25-9-2018: କେମିତି କଟିବ ଆଜି? ଦୈନିକ ରାଶିଫଳ (ମଙ୍ଗଳବାର)

ମେଷ : ଆଜି ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗରେ ଅଧିକ ଲାଗି ରହିବ । ଆପଣଙ୍କ ପ୍ରଭାବ ଲୋକମାନଙ୍କ ଉପରେ ପଡିବ । କୌଣସି ନୂଆ କମ୍ପାନୀରେ ଚାକିରିର ପ୍ରସ୍ତାବ ମିଳିପାରେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଆର୍ଥିକ ଲାଭର ଯୋଗ ରହିଛି ।
ବୃଷ : ଆଜି ଆପଣ ସମସ୍ତ କାମରେ ସଫଳ ହେବେ । ସମସ୍ତ ବିଷୟ ପ୍ରତି ଆପଣଙ୍କ ଭାବନା ସକାରାତ୍ମକ ରଖନ୍ତୁ । ରାଜନୀତିରେ ବିଭିନ୍ନ ନେତାଙ୍କ ସହିତ ମିଶିବାର ଅବସର ପାଇବେ । ବ୍ୟବସାୟ ପରିଚାଳନା କରିବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ହେବ ।

ମିଥୁନ : ଆଜି ଆପଣଙ୍କ ଲାଗି ଉନ୍ନତି ଓ ଲାଭ ମିଳିବାର ଦିନଟିଏ । ନୂଆ ଯୋଜନାରେ ଆପଣ ଧ୍ୟାନ କେନ୍ଦ୍ରିତ କରିବେ । ସରକାରୀ ଚାକିରିଆଙ୍କୁ କୌଣସି ଉଚ୍ଚପଦ ମିଳିପାରେ । ନୂଆ ଗାଡି କିଣିବାର ଯୋଗ ରହିଛି । ମନ ପ୍ରଫୁଲ୍ଲ ରହିବ ।

କର୍କଟ : ଆଜି ଆଧ୍ୟାତ୍ମିକ କାର୍ଯ୍ୟରେ ମନ ଲାଗି ରହିବ । ପ୍ରଭୁଙ୍କ ଆରାଧନାରେ ସାରା ଦିନ ବିତିବ । ମନକୁ ଶାନ୍ତି ମିଳିବ । ଅନେକ ଦିନରୁ ମନରେ ଉପୁଜିଥିବା ପ୍ରଶ୍ନର ସମାଧାନ ମିଳିବ । ବ୍ୟବସାୟରେ ଆମଦାନୀର ନୂଆ ରାସ୍ତା ମିଳିବ । ପରିବାର ସମ୍ବନ୍ଧରେ କୌଣସି କାମ ପୂରା ହୋଇଯିବ ।

ସିଂହ : ଆଜି ଅନେକ କିଛି ନୂଆ କାର୍ଯ୍ୟ କରିବେ । ବ୍ୟବସାୟରେ ନୂଆ ନିବେଶର ସମ୍ଭାବନା ରହିଛି । ସରକାରୀ ଚାକିରିଆ ଅଶାନ୍ତିରେ ରହିପାରନ୍ତି । ବନ୍ଧୁଙ୍କ ସହିତ ଭ୍ରମଣରେ ଯାଇପାରନ୍ତି । ଅଚାନକ ଖୁସି ଖବର ମିଳିବା ଫଳରେ ପରିବାରରେ ଆନନ୍ଦର ବାତାବରଣ ଖେଳିଯିବ । ବିଦ୍ୟାର୍ଥୀ ଆଜି ଅଧ୍ୟୟନରେ ଧ୍ୟାନ ଦେବେ

କନ୍ୟା: ସ୍ୱାସ୍ଥ୍ୟ ଭଲ ରହିବ। ପ୍ରେମ ସଂପର୍କ ମଜଭୁତ ହେବ। ଭାଇ-ଭଉଣୀଙ୍କ ସହ ଖୁସିମଜାରେ ଦିନ କାଟିବେ। ଶତ୍ରୁ ଦବି ରହିବେ।

ତୁଳା: ମାନସିକ ସ୍ଥିତି ଠିକ୍ ରହିବ ନାହିଁ। ସବୁ କଥାରେ ଦ୍ୱନ୍ଦ୍ୱରେ ରହିବେ, ନିଷ୍ପତ୍ତି ନେଇ ପାରିବେ ନାହିଁ। ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ବିଛା: ଦିନଟି ଆମୋଦ-ପ୍ରମୋଦରେ କଟିବ। ମନ ପ୍ରସନ୍ନ ରହିବ। ପ୍ରିୟଜନଙ୍କ ସହିତ ଭେଟ ହେବ। ପୁରୁଣା ବନ୍ଧୁଙ୍କ ଦ୍ୱାରା ଲାଭବାନ ହେବେ।

ଧନୁ: ଦିନଟି କଷ୍ଟ ଦେଇପାରେ। ପରିବାରର କୌଣସି ସଦସ୍ୟଙ୍କ ସହ ମତଭେଦ ହୋଇପାରେ। ଯଥାସମ୍ଭବ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ।

ମକର: ଆପଣଙ୍କ ପାଇଁ ଦିନଟି ଖୁବ୍ ଭଲ ଅଛି। କିଛି ଶୁଭ ଖବର ପାଇ ପାରନ୍ତି। କୌଣସି ଦାମୀ ଜିନିଷ କିଣିବା ପାଇଁ ଆଜି ଦିନଟି ଭଲ ରହିଛି। ଗାଡ଼ି, ଘର ଓ ଜମି ଆଦି କିଣି ପାରିବେ। କୌଣସି କ୍ଷେତ୍ରରେ ଅର୍ଥନିବେଶ କରିଥିଲେ ତା’ର ସୁଫଳ ପାଇବେ।

କୁମ୍ଭ: ବଡ଼ ଲୋକଙ୍କ ଆଶୀର୍ବାଦ ମିଳିବ। ଅଫିସ୍‌ରେ ଉଚ୍ଚ ପଦାଧିକାରୀଙ୍କ କୃପାଦୃଷ୍ଟି ପଡ଼ିବ। ସବୁ କାମ ସହଜରେ ହୋଇଯିବ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ନୂଆ ଯୋଜନା ପ୍ରସ୍ତୁତ କରିବେ।

ମୀନ: ଥକା ଲାଗିବ। କାମରେ ମନ ଲାଗିବ ନାହିଁ। ସନ୍ତାନସନ୍ତତିଙ୍କୁ ନେଇ ଚିନ୍ତାରେ ରହିବେ। ଅଫିସ୍‌ରେ ସହକର୍ମୀଙ୍କ ସହ ବିବାଦ ହୋଇପାରେ

Leave a Reply

Your email address will not be published. Required fields are marked *