20 ବର୍ଷର ପୁଅ ଥାଇ ବି ପୁଣିଥରେ ବିବାହ କରିବେ ପୂର୍ବତନ ମନ୍ତ୍ରୀ Dibyashankar Mishra

ନମସ୍କାର ବନ୍ଧୁଗଣ, ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ବିବାହ ବର୍ତ୍ତମାନ ଜୋର ସୋର ଚର୍ଚ୍ଚା ଧରିଛି ଓଡିଶାରେ । କାରଣ ଦିବ୍ୟଶଙ୍କର ଙ୍କର ଏହା ଦ୍ଵିତୀୟ ବିବାହ ଅଟେ । ତାଙ୍କର ୨୦ ବର୍ଷର ପୁଅ ମଧ୍ୟ ରହିଛି । ତେବେ ମନ୍ତ୍ରୀ ହୋଇ ଏତେ ବଡ ପୁଅଟିଏ ଥାଇ ଦିବ୍ୟଶଙ୍କର କାହିଁକି ଏହି ବୟସରେ ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଏବଂ କାହା ସହ ତାଙ୍କର ବିବାହ ସ୍ଥିର ହୋଇଛି । ତାଙ୍କ ବିବାହ ସମ୍ପର୍କିତ ରହିଥିବା ଖବର ସମ୍ପର୍କରେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ପୁଣିଥରେ ବିବାବ ବନ୍ଧନରେ ବାନ୍ଧିହେବା ପାଇଁ ଯାଉଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦିବ୍ୟଶଙ୍କର ମିଶ୍ର । ଆସନ୍ତା ୨୫ ତାରିଖରେ ପୁରୀର ଏକ ରିସର୍ଟରେ ତାଙ୍କର ବିବାହ ହେବାର କଥା ଚର୍ଚ୍ଚା ଧରିଛି । କିନ୍ତୁ ତାଙ୍କ ବିବାହର ଆୟୋଜନ ସମ୍ପୂର୍ଣ ନିଡାଡମ୍ବର ଭାବରେ ହେବ ବୋଲି ସୂଚନା ମିଳିଛି । ବାହାଘରରେ କେବଳ ପରିବାର ଲୋକ ଏବଂ କିଛି ନିକଟ ସମ୍ପର୍କୀୟ ହିଁ ଉପସ୍ଥିତ ରହିବେ ।

ଏହି କଥା ଜୋର ଚର୍ଚ୍ଚା ଧରିଥିବା ବେଳେ ନିଜେ ବିଧାୟକ ମଧ୍ୟ ଏହି କଥାକୁ ସ୍ଵୀକାର କରିଛନ୍ତି । ଦିବ୍ୟଶଙ୍କର ନିଜର ନିର୍ବାଚନ ମଣ୍ଡଳୀ, ଜୁନାଗଡ ଅନ୍ତର୍ଗତ ଗୋଳାମୁଣ୍ଡା ବ୍ଲକ ଦେକୋଟ ଗ୍ରାମର ଜଣେ ଯୁବତୀଙ୍କୁ ବିବାହ କରିବା ପାଇଁ ଯାଉଛନ୍ତି । ଯୁବତୀ ଜଣଙ୍କ ଭୁବନେଶ୍ଵରରେ ଏକ ଘରୋଇ କମ୍ପାନୀରେ ଚାକିରି କରିଛନ୍ତି । ଦିବ୍ୟଶଙ୍କର ଠାରୁ ସେହି ଝିଅ ୨୦ ବର୍ଷ ସାନ ହେବେ ବୋଲି ସୂଚନା ମିଳୁଅଛି ।

ଯୁବତୀ ଜଣଙ୍କ ମଧ୍ୟ ପୂର୍ବରୁ ବିବାହ କରିଥିଲେ । ତେଣୁ ଦିବ୍ୟଶଙ୍କର ଏବଂ ତାଙ୍କର ଦ୍ଵିତୀୟ ବିବାହ ହେବ । ଦିବ୍ୟଶଙ୍କର ପ୍ରାୟ ଦଶ ବର୍ଷ ପୂର୍ବରୁ ନିଜର ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇଥିଲେ । ଦିବ୍ୟଶଙ୍କର ଛାଡପତ୍ର ଦେଇଥିବା ପତ୍ନୀ ଅନ୍ୟ ଜାଗାରେ ବିବାହ ମଧ୍ୟ କରିସାରିଛନ୍ତି । ତୀବେ ଉଭୟଙ୍କର ୨୦ ବର୍ଷର ଏକ ପୁଅ ମଧ୍ୟ ରହିଛି ।

ବର୍ତ୍ତମାନ ଦିବ୍ୟଶଙ୍କର ବିବବାହ କରୁଥିବା ଯୁବତୀ ଜଣଙ୍କର ବି କୌଣସି କାରଣ ବତସ ଛାଡପତ୍ର ହୋଇଛି । ତାଙ୍କ ବିବାହର କେତେ ସତ କେତେ ମିଛ ଏହା ୨୫ ତାରିଖ ପରେ ହିଁ ଲୋକଙ୍କ ସାମ୍ନାକୁ ନିହାତି ଆସିଯିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *