ଆଜି ପର୍ଯ୍ୟନ୍ତର ସବୁ ରେକର୍ଡ ଭାଙ୍ଗିଲା ସୁନା ଦର, ହେଲା ଭୟଙ୍କର ଶସ୍ତା- ଜାଣନ୍ତୁ ଆଜିର Gold ରେଟ

ସୁନାର ମୂଲ୍ୟ ବହୁତ ବଢିବାରେ ଲାଗିଥିଲା, କିନ୍ତୁ ଗତ କିଛି ମାସ ହେବ ସୁନାର ମୂଲ୍ୟ କମିବାରେ ଲାଗିଛି । ଆଜି ମଲ୍ଟି କମୋଡିଟି ଏକ୍ସଚେଞ୍ଜ ରେ ସୁନାର ୧୦ ଗ୍ରାମ ପିଛା ୫୦ ହଜାର ଟଙ୍କାର କମ ହୋଇଛି । ଡଲାର ମୂଲ୍ୟ ବୃଦ୍ଧି ହେବ ସହିତ ଏବଂ କୋରନା ଟୀକା ଆସିବା ସମ୍ଭାବନା ଥିବାରୁ ସୁନାର ଦାମ କମିବାରେ ଲାଗିଛି ।

ଏମସିଏକ୍ସରେ ସୁନାର ଦର ଆଜି ୫୭୨ ଟଙ୍କା କମି ୪୯ ହଜାର ୮୦୯ ଟଙ୍କାରେ ପହଞ୍ଚିଛି । ଏମସିଏକ୍ସରେ କାରବାର ହେଉଥିବା ସୁନା ଗହଣା ଆକାରରେ ବିକ୍ରି ହେଉଥିବା ସୁନା ମୂଲ୍ଯରେ ବହୁତ ସାମଞ୍ଜସ୍ୟ ରହିଛି । କିନ୍ତୁ ଏମସିଏକ୍ସ ଦାମରୁ  ସୁନାର ମୂଲ୍ୟ କେଉଁ ଦିଗକୁ ଜଯିବ ତାହାର ଆଭାସ ମିଳେ ।

Image Courtesy: Google

କାରଣ କମୋଡିଟି ଏକ୍ସଚେଞ୍ଜ ରେ ଏହି ମୁଲ୍ଯବନ ଧାତୁର ଦର କମିଛି ତେଣୁ ଆଗ ଦିନମାନଙ୍କରେ ଗହଣା ଦୋକାନରେ ସୁନାର ମୂଲ୍ୟରେ ସୁଧାର ହେବାର ସମ୍ଭାବନା ରହିଛି । ମୁମ୍ବାଇରେ ୨୨ କ୍ୟରେଟ ସୁନାର ଦାମ ୪୬ ହଜାର ୪୨୬ ଟଙ୍କା ରହିଛି । ତାହା ଉପରେ ୩ ପ୍ରତିଶତ ଜିଏସଟି ଲାଗୁ ହୋଇଛି ।

Image Courtesy: Google

୨୪ କ୍ୟାରେଟ ସୁନାର ଦାମ ୫୦,୬୮୩ ଟଙ୍କା ଅଛି । ଖୁଚୁରା ବଜାରରେ ୧୮ କ୍ୟରେଟ ସୁନାର ମୂଲ୍ୟ ୩୮,୦୧୨ ଟଙ୍କା ରହିଛି । ତା ଉପରେ ଜିଏସଟି ଲାଗୁ କରାଯାଇଛି । ଗତ ତିନି ଦିନ ହେବ ସୁନାର ମୂଲ୍ୟ ୩ ପ୍ରତିଶତ ଓ ରୂପାର ମୂଲ୍ୟରେ ୧୪ ପ୍ରତିଶତରୁ ଅଧିକ କମ ହୋଇଛି । ଅଗଷ୍ଟ ମାସରେ ସୁନାର ମୂଲ୍ୟ ସବୁଠୁ ଅଧିକ ସ୍ତର ୫୬, ୧୦୦ ଟଙ୍କାରେ ପହଞ୍ଚି ଥିଲା । ଗତବର୍ଷ ତୁଳନାରେ ସୁନାର ମୂଲ୍ୟ ଏବେବି ୨୭ ପ୍ରତିଶତ ଅଧିକ ରହିଛି ।

Image Courtesy: Google

ଆନ୍ତର୍ଜାତିକ ବଜାରରେ ସୁନାର ଆଉନ୍ସ ପିଛା ମୂଲ୍ୟ ୧୮୭୬ ଡଲାରକୁ ହ୍ରାସ ପାଇଛି । ଯାହା ଗତ ଛଅ ମାସ ଭିତରେ ସବୁଠୁ କମ ବୋଲି କୁହାଯାଉଛି । ସୁନାର ମୂଲ୍ୟ କମୁଥିବାର କାରଣ ଏହାକି ଡଲାର ମୂଲ୍ୟ ବୃଦ୍ଧି ହେଉଛି ବୋଲି କୁହାଯାଉଛି । ଏହି ଦୁଇ ଦିନ ଭିତରେ ୧୩୦୦ ଟଙ୍କା ଶସ୍ତା ହୋଇଛି ସୁନା ।

Image Courtesy: Google

ୟୁରୋପରେ କୋରୋନା ବଢିବାଲାଗି ପୁଣିଥରେ ଲକଡାଉନ  ଘୋଷଣା ହେବାର ସମ୍ଭାବନା ରହିଛି । ସେଥିପାଇଁ ଯେଉଁମାନେ ସୁନାରେ ପୁଞ୍ଜି ନିବେଶ କରିଥିଲେ ଲାଭ ପାଇଁ ସେମାନେ ଏବେ ତାକୁ ବିକ୍ରି କରିବାରେ ଲାଗିଛନ୍ତି । ସେହି ପାଇଁ ସୁନାର ମୂଲ୍ୟ କମ ହେଉଛି ବୋଲି କୁହାଯାଉଛି । ଆମେରିକା ସରକାର ପୁଣି କେବେ ଅର୍ଥନୈତିକ ପ୍ୟାକେଜ ଆଣିବେ ତାହା ଅନିଶ୍ଚିତ ଥିବାରୁ ସୁନାର ରେଟରେ କମ ହୋଇଛି ବୋଲି କୁହାଯାଇଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *