2 ଦିନରେ ଷ୍ଟିଅରିଂ ଛାଡ ଆନ୍ଦୋଳନ ! ଏବେ ଗଡିବନି ଅଟୋ, ଲୋକ ହେଉଛନ୍ତି ଅସୁବିଧାର ସମ୍ମୁଖୀନ

ନମସ୍କାର ବନ୍ଧୁଗଣ । ଦ୍ଵିତୀୟ ଦିନରେ ଡ୍ରାଇଭରଙ୍କ ଷ୍ଟିୟରିଙ୍ଗ ଛଡା ଆନ୍ଦୋଳନ । ପୋଷ୍ଟର, ବ୍ୟାନର ଓ ଫ୍ଲାଗ କାର୍ଡ ଧରି ଆନ୍ଦୋଳନ କରୁଛନ୍ତି ଡ୍ରାଇଭର ମାନେ । ଉଚିତ ଦରମା, ବୀମା, 60 ବର୍ଷ ପରେ ଡ୍ରାଇଭରଙ୍କୁ ସୁରକ୍ଷା ଦେଇ 10 ଦଫା ଦାବିରେ ଧାରଣା ଦେଇଛି ଓଡିଶା ଡ୍ରାଇଭର ଏକତା ମଞ୍ଚ । ଜାତୀୟ ରାଜପଥରେ ଶହ ଶହ ସଂଖ୍ୟା ରେ ଡ୍ରାଇଭର ପ୍ରତିବାଦ କରିଛନ୍ତି ।

ପୁରା ଠପ ହୋଇଯାଇଛି ସାଧାରଣ ପରିବହନ ବ୍ୟବସ୍ଥା । ଧର୍ମଘାଟର ଆଂଶିକ ପ୍ରଭାବ ଗତ କାଲି ଦେଖିବାକୁ ମିଳିଥିଲା । ବିଭିନ୍ନ ସ୍ଥାନରେ ରାଜ୍ୟପଥରେ ଅଟକି ରହିଥିଲା ଶହ ଶହ ଟ୍ରକ ଓ ବସ । ମାଲ ପରିବହନ ବି ପ୍ରଭାବିତ ହୋଇଥିଲା । ତେବେ ସହର ଭିତରେ ଯାତାୟାତ ବିଶେଷ ଭାବେ ପ୍ରଭାବିତ ହୋଇ ନାହି । ହଳଦିଆ ରଙ୍ଗର ନମ୍ବର ପ୍ଳେଟକୁ ଅଟକ ରଖା ଯାଇଥିଲା ।

ଧଳା ରଙ୍ଗର ନମ୍ବର ପ୍ଳେଟ ବିଶିଷ୍ଟ କାର, ବସ, ବାଇକ ଚାଳକ କୁ ଛାଡିଥିଲେ ଡ୍ରାଇଭର ମାନେ । ଆମ୍ବୁଲାନ୍ସ ଓ ଜରୁରୀ ସେବା ଗାଡିକୁ ବାଦ ଦିଆ ଯାଇଛି । ଗାଡି ଚଳାଚଳ ସ୍ଵାଭାବିକ ନ ଥିବାରୁ ବହୁତ ଯାତ୍ରୀ ନାହି ନ ଥିବା ଅସୁବିଧାର ସମୁଖୀନ ହୋଇଥିଲେ । ତେବେ 10 ଦଫା ଦାବି ନେଇ ଆଜି ଦ୍ଵିତୀୟ ଦିନରେ ଡ୍ରାଇଭର ମହାସଂଘ ପକ୍ଷରୁ ଧାରଣ ଜାରି ରହିଛି ।

ବ୍ରହ୍ମପୁର ସହରରେ ଏଥିପାଇଁ ଗାଡି ଚଳାଚଳ ବନ୍ଦ ଥିବା ବେଳେ ସହରର ବିଭିନ୍ନ ପ୍ରବେଶ ନିକଟରେ ସଂଘ ର ବିଭିନ୍ନ କର୍ମ କର୍ତ୍ତା ଧାରଣାରେ ବସିଛନ୍ତି । ଟ୍ରକ ଗୁଡିକ ରାସ୍ତା ଉପରେ ଅଟକାଇ ଦେଇଥିଲେ ମହା ସଂଘ ର ଡ୍ରାଇଭର ମାନେ । ଯାହାର ପ୍ରଭାବ ଧୀରେ ଧୀରେ ବଜାର ଉପରେ ପଡିବାରେ ଲାଗିଛି । କାରଣ ପନିପରିବାର, ଗ୍ରୋସରି ଆଇଟମ ଯେଉଁ ଗାଡି ରେ ସବୁ ଆସୁଥିଲା ତାହା ଠପ ହୋଇ ଯାଇଛି ।

ଆଜି ଆଉ ଟିକେ ବଦଳିବା ଧାରଣାର ନିୟମ । ରାତି ସାରା ଡ୍ରାଇଭର ମାନେ ରାସ୍ତା ଉପରେ ଭୋକ ଉପାସରେ ବସିଛନ୍ତି । ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ଜୋର ଧରିଛି । ଡ୍ରାଇଭର ଆନ୍ଦୋଳନ କାରଣରୁ ଘରୋଇ ବସ ବନ୍ଦ ରହିଛି ବ୍ରହ୍ମପୁର ସହରରେ । ଯାହା କାରଣରୁ ଯାତ୍ରୀ ମାନେ ନାହି ନ ଥିବା ଅସୁବିଧାର ସମୁଖିନ୍ନ ହେଉଛନ୍ତି । ଡ୍ରାଇଭର ମାନେ କହୁଛନ୍ତି ସରକାର କେମିତି ଆମର ଦାବି ପୂରଣ କରିବେ ସେତିକି ଆମେ ଚାହୁଁଛୁ ।

ବାହାରୁ ଯେଉଁ ଡ୍ରାଇଭର ମାନେ ଆସୁଛନ୍ତି ଆମେ ସେମାନଙ୍କୁ ଖାଇବାକୁ ପିଇବାକୁ ଦେଇଛୁ । ଗତ କାଲି ଯେମିତି ଚିତ୍ର ଦେଖିବାକୁ ମିଳିଥିଲା ଆଜି ବି ସେମିତି ଦେଖିବାକୁ ମିଳିବ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *