୍ୟାରେ ଉନ୍ନତିହେବା ସହ ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ । ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ । ବନ୍ଧୁମାନଙ୍କ ସାହାଯ୍ୟ ନେଇ ପାରିବାରିକ ତିକ୍ତତାର ସମାପ୍ତି ହେବ । ମହିଳାମାନେ ଆନୁଷ୍ଠାନିକ ବା ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ ଓ ବିଭିନ୍ନ ଦିଗରୁ ଲାଭବାନ୍ ହେବେ । ରାଜନୀତିରେ ଲୋକସମ୍ପର୍କ ବଢ଼ିବ । ବିଦ୍ୟାରେ ଉନ୍ନତି ଓ ଉଚ୍ଚ ବିଦ୍ୟା ଅଧ୍ୟୟନ ପାଇଁ ସୁଯୋଗ ପାଇବେ । ଗୃହବାହନ ପ୍ରାପ୍ତି ହେବ । ନିବେଶ କରିଲେ ଲକ୍ଷ୍ମୀଙ୍କ କୃପା ଫଳରେ ଧନ ପ୍ରାପ୍ତ ହେବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ପ୍ରତିକାର:-ମାଂସଭୋଜନ,ମାଦକଦ୍ରବ୍ୟ ସେବନରୁ ଦୂରେଇ ରୁହନ୍ତୁ ।

କୁମ୍ଭ:–

ବନ୍ଧୁଙ୍କ ସାହାଯ୍ୟ କ୍ରମେ ମାଲିମୋକଦ୍ଦମାରେ ବିଜୟୀ ହେବେ । ମିତ୍ରମାନଙ୍କଦ୍ୱାରା ଅନେକକାର୍ଯ୍ୟରେ ଓ ବ୍ୟବସାୟ କାର୍ଯ୍ୟଗୁଡ଼ିକ ଲାଭଦାୟକ ହେବ । ଦୂରଯାତ୍ରାରେ ସଫଳତା ମିଳିବ ଓ ଆକସ୍ମିକ ଧନଲାଭ ହେବ । କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ଶୁଣି ଅନ୍ୟ ଉପରେ ବିରକ୍ତ ହେବେ । ସହକର୍ମୀଙ୍କ ବ୍ୟାପାରରେ ମୁଣ୍ଡ ପୂରାଇଲେ ନିଜେ ଅସୁବିଧାରେ ପଡ଼ିବେ । ମହିଳାମାନଙ୍କର ମାନସିକସ୍ଥିତି ଭଲ ରହିଲେବି ଶରୀର ଅସୁସ୍ଥ ରହିବ ସରକାରୀ କର୍ମଚାରୀମାନେ ଅତ୍ୟଧିକ କାର୍ଯ୍ୟ ଚାପ ଯୋଗୁଁ ଓ କଠିନ ପରିଶ୍ରମ ହେତୁ ଶାରିରୀକ ଓ ମାନସିକ କଷ୍ଟ ଭୋଗିବେ । ଛାତ୍ର ଓ ଛାତ୍ରୀମାନେ ପଢ଼ା ପଢ଼ିରେ ମନଯୋଗ ନ ଦେଇ ଅଯଥାରେ ସମୟ ନଷ୍ଟ କରିବେ । ପରୀକ୍ଷା ପ୍ରତିଯୋଗିତାରେ ସଫଳ ହେବେ । ପ୍ରତିକାର- ନୀଳବସ୍ତ୍ର କ୍ୟାସବାକ୍ସ ବା ମନିପର୍ସରେ ରଖନ୍ତୁ ।

ମୀନ:–

ବନ୍ଧୁମାନଙ୍କ ସହ ସୁସମ୍ପର୍କ ସ୍ଥାପନ ହେବ । ଉପରିସ୍ଥ କର୍ମଚାରୀ ଦେଇଥିବା ପ୍ରତିଶୃତିରେ ଖିଲାପ କରି ସମସ୍ୟାକୁ ବଢ଼ାଇ ଦେବେ । ପାରିବାରିକ ସ୍ତରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେବ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚଫଳ ପ୍ରାପ୍ତି ହେବ । ବ୍ୟବହାରିକ ଜ୍ଞାନ କୌଶଳ ପ୍ରୟୋଗ କରି ଲାଭବାନ୍ ହେବେ । କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଙ୍ଗୀତାଦି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ଭ୍ରମଣ ରାଜନୀତି, ପ୍ରଶାସନ, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ଲାଭପାଇବେ । ମହିଳାମାନେ ପିଲାମାନଙ୍କ ସମସ୍ୟା ବିଷୟରେ ଚିନ୍ତା କରିବେ । ବିଦ୍ୟାରେ ମଧ୍ୟମଫଳ, ପନିପରିବା ଚାଷି ଓ ବ୍ୟବସାୟୀମାନେ ପ୍ରଚୁର ଲାଭପାଇବେ । ରାଜନୀତିରେ ପ୍ରଶଂସିତ ହେବେ । ପ୍ରତିକାର:-ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *