23-9-2018: ଆଜି ଦିନଟି କିପରି କଟିବ? ଦୈନିକ ରାଶିଫଳ (ରବିବାର)

ମେଷ: ଆଜି ଆପଣ ଅଧିକ ଆଧ୍ୟାତ୍ମିକ କାର୍ଯ୍ୟରେ ମନ ଦେବେ। ପୂଜାର୍ଚ୍ଚନାରେ ସମୟ ବିତାଇବେ। ପାରିବାରିକ ସୁଖ ମିଳିବ।

ବୃଷ: ଆଜି ଆପଣ ନିଜର ଆତ୍ମସମୀକ୍ଷାରେ ସମୟ ବିତାଇବେ।  ଜୀବନ ସାଥୀଙ୍କ ସହଯୋଗ ମିଳିବ। ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ଦାମ୍ପତ୍ୟ ଜୀବନ ସୁଖରେ କଟିବ।

ମିଥୁନ:  ଆପଣଙ୍କ ପାଇଁ ଆଜିର ଦିନଟି ଶୁଭକର।  ଧନ ପ୍ରାପ୍ତିର ଯୋଗ ରହିଛି।  କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ହେବ। ସନ୍ତାନ ସନ୍ତତିଙ୍କଠାରୁ ଭଲ ଖବର ପାଇବେ। ବିଦ୍ୟାର୍ଥୀ ସୁଖୀ ହେବେ।

କର୍କଟ: ଆଜି ଆପଣଙ୍କୁ ସାବଧାନରେ ଚଳିବାକୁ ପଡିବ।  କିଛି ଅଭାବ ଅନୁଭବ କରିପାରନ୍ତି।କର୍ମକ୍ଷେତ୍ରରେ ଦ୍ୱନ୍ଦ୍ୱ ଉପୁଜି ପାରେ। ଅଫିସରେ କର୍ତ୍ତୃପକ୍ଷଙ୍କ ସହିତ ମତଭେଦ ହୋଇପାରେ। ପ୍ରେମୀଯୁଗଳଙ୍କ ପାଇଁ ସାମାନ୍ୟ ଅସୁବିଧା ଦେଖା ଦେଇପାରେ।

ସିଂହ: ଆଜି ଅଚାନକ ଖୁସି ଖବର ମିଳିବ। ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେବ। ସ୍ୱାଦିଷ୍ଟ ଭୋଜନ ମିଳିବାର ଅନେକ ଆଶା ରହିଛି।   ଆନନ୍ଦ ଉଲ୍ଲାସରେ ଦିନଟି ବିତିବ। ସର୍ବ ସୁଖ ମିଳିପାରେ। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।

କନ୍ୟା: ଆଜି ଦିନଟି ଆପଣଙ୍କ ପାଇଁ ଅନେକ ଭଲ ଫଳାଫଳ ନେଇ ଆସିବ। ମାନସମ୍ମାନ ମିଳିବ। ଧନପ୍ରାପ୍ତି ହେବ। ପ୍ରେମ ମାମଲାରେ ସଫଳ ହେବେ।

ତୁଳା: ଆଜି ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥତା ଅନୁଭବ କରୁଥିବାରୁ ବେଶ ଫୂର୍ତ୍ତିରେ ରହିବେ।  ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ମଜଭୁତ ହେବ। ମାନସମ୍ମାନ ମିଳିବ। ଧନପ୍ରାପ୍ତି ହେବ। ବିଦ୍ୟାର୍ଥୀ ପ୍ରଫୁଲ୍ଲିତ ହେବେ।

ବିଛା: ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ଦାମ୍ପତ୍ୟ ଜୀବନରେ ମଧୁରତା ବଢିବ। ପରିବାର ସହ ସୁଖରେ ଦିନଟି ବିତିବ। ସ୍ୱାସ୍ଥଭଲ ରହିବ। ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବ।

ଧନୁ: ଆଜି ଆପଣଙ୍କ ପାଇଁ ଦିନଟି ଖୁବ ଚମତ୍କାର ରହିଛି।  ମାନ ସମ୍ମାନ ମିଳିବ। କ୍ୟାରିଅରରେ ଉନ୍ନତି ହେବ। ସରକାରୀ ଅର୍ଥ ପାଇପାରନ୍ତି।  ପ୍ରେମରେ ଆପଣଙ୍କୁ ସଫଳତା ମିଳିବ।

ମକର: ଚାକିରୀ ଖୋଜୁଥିବା ବ୍ୟକ୍ତିଙ୍କୁ ଭଲ ସୁଯୋଗ ମିଳିବ। ବ୍ୟବସାୟୀଙ୍କୁ ଫାଇଦା ହେବ। ପ୍ରେମ ସମ୍ପର୍କ ମଜଭୁତ ହେବ। ଦାମ୍ପତ୍ୟ ଜୀବନରେ ଖୁବ ଖୁସି ପାଇବେ।

କୁମ୍ଭ: ଶୁଭ ଖବର ପାଇ ଆନନ୍ଦ ଲାଭ କରିବେ।  ପ୍ରତିଟି କ୍ଷେତ୍ରରେ ଭାଗ୍ୟ ଆପଣଙ୍କୁ ସାଥ ଦେବ।ସ୍ୱାସ୍ଥ୍ୟ ଭଲ ରହିବ। ଆପଣ ଆଜି ଏକଦମ ସଠିକ ନିଷ୍ପତ୍ତି ନେବେ। ଏହା ଆପଣଙ୍କ ପାଇଁ ଖୁବ ଲାଭଦାୟକ ହେବ।

ମୀନ: ଆର୍ଥିକ କ୍ଷେତ୍ରରେ ଲାଭବାନ ହେବେ।  ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଭଲ ହେବ। ବିଦ୍ୟାର୍ଥୀ ପାଠପଢାରେ ମନ ଦେବେ। ବନ୍ଧୁ ଦର୍ଶନ ମିଳିବ।

Leave a Reply

Your email address will not be published. Required fields are marked *